Airlines Revise Crew Policies: ପାକିସ୍ତାନୀ ପାଇଲଟଙ୍କୁ ନେଇ ବଡ଼ ଖବର, ଇସ୍ରାଏଲର ନୂଆ ନିୟମ ଲାଗୁ

Oct 14, 2026 - 22:18
Airlines Revise Crew Policies: ପାକିସ୍ତାନୀ ପାଇଲଟଙ୍କୁ ନେଇ ବଡ଼ ଖବର, ଇସ୍ରାଏଲର ନୂଆ ନିୟମ ଲାଗୁ

ପାକିସ୍ତାନ ପାଇଲଟଙ୍କୁ ଇସ୍ରାଏଲ ଉଡାଣ ବ୍ୟାନ କଲା ଏୟାର ଫ୍ରାନ୍ସ। ପରେ ପରେ ଅନ୍ୟ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଗୁଡ଼ିକ ମଧ୍ୟ ଏହି ନିୟମ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି। ଗତ ୩୦ ସେପ୍ଟେମ୍ବରରେ ଘଟିଥିବା ଫ୍ଲାଇ ଦୁବାଇ ଘଟଣା ପାଇଁ ଇସ୍ରାଏଲ କଡା ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ ଇସ୍ରାଏଲ୍ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶର କ୍ରୁ ମେମ୍ବରମାନଙ୍କୁ ସେମାନଙ୍କ ଆକାଶମାର୍ଗରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଇସ୍ରାଏଲରେ ଅବତରଣ କରିବା ପାଇଁ ଏହି ନିୟମ ମାନିବା ବାଧ୍ୟତାମୂଳକ ହୋଇଥିବାରୁ ବିମାନ ସଂସ୍ଥାଗୁଡ଼ିକ ନିଜ ନିୟମ ବଦଳାଇବାକୁ ବାଧ୍ୟ ହେଉଛନ୍ତି।

ନିକଟରେ ଜଣେ ଇଣ୍ଡୋନେସିଆ ପାଇଲଟ୍ ବିମାନରେ ଥିବା ଜଣାପଡ଼ିବା ପରେ ଏକ ଇଥିଓପିଆନ୍ ଏୟାରଲାଇନ୍ସ ବିମାନକୁ ଅଧା ବାଟରୁ ଆଦିସ ଆବାବାକୁ ଫେରାଇ ଦିଆଯାଇଥିଲା। ଇସ୍ରାଏଲର ଏହି ସୁରକ୍ଷା ନିର୍ଦ୍ଦେଶକୁ ମାନି ଏୟାର ଫ୍ରାନ୍ସ ତା କର୍ମଚାରୀଙ୍କୁ ସେମାନଙ୍କର ଦ୍ୱିତୀୟ ନାଗରିକତା ବିଷୟରେ ସ୍ପଷ୍ଟ ସୂଚନା ଦେବାକୁ କହିଛି, ନଚେତ୍ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି।

ସେହିପରି ୟୁନାଇଟେଡ୍ ଏୟାରଲାଇନ୍ସ ନିଜ କ୍ରୂ-ପ୍ଲାନିଂ ପ୍ରକ୍ରିୟାରେ ଏହି କଟକଣା ସାମିଲ କରିଛି। ସେମାନଙ୍କର ଏକ ଆଭ୍ୟନ୍ତରୀଣ ସୂଚୀ ଅନୁସାରେ ୨୯ ରୁ ୩୧ଟି ଦେଶର ନାଗରିକମାନଙ୍କୁ ବ୍ୟାନ୍ କରାଯାଇଛି, ଯେଉଁଥିରେ ପାକିସ୍ତାନ, ଇରାନ, ସାଉଦି ଆରବ ଏବଂ ଓମାନ ସାମିଲ ଅଛନ୍ତି।  ଚେକ୍ ରିପବ୍ଲିକର ସବୁଠାରୁ ବଡ଼ ଏୟାରଲାଇନ୍ସ ସ୍ମାର୍ଟ ୱିଙ୍ଗସ ମଧ୍ୟ ଇସ୍ରାଏଲର ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ ବୋଲି ସ୍ପଷ୍ଟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।