Alcohol-Fuelled Argument Ends in Murder: ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ବ୍ରହ୍ମପୁର, ସାଙ୍ଗକୁ ତଣ୍ଟି କାଟି ହତ୍ୟା

Oct 04, 2026 - 14:21
Alcohol-Fuelled Argument Ends in Murder: ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ବ୍ରହ୍ମପୁର, ସାଙ୍ଗକୁ ତଣ୍ଟି କାଟି ହତ୍ୟା

ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ବ୍ରହ୍ମପୁର। ସାଙ୍ଗର ଆକ୍ରମଣରେ ଚାଲିଗଲା ଆଉ ଜଣଙ୍କ ଜୀବନ। ବ୍ରହ୍ମପୁର ନିମଖଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ଟୁନା ନାୟକ। ତାଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗରେ ସାଙ୍ଗ ବିଟୁ ସାହୁକୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ, ଉଭୟ ଟୁନା ଓ ବିଟୁ ଏକାଠି ମଦ୍ୟପାନ କରିଥିଲେ। ଏହାପରେ କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହା କ୍ରମେ ଉଗ୍ରରୂପ ନେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିଟୁ ଏକ ଛୁରୀରେ ଟୁନାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ଦେଇଥିଲା। ଫଳରେ ଟୁନାଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ନିମଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଟୁ ସାହୁକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି।

ବ୍ରହ୍ମପୁରରେ ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ
ବ୍ରହ୍ମପୁର ନିମଖଣ୍ଡି ଅଞ୍ଚଳରେ ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ
ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ତଣ୍ଟି କାଟି ହତ୍ୟା କଲା ସାଙ୍ଗ
ବିଳମ୍ବିତ ରାତିରେ ଟୁନାର ବେକ କାଟି ଦେଲା ସାଙ୍ଗ ବିଟୁ ସାହୁ
ମଦ୍ୟ ପାନ ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା
ଉତକ୍ଷିପ୍ତ ହୋଇ ଛୁରୀରେ ବେକ କାଟି ଦେଇଥିଲା ବିଟୁ
ଅଭିଯୁକ୍ତ ବିଟୁକୁ ଗିରଫ କରି ପୋଲିସର ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।