Alleged Illegal Land Sale Sparks Action: ପ୍ରକୃତ ମାଲିକଙ୍କ ଅଜାଣତରେ ଜମି ବିକ୍ରି ହୋଇଥିବା ଅଭିଯୋଗ, ତହସିଲଦାର ଓ ARI ସସପେଣ୍ଡ
ଜମି ଚୋରି ମାମଲାରେ ତହସିଲଦାର ତଥା ସବରେଜିଷ୍ଟ୍ରାର ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ସସପେଣ୍ଡ। ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ମୌଜାର ଖାତା ନମ୍ବର ୪୯ର ୪ ଏକର ୪୦ ଡିସିମିଲ ଜମିକୁ ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ବିକ୍ରି ଅଭିଯୋଗରେ କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ରାମନାଥ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି।
ଗତ ଜୁଲାଇ ମାସରେ ଜମି ଚୋରି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସତ୍ୟାସତ୍ୟ ନେଇ ନୂଆପଡ଼ା ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ରାମନାଥ ମିଶ୍ରଙ୍କୁ ବୋଡ଼େନ ତହସିଲକୁ ବଦଳି କରାଯାଇଥିଲା l ପରେ ଗତକାଲି ଜିଲ୍ଲାପାଳ ତାଙ୍କୁ ସସପେଣ୍ଡ କରିଛନ୍ତି l ରାମନାଥ ମିଶ୍ର ସବ୍ ରେଜିଷ୍ଟ୍ରାର ଅଫିସରେ ନିୟୋଜିତ ଥିଲେ। ସେ ଆଧାର ନମ୍ବର ସତ୍ୟାସତ୍ୟ ନଜାଣି ଜମି ବିକ୍ରି ପ୍ରକ୍ରିୟା କରିଥିଲେ l କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସସପେଣ୍ଡ କରିଛି l
ଦୁଇ ଜଣଙ୍କୁ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜମି ଚୋରି ମାମଲାରେ ସବରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ କୋମନା ଥାନାରେ ଏକ ମାମଲା ରୁଜୁ କରିଥିଲେ l ଏଥିରେ ୬ ଜଣଙ୍କ ନାମରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।....
ଜମି ଦୁର୍ନୀତି ମାମଲାରେ ତହସିଲଦାର ଓ ARI ସସପେଣ୍ଡ
ନୂଆପଡ଼ା କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ସସପେଣ୍ଡ
ତହସିଲଦାରଙ୍କୁ ନିଲମ୍ବନ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ARI ରାମନାଥ ମିଶ୍ରଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ
ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।