Allegations: ଭୋଟର ସ୍ଲିପ୍‌ରେ ତ୍ରୁଟିକୁ ନେଇ ବିବାଦ : ନାମର ଭୁଲ୍‌ ଅନୁବାଦକୁ ନେଇ ଉଠିଲା ଜାତିଗତ ପକ୍ଷପାତ ଅଭିଯୋଗ

Oct 26, 2026 - 22:03
Allegations: ଭୋଟର ସ୍ଲିପ୍‌ରେ ତ୍ରୁଟିକୁ ନେଇ ବିବାଦ : ନାମର ଭୁଲ୍‌ ଅନୁବାଦକୁ ନେଇ ଉଠିଲା ଜାତିଗତ ପକ୍ଷପାତ ଅଭିଯୋଗ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୋଟର ସ୍ଲିପ୍‌ରେ ନାମ ଭୁଲ୍‌ ଭାବେ ଲେଖାଯିବା ଘଟଣାକୁ ନେଇ ଜାତିଗତ ପକ୍ଷପାତ ଅଭିଯୋଗ ଉଠିଛି।

ଏହାର ଜବାବ ଦେଇ ଉତ୍ତରପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି, କମ୍ପ୍ୟୁଟର ଓ ସଫ୍ଟୱେର୍‌ ଜାତିଗତ ପକ୍ଷପାତ କରନ୍ତି ନାହିଁ।

ଏହା ସହିତ ସେ କଟାକ୍ଷ କରି କହିଛନ୍ତି, ଭଲ ହେଲା, ରାମ କୌଣସି ସଂଖ୍ୟାଲଘୁଙ୍କୁ ମାରିନାହାନ୍ତି।

ନଚେତ୍‌ ଜାତିବାଦ ସହ ସାମ୍ପ୍ରଦାୟିକତା ର ଅଭିଯୋଗ ମଧ୍ୟ ଆସିଥାନ୍ତା।

Advertisment ଆହୁରି ପଢନ୍ତୁ : Elections: ଜାମିଆରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ପୁଣି ଉତ୍ତେଜନା: ଅନେକ ଛାତ୍ରଛାତ୍ରୀ ଅଟକ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ଏହି ତ୍ରୁଟିକୁ ନେଇ ପ୍ରଶ୍ନ କରିବା ପରେ ବିବାଦ ଆରମ୍ଭ ହୋଇଥିଲା।

ଭୋଟର ସ୍ଲିପ୍‌ରେ 'ରାମହିତ ଯାଦବ' ନାମକୁ ଭୁଲ୍‌ ଭାବେ 'ରାମ ନେ ଯାଦବ କୋ ମାରା' ବୋଲି ଲେଖାଯାଇଥିଲା।

ଏହାର ଅର୍ଥ 'ରାମ ଯାଦବଙ୍କୁ ମାରିଲେ'।

ସଞ୍ଜୟ ସିଂହ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ପ୍ରଶ୍ନ କରିଥିଲେ, କାହିଁକି କେବଳ ଯାଦବଙ୍କୁ ରାମ ମାରିଲେ ବୋଲି ଦର୍ଶାଯାଇଛି?

ସିଂହ, ପାଠକ, ଆସ୍ଥାନା, ଶର୍ମା, ରାୟ କିମ୍ବା ବିଷ୍ଟଙ୍କ କ୍ଷେତ୍ରରେ ଏପରି କାହିଁକି ହୋଇନାହିଁ?

କମ୍ପ୍ୟୁଟର ଜାତିଗତ ପକ୍ଷପାତ କରୁଛି କି ବୋଲି ସେ ପ୍ରଶ୍ନ କରିଥିଲେ।

ଆହୁରି ପଢନ୍ତୁ : Attack: ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅପେକ୍ଷା: ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି ଏହାର ଜବାବରେ ରିନୱା ନିକଟରେ ହୋଇଥିବା ବିଧାନ ପରିଷଦ ନିର୍ବାଚନର ଭୋଟର ତାଲିକାରେ ଆଉ ଏକ ସମାନ ତ୍ରୁଟିର ଉଦାହରଣ ଦେଇଥିଲେ।

ସେଠାରେ ଜଣେ ଭୋଟରଙ୍କ ପିତାଙ୍କ ନାମ 'ରାମ ନେ ଶର୍ମା କୋ ମାରା' ବୋଲି ଲେଖାଯାଇଥିଲା।

ଭୋଟରଙ୍କ ନାମ ରବି ଶର୍ମା ଥିବାବେଳେ ପିତାଙ୍କ ନାମ ଭୁଲ୍‌ ଭାବେ ଲିପିବଦ୍ଧ ହୋଇଥିଲା।

ଆହୁରି ପଢନ୍ତୁ : Clash for Temple Ownership ମନ୍ଦିର ମାଲିକାନାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୦ ଆହତ ରିନୱାଙ୍କ କହିବା ଅନୁସାରେ, ଇଂରାଜୀରେ ଲେଖାଯାଇଥିବା ନାମକୁ ହିନ୍ଦୀ ଲିପିରେ ଲେଖିବା ପାଇଁ ସଫ୍ଟୱେର୍‌ ତିଆରି ହୋଇଛି।

କିନ୍ତୁ କେତେକ କ୍ଷେତ୍ରରେ ନାମର ଲିପ୍ୟନ୍ତର ପରିବର୍ତ୍ତେ ଶବ୍ଦର ଅନୁବାଦ ହୋଇଯାଇଛି।

ଏପରି ତ୍ରୁଟି ସଂଶୋଧନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କେତେକ ତ୍ରୁଟି ଚୂଡ଼ାନ୍ତ ତାଲିକାରେ ରହିଯାଇଛି।

ଭୋଟର ତାଲିକାରେ ଏପରି ଅନ୍ୟ ଅନିୟମିତତା ମଧ୍ୟ ସାମ୍ନାକୁ ଆସିଛି।

ପିଲିଭିତ ସଦର ନିର୍ବାଚନମଣ୍ଡଳୀ ରେ ୧୩,୧୫୦ ଜଣ ଭୋଟରଙ୍କ ନାମରେ ସମାନ ଭୋଟର ପରିଚୟପତ୍ର ନମ୍ବର ଥିବା ଅଭିଯୋଗ ହୋଇଛି।

ଏହି ଘଟଣାଗୁଡ଼ିକ ଭୋଟର ତାଲିକା ପ୍ରସ୍ତୁତିରେ ତ୍ରୁଟି ଓ ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।