al-Maashiq Palace: ୟେମେନର ରାଷ୍ଟ୍ରପତି ଭବନ ପରିସରରେ କ୍ଷେପଣାସ୍ତ୍ର ମାଡ଼ କଲା ହୁତି, ୪ ମୃତ

Oct 15, 2026 - 23:24
al-Maashiq Palace: ୟେମେନର ରାଷ୍ଟ୍ରପତି ଭବନ ପରିସରରେ କ୍ଷେପଣାସ୍ତ୍ର ମାଡ଼ କଲା ହୁତି, ୪ ମୃତ

"ନୂଆଦିଲ୍ଲୀ: ୟେମେନର ସାଉଦି ଆରବସମର୍ଥିତ ସରକାରକୁ ମୂଳପୋଛ କରିବା ପାଇଁ ସବୁଠାରୁ ବଡ଼ ଉଦ୍ୟମ କରାଯାଇଛି।

ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ୟେମେନର ଅନ୍ତରୀଣ ରାଜଧାନୀ ଏଡେନ୍‌ରେ ଥିବା ରାଷ୍ଟ୍ରପତି ଭବନ ପରିସରରେ ଭୟଙ୍କର ଆକ୍ରମଣ କରିଛି।

ହୁତି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଜି ୟେମେନ ରାଷ୍ଟ୍ରପତି ଭବନ ପରିସରକୁ ଟାର୍ଗେଟ୍‌ କରି ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।

ୟେମେନର ସୂଚନା ମନ୍ତ୍ରାଳୟ ଅନୁଯାୟୀ, ୫ଟି କ୍ଷେପଣାସ୍ତ୍ର ରାଷ୍ଟ୍ରପତିଭବନ ପରିସରରେ ମାଡ଼ ହୋଇଛି ଏବଂ ଏଥିରେ ୨ ଜଣ ସୁରକ୍ଷାକର୍ମୀଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି।

ଏହି ସମୟରେ ରାଷ୍ଟ୍ରପତି ଭବନ ପରିସରରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ମଧ୍ୟ ସେମାନେ ବଞ୍ଚି ଯାଇଛନ୍ତି।

ଆକ୍ରମଣ ପରେ ହୁତି ବିଦ୍ରୋହୀ ପକ୍ଷରୁ ଦାବି କରାଯାଇଛି ଯେ, ଏଡେନରେ ସାଉଦି ସାମରିକ ଅପରେସନ୍‌ ଉପରେ ଆକ୍ରମଣ ସେମାନଙ୍କର ସାଉଦି ମେଣ୍ଟକୁ ଟାର୍ଗେଟ୍‌ କରିବା ନୀତିର ଏକ ଅଂଶ।Advertisment ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ, ୨୩ରେ ଅବକାଶକାଳୀନ ଖଣ୍ଡପୀଠ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।