Alone Life : ଏକାକୀପଣରେ ଅତିଷ୍ଠ କୋଟିପତି ନାନା: ୮୪ ବର୍ଷରେ ଖୋଜୁଛନ୍ତି ଜୀବନସାଥୀ

Sep 16, 2026 - 08:01
Alone Life : ଏକାକୀପଣରେ ଅତିଷ୍ଠ କୋଟିପତି ନାନା: ୮୪ ବର୍ଷରେ ଖୋଜୁଛନ୍ତି ଜୀବନସାଥୀ

"ନୂଆଦିଲ୍ଲୀ: ଘର ଅଛି, ସମ୍ପତ୍ତି ଅଛି, ପେନସନ୍ ଅଛି...

ଅଭାବ କେବଳ ଜଣେ ମଣିଷର!

ଯାହାଙ୍କ ସହ ବସି ଦୁଇ ପଦ କଥା ହୋଇପାରିବ, ମନର କଥା କହିହେବ, ଆଉ ଜୀବନର ଶେଷ ଯାତ୍ରାଟି ଏକାଠି କଟିପାରିବ।

ଏହି ଆଶା ନେଇ ୮୪ ବର୍ଷ ବୟସରେ ବିବାହ ପାଇଁ  ମନ ବଳାଇଛନ୍ତି ଜଣେ କୋଟିପତି ନାନା।

କଥାଟା ହୁଏତ ଅଜବ ଲାଗିପାରେ, ହେଲେ ଏହା ହେଉଛି ଏକାକୀପଣର ଏମିତି କାହାଣୀ, ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ।

ବୟସର ଅପରାହ୍ଣରେ ମଣିଷ ଖୋଜୁଛି ସାଥୀ!

ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ବରିଷ୍ଠ ନାଗରିକ ଜୀବନସାଥୀ ପରିଚୟ ସମ୍ମିଳନୀ।Advertisment  ଆଉ ଏଠାରେ ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବା ଆଶାରେ ପହଞ୍ଚିଥିଲେ ୯୦ ଜଣ ବୃଦ୍ଧ।

କାହାର ଜୀବନସାଥୀ ନାହାନ୍ତି, କିଏ ଅବିବାହିତ, ଆଉ କିଏ ପରିବାର ଥାଇ ବି ଏକା।

ଏହି ସମ୍ମିଳନୀରେ ୫୦ରୁ ୮୦ ବର୍ଷ ବୟସର ୭୫ ଜଣ ପୁରୁଷ ଏବଂ ମାତ୍ର ୧୫ ଜଣ ମହିଳା ଯୋଗ ଦେଇଥିଲେ।

ଏହି ସମ୍ମିଳନୀର ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ ୮୪ ବର୍ଷୀୟ ଜଣେ ନାନା।

ମଧ୍ୟପ୍ରଦେଶର ବିଦିଶାରୁ ନାତିଙ୍କ ସହ ଲକ୍ଷ୍ନୌ ଆସିଥିଲେ ସେ।

କୋଟି କୋଟି ଟଙ୍କାର ସମ୍ପତ୍ତି, ଦୁଇ ମହଲା ଘର...

ସବୁକିଛି ଥାଇ ବି ମନରେ ଥିଲା ଗଭୀର ଶୂନ୍ୟତା।

କୋଭିଡ୍ ସମୟରେ ସେ ନିଜ ପତ୍ନୀଙ୍କୁ ହରାଇଥିଲେ।

ଏହାପରେ ପୁଅମାନେ ମଧ୍ୟ ତାଙ୍କଠାରୁ ଦୂରେଇଗଲେ।

Are you traveling alone: ଟ୍ରେନ୍‌ରେ ଏକାକୀ ଯାତ୍ରା କରୁଛନ୍ତି କି!

ଏବେ ସମ୍ପତ୍ତି ନୁହେଁ, ତାଙ୍କୁ ଦରକାର ଜଣେ ନିଜର ମଣିଷ।

କେବଳ ୮୪ ବର୍ଷୀୟ ନାନା ନୁହନ୍ତି, ଏଠାରେ ପହଞ୍ଚିଥିବା ପ୍ରତ୍ୟେକ ବୃଦ୍ଧଙ୍କ ପଛରେ ରହିଛି ଏକ ଅଲଗା କାହାଣୀ।

ଦିଲ୍ଲୀର ଜଣେ ୫୫ ବର୍ଷୀୟ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରାୟ ୩୦ ବର୍ଷ ହେଲା ଏକା ରହୁଛନ୍ତି।

ପୁଅ ବଡ଼ ହେବା ପରେ ଅଲଗା ରହୁଛନ୍ତି।

ଏବେ ତାଙ୍କର ଇଚ୍ଛା ପାଖରେ ଏମିତି ଜଣେ ମଣିଷ ଥାଆନ୍ତୁ, ଯାହାଙ୍କ ସହ ଦୁଇ ପଦ କଥା ହୋଇପାରିବ।

ଉନ୍ନାଓର ୬୭ ବର୍ଷୀୟ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପାଖରେ ଘର ଅଛି, ମାସକୁ ୪୨ ହଜାର ଟଙ୍କା ପେନସନ୍ ମଧ୍ୟ ମିଳୁଛି।

ହେଲେ ପରିବାରର ଅବହେଳା ତାଙ୍କୁ ଏକାକୀ କରିଦେଇଛି।

ଅନ୍ୟପଟେ ପ୍ରୟାଗରାଜରୁ ଆସିଥିବା ଜଣେ ମହିଳା କହିଛନ୍ତି, ବୁଢ଼ା ବାପା-ମାଆଙ୍କ ସେବାରେ ତାଙ୍କ ପୂରା ଜୀବନ କଟିଗଲା।

ହେଲେ ନିଜେ ଅସୁସ୍ଥ ହେବା ପରେ ହସ୍ପିଟାଲରେ ତାଙ୍କ ହାଲଚାଲ ପଚାରିବାକୁ କେହି ନଥିଲେ।

ସେତେବେଳେ ଅନୁଭବ କଲେ ଜୀବନର ଏହି ପର୍ଯ୍ୟାୟରେ ଜଣେ ସାଥୀ କେତେ ଜରୁରୀ।

ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଏତେ କମ୍ କାହିଁକି?

ସଂସ୍ଥାର କହିବା କଥା, ସମାଜର ଚିନ୍ତାଧାରା ଏବଂ ପରିବାରର ବନ୍ଧନ ଯୋଗୁଁ ବୃଦ୍ଧାବସ୍ଥାରେ ପୁଣିଥରେ ବିବାହ କରିବାକୁ ଅନେକ ମହିଳା ପଛ ଘୁଞ୍ଚା ଦେଉଛନ୍ତି।

ବୟସ ବଢ଼ିଲେ ଭଲପାଇବାର ଆବଶ୍ୟକତା କମିଯାଏନି, ବରଂ ହୁଏତ ଆହୁରି ବଢ଼ିଯାଏ।

ଟଙ୍କା, ଘର ଆଉ ସମ୍ପତ୍ତି ଥିଲେ ବି ଯଦି ପାଖରେ ମନ କଥା ବୁଝିବାକୁ  ଲୋକଟିଏ ନାହଁ , ତେବେ ଏକାକୀପଣ ହିଁ ସବୁଠୁ ବଡ଼ ଯନ୍ତ୍ରଣା।

ଆଉ ଲକ୍ଷ୍ନୌର ଏହି ସମ୍ମିଳନୀ ବୋଧହୁଏ ସେହି କଥା ହିଁ କହୁଛି ପ୍ରେମ ଓ ସାଥୀ ଖୋଜିବାର କୌଣସି ବୟସ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।