Akhilesh Yadav : ପିର ଅର୍ଥ ଯଦି ପାକିସ୍ତାନ ବିଜେପି ଅର୍ଥ ପାକିସ୍ତାନ ପଳାଅ: ଅଖିଳେଶ ଯାଦବ

Aug 22, 2026 - 15:37
Akhilesh Yadav : ପିର ଅର୍ଥ ଯଦି ପାକିସ୍ତାନ ବିଜେପି ଅର୍ଥ ପାକିସ୍ତାନ ପଳାଅ: ଅଖିଳେଶ ଯାଦବ

"ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ 'ପିଡିଏ'ରେ ଥିବା 'ପି'ର ଅର୍ଥ ପାକିସ୍ତାନ' ଭାବରେ ବ୍ୟାଖ୍ୟା କରିବାର ବୟାନ ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରତିଆକ୍ରମଣ କରିଛନ୍ତି।

ଅଖିଳେଶ ଯାଦବ ପାଲଟା ଜବାବ ଦେଇ କହିଛନ୍ତି, "ଯଦି 'ପି' ପାକିସ୍ତାନକୁ ବୁଝାଏ, ତେବେ 'ବିଜେପି'ର ଅର୍ଥ 'ଭାଗ ଜାଓ ପାକିସ୍ତାନ' (ପାକିସ୍ତାନକୁ ପଳାଅ)।" Advertisment ଅଖିଳେଶ ଯାଦବ ଏ ପ୍ରସଙ୍ଗରେ ଆଗକୁ  କହିଛନ୍ତି, "ଯଦି ସମାଜବାଦୀ ସରକାର ଗଠନ ହୁଏ, ତେବେ ସେମାନେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଉନ୍ନତୀ ପାଇଁ କାମ କରିବେ।

ସେଠାରେ ସତ୍ୟ କହିବା ବି ଭୁଲ ଅଟେ।

ଯଦି ତୁମେ ସତ୍ୟ କହିବ, ତେବେ ତୁମକୁ ମାଡ଼ ଖାଇବାକୁ ପଡ଼ିବ।

ସତ୍ୟ କହିବା କଷ୍ଟକର ।" ମୁଦ୍ରାସ୍ଫୀତି ପ୍ରସଙ୍ଗକୁ ସମ୍ବୋଧିତ କରି ଅଖିଳେଶ କହିଛନ୍ତି, " ଆଜି ସବୁକିଛି ମହଙ୍ଗା ହୋଇଯାଇଛି।

ଲାଭ ପାଇଁ ପେଟ୍ରୋଲରେ ଇଥାନଲ୍ ମିଶ୍ରିତ ହେଉଛି।

ସମାନ କାରଣରୁ ଚିନି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ସେଲଫି ନେବା ପଡ଼ିଲା ମହଙ୍ଗା: ଅଥଳ ଜଳ ରାଶିରେ ୨ ଛାତ୍ର ନିଖୋଜ, ଅଳ୍ପକେ ବଞ୍ଚିଲେ ଜଣେ ଛାତ୍ର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।