Allu Sirish Complains About Loud Temple Music: ରାତି ୩ଟା ଯାଏଁ ମନ୍ଦିରରେ ବାଜୁଛି ଗୀତ, ଅଭିଯୋଗ ଆଣିଲେ ଅଲ୍ଲୁ ଶିରିଷ
ମନ୍ଦିରରେ ରାତି ୨ରୁ ୩ଟା ଯାଏଁ ଜୋରରେ ମ୍ୟୁଜିକ୍ ବାଜୁଥିବା ନେଇ ପୋଲିସର ହସ୍ତକ୍ଷେପ ଲୋଡ଼ିଛନ୍ତି ଅଭିନେତା ଅଲ୍ଲୁ ସିରିଶ। ହାଇଦ୍ରାବାଦର ଶୈକପେଟ୍ ଅଞ୍ଚଳରେ ଥିବା ତାଙ୍କ ଆବାସିକ ସୋସାଇଟି ନିକଟ ବିନୋବା ନଗରର ହନୁମାନ ମନ୍ଦିରରେ ଅନୁମତିଠାରୁ ଅଧିକ ଶବ୍ଦରେ ମ୍ୟୁଜିକ୍ ବାଜୁଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ ଅଲ୍ଲୁ ସିରିଶ ସୋସିଆଲ ମିଡିଆ ‘ଏକ୍ସ’ରେ ହାଇଦ୍ରାବାଦ ସିଟି ପୋଲିସକୁ ଟ୍ୟାଗ୍ କରିଛନ୍ତି। ଗତ କିଛି ଦିନ ହେଲା ଏଭଳି ଶବ୍ଦ ପ୍ରଦୂଷଣ ଜାରି ରହିଥିବା ସେ କହିଛନ୍ତି। ଏହା ଯୋଗୁଁ ବୃଦ୍ଧ, ପିଲା ଓ କାମ କରୁଥିବା ଲୋକେ ଅସୁବିଧାରେ ପଡ଼ୁଥିବା ସେ ଦାବି କରିଛନ୍ତି।
ସିରିଶଙ୍କ କହିବା ଅନୁସାରେ, ପୂର୍ବରୁ ଏନେଇ ଫିଲ୍ମନଗର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା। ଗଣେଶ ନିମଜ୍ଜନ ଉତ୍ସବ ଥିବାରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ସହିବାକୁ କୁହାଯାଇଥିବା ସେ କହିଛନ୍ତି। ତେବେ ଉତ୍ସବ ସରିଯାଇଥିଲେ ମଧ୍ୟ ରାତିରେ ଜୋରରେ ମ୍ୟୁଜିକ୍ ବାଜିବା ବନ୍ଦ ହୋଇନଥିବା ସେ ଅଭିଯୋଗ କରିଛନ୍ତି।
ଅଭିଯୋଗ ସହ ଅଲ୍ଲୁ ସିରିଶ ୯ ସେକେଣ୍ଡର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ତାଙ୍କ ଅଭିଯୋଗରେ ହାଇଦ୍ରାବାଦ ସିଟି ପୋଲିସ ପ୍ରତିକ୍ରିୟା ଦେଇ ମାମଲାଟିକୁ ଫିଲ୍ମନଗର ଥାନା ଅଧିକାରୀଙ୍କ ନିକଟକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଥିବା କହିଛି।
Respected @hydcitypolice . I'm a resident of Aparna One, Shaikpet. For the last few days the Hanuman temple at Vinobha Nagar is playing loud music, beyond allowed decibels till night 2/3am. I complained the Film Nagar PS.
— Allu Sirish (@AlluSirish) September 27, 2026
They asked us to bear till 25th Sept as its Ganesh… pic.twitter.com/ggJp4U4hdU
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।