02 SEPTEMBER 2026

Welcome!

Unlock your personalized experience.
Sign Up

Amit Shah: ସୋନିଆଙ୍କ ପାପକୁ ଦେଶବାସୀ କ୍ଷମା କରିବେନି: ଅମିତ ଶାହ

Aug 17, 2026 - 04:15
Amit Shah: ସୋନିଆଙ୍କ ପାପକୁ ଦେଶବାସୀ କ୍ଷମା କରିବେନି: ଅମିତ ଶାହ

ଚିତ୍ତୋରଗଡ଼: ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଜାତୀୟ  ଗୀତ ‘ବନ୍ଦେ ମାତରମ୍‌’ ଗାନକୁ ମଝିରୁ ବନ୍ଦ କରିବା ପାଇଁ ହୋଇଥିବା ପ୍ରୟାସକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ଚିତ୍ତୋରଗଡ଼ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କଂଗ୍ରେସର ଏଭଳି ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ନିର୍ଲଜତା  ବୋଲି ଅଭିହିତ କରିବା ସହ ଏହି ପାପ ପାଇଁ ଦେଶର ଜନସାଧାରଣ କଂଗ୍ରେସକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ଗୀତ ଗାନ ଚାଲିଥିବା ବେଳେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଦଳର ସଭାପତିଙ୍କୁ ଏହାକୁ ଅଧାରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ଦୃଶ୍ୟ ଟିଭି ମାଧ୍ୟମରେ ସାରା ଦେଶ ଦେଖିଛି ବୋଲି ଶାହ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ଦେଶର ୧୪୦ କୋଟି ଲୋକ ଏହି ଆଚରଣକୁ ଦେଖୁଛନ୍ତି ଏବଂ ଜାତୀୟ ଗୀତକୁ ଅସମ୍ପୂର୍ଣ୍ଣ ଛାଡ଼ିବା କଥା କେହି ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ, ଯାହା ପାଇଁ କଂଗ୍ରେସ ନେତାମାନେ ଲଜ୍ଜିତ ହେବା ଉଚିତ।

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

‘ବନ୍ଦେ ମାତରମ୍‌’ ବିବାଦ; ଦେଶବାସୀ ଓ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ପାଖରେ କଂଗ୍ରେସ କ୍ଷମା ମାଗୁ

ଗୃହମନ୍ତ୍ରୀ ଶାହ କଂଗ୍ରେସ ଦଳକୁ ଏହି ପ୍ରସଙ୍ଗରେ ଦେଶବାସୀଙ୍କ ନିକଟରେ ଏବଂ ‘ବନ୍ଦେ ମାତରମ୍‌’ର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଅମର ଆତ୍ମା ନିକଟରେ ହାତ ଯୋଡ଼ି ସ୍ପଷ୍ଟ ଭାବେ କ୍ଷମା ମାଗିବାକୁ ଦାବି କରିଛନ୍ତି।  ତେବେ ଏହି ସମସ୍ତ ଅଭିଯୋଗକୁ କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି। ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ଆଚରଣ ସହ ଜାତୀୟ ଗୀତ ବନ୍ଦ କରିବାର କୌଣସି ସମ୍ପର୍କ ନାହିଁ, ବରଂ ସେ  ଉତ୍ସବରେ ସଙ୍ଗୀତ ଗାନ ପାଇଁ ସଠିକ୍  ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଥିଲେ।

Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।