Old Dispute: ଦୁଇ ସାହି ମଧ୍ୟରେ ପୁରୁଣା ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ବାପା ମୃତ; ପୁଅ ଗୁରୁତର
"ଭଦ୍ରକ: ସାହି ସାହି ମଧ୍ୟରେ ବିବାଦନେଲା ଉଗ୍ର ରୂପ।
ପୁରୁଣା ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ।
ଘଟଣାସ୍ଥଳରେ ବାପ ମୃତ ଓ ପୁଅ ଗୁରୁତର ହୋଇଛନ୍ତି ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାନ୍ଦିଆ ଜେନା ସାହିରେ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ।Advertisment ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଦୁଇ ସାହି ମଧ୍ୟରେ ପୁରୁଣା ବିବାଦ ଥିଲା ।
ଏବେ ପୁଣି କୌଣସି କାରଣକୁ ନେଇ ଝଗଡା ହୋଇଥିଲା ।
ପରେ ଗୋଟିଏ ପକ୍ଷର ୩୯ ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଆସି ଲକ୍ଷ୍ମୀଧର ଜେନାଙ୍କୁ ଆକ୍ରମଣ କରିଥିଲେ।
ବାପାଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଆସି ଦୁଇ ପୁଅ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ।
ତେବେ ଆକ୍ରମଣରେ ବାପା ଲକ୍ଷ୍ମୀଧର ଜେନାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ପର୍ଶୁରାମ ଜେନାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପର୍ଶୁରାମଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Accident: ଅଜଣା ଗାଡ଼ିକୁ ପଛରୁ ଧକ୍କାଦେଲା ପରିବା ବୋଝେଇ ଟ୍ରକ୍, ଚାଳକ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।