Akshaya Kumar: ଶର୍ମନ୍‌ ଫେରିଲେ, ଅକ୍ଷୟ ଯୋଡ଼ିହେଲେ

Sep 26, 2026 - 20:27
Akshaya Kumar: ଶର୍ମନ୍‌ ଫେରିଲେ, ଅକ୍ଷୟ ଯୋଡ଼ିହେଲେ

"ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍‌ "ଗୋଲମାଲ୍‌"ର ୪ଟି ଯାକ ଭାଗକୁ ବକ୍ସ ଅଫିସ୍‌ରେ ଅଦ୍ଭୂତପୂର୍ବ ସଫଳତା ମିଳିଛି।

ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏହାର ପଞ୍ଚମ ଭାଗର ରିଲିଜ୍‌ ତାରିଖ ଘେ‌ାଷଣା କରିଛନ୍ତି।

୨୦୨୭ ଜାନୁଆରି ୮ ତାରିଖରେ "ଗୋଲ୍‌ମାଲ୍‌-୫" ପରଦାକୁ ଆସିବ ବୋଲି ଏହାର ନୂଆ ପୋଷ୍ଟର ଜରିଆରେ ଘୋଷଣା କରାଯାଇଛି।

Advertisment Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା ଏହି ପୋଷ୍ଟରରେ ଅଜୟ ଦେବଗନ୍‌ ବାଇକ୍‌ ଚଲାଉଥିବା ବେଳେ ତାଙ୍କ ପଛରେ ଅର୍ସଦ ୱାର୍ସି, ଶ୍ରେୟସ ତଲପଡେ, ତୁଷାର କପୁର, କୁନାଲ ଖେମ୍ମୁ ଓ ଶର୍ମନ୍‌ ଜୋଶୀଙ୍କୁ ଦେଖିବାକୁ ମିଳିଛି।

ଶର୍ମନ୍‌ ଜୋଶୀଙ୍କ ଲେଉଟାଣି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

୨୦୦୬ରେ ଆସିଥିବା ପ୍ରଥମ ଫିଲ୍ମ "ଗୋଲମାଲ୍‌: ଫନ୍‌ ଅନଲିମିଟେଡ୍‌"ରେ ଶର୍ମନ୍‌ ଜୋଶୀ ଅଭିନୟ କରିଥିଲେ।

ପରବର୍ତ୍ତୀ ଭାଗଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିନଥିଲା।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର ଏହି ଫିଲ୍ମ ମାଧ୍ୟମରେ ଅକ୍ଷୟ କୁମାର ପ୍ରଥମଥର ପାଇଁ "ଗୋଲମାଲ୍‌" ଫ୍ରାଞ୍ଚାଇଜ୍‌ରେ ସାମିଲ ହୋଇଛନ୍ତି।

ତେବେ ତାଙ୍କ ଚରିତ୍ର ସଂପର୍କରେ କୌଣସି ସୂଚନା ଏବେ ସୁଦ୍ଧା ହସ୍ତଗତ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ୨୦୦୬ରେ "ଗୋଲମାଲ୍‌: ଫନ୍‌ ଅନଲିମିଟେଡ୍‌" ପରେ ୨୦୦୮ରେ "ଗୋଲମାଲ୍‌ ରିଟର୍ଣ୍ଣସ୍‌", ୨୦୧୦ରେ "ଗୋଲମାଲ୍‌ ୩" ଏବଂ ୨୦୧୭ରେ "ଗୋଲମାଲ୍‌ ଏଗେନ୍‌" ମୁକ୍ତିଲାଭ କରିଥିଲା।

ପ୍ରାୟ ଦୁଇ ଦଶନ୍ଧି ପରେ ପଞ୍ଚମ ଭାଗ ସହ ପୁଣି ପରଦାକୁ ଫେରୁଛି ଏହି ଲୋକପ୍ରିୟ ଗ୍ୟାଙ୍ଗ୍‌।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।