Asian e-sports event: କୁଏତରେ ହେବ ପ୍ରଥମ ଏସୀୟ ବୈଦ୍ୟୁତିକ କ୍ରୀଡ଼ା

Oct 09, 2026 - 04:20
Asian e-sports event: କୁଏତରେ ହେବ ପ୍ରଥମ ଏସୀୟ ବୈଦ୍ୟୁତିକ କ୍ରୀଡ଼ା

"ନୂଆଦିଲ୍ଲୀ: ପ୍ରଥମ "ଏସୀୟ ଇ-ସ୍ପୋର୍ଟ୍ସ ଆଣ୍ଡ ମାଇଣ୍ଡ୍ ସ୍ପୋର୍ଟ୍ସ ଗେମ୍ସ" ଆସନ୍ତା ବର୍ଷ କୁଏତରେ ଅନୁଷ୍ଠିତ ହେବ।

ଏଥିପାଇଁ ଏସୀୟ ଅଲିମ୍ପିକ୍‌ ପରିଷଦ ଓ କୁଏତ ମଧ୍ୟରେ ଆୟୋଜକ ସହର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଏହି ନୂଆ ମହାଦେଶୀୟ ପ୍ରତିଯୋଗିତାରେ ପ୍ରାୟ ୪,୦୦୦ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଦ୍ୱିବାର୍ଷିକ ଭିତ୍ତିରେ ହେବାକୁ ଥିବା ଏହି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ୨୦୨୯ରେ ଫିଲିପାଇନ୍ସରେ ଆୟୋଜିତ ହେବାର ସମ୍ଭାବନା ରହିଛି।Advertisment Election: ଆଜି ଆସିବ ଉପନିର୍ବାଚନ ଫଳ ଏସୀୟ କ୍ରୀଡ଼ାରେ ଇ-ସ୍ପୋର୍ଟ୍ସ ପ୍ରଥମେ ୨୦୧୮ରେ ପ୍ରଦର୍ଶନୀ କ୍ରୀଡ଼ା ଭାବେ ସାମିଲ ହୋଇଥିଲା।

ପରେ ୨୦୨୩ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଏହା ପଦକ ଇଭେଣ୍ଟ ଭାବେ ସ୍ଥାନ ପାଇଥିଲା।

ଏବେ ଏହି ଖେଳର ସ୍ୱତନ୍ତ୍ର ମହାଦେଶୀୟ ପ୍ରତିଯୋଗିତା ଆୟୋଜନ କରାଯିବ।

ନୂଆ ଇଭେଣ୍ଟ ଭାରତୀୟ ଇ-ସ୍ପୋର୍ଟ୍ସ ଖେଳାଳିଙ୍କୁ ଦେଶ ପାଇଁ ଖେଳିବାର ଅଧିକ ସୁଯୋଗ ଦେବ।

ସୂଚନାଯୋଗ୍ୟ ଯେ ଇ-ସ୍ପୋର୍ଟ୍ସ ବା ବୈଦ୍ୟୁତିକ କ୍ରୀଡ଼ା ହେଉଛି ପ୍ରତିଯୋଗିତାମୂଳକ ଭିଡିଓ ଗେମିଂ।

ସେହିପରି ଯେଉଁ କ୍ରୀଡ଼ାରେ ଶାରିରୀକ ଶକ୍ତି ପରିବର୍ତ୍ତେ ମାନସିକ ଦକ୍ଷତା, ବୁଦ୍ଧିମତ୍ତା ଓ ରଣକୌଶଳର ପ୍ରୟୋଗ ହୁଏ ତାହାକୁ ବୌଦ୍ଧିକ କ୍ରୀଡ଼ା ବା ମାଇଣ୍ଡ ସ୍ପୋର୍ଟ୍ସ କୁହାଯାଏ।

ଚେସ୍‌ ହେଉଛି ଏକ ଲୋକପ୍ରିୟ ମାଇଣ୍ଡ ସ୍ପୋର୍ଟ୍ସ।

Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।