Amitabh bachchan: ଉଚ୍ଚତା ପାଇଁ ମିଳୁନଥିଲା କାମ: ‘କେବିସି-୧୮’ରେ ସଂଘର୍ଷ କାହାଣୀ ଶୁଣାଇଲେ ଅମିତାଭ ବଚ୍ଛନ
"ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଆଜି ଭାରତୀୟ ସିନେମା ଜଗତର ଜଣେ ସଫଳତମ ଅଭିନେତା।
କିନ୍ତୁ କ୍ୟାରିୟରର ପ୍ରାରମ୍ଭିକ ଦିନରେ ତାଙ୍କର ଉଚ୍ଚତା ଏବଂ ଚେହେରା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିଲା।
ନିକଟରେ "କୌନ୍ ବନେଗା କରୋଡ୍ପତି-୧୮"ର ଏକ ଅଧ୍ୟାୟରେ ବିଗ୍-ବି ନିଜ ସଂଘର୍ଷ ଦିନର ଏକ ରୋଚକ କାହାଣୀ ଶେୟାର କରିଛନ୍ତି।Advertisment ଆହୁରି ପଢନ୍ତୁ :Dynamite: ଡାଇନାମାଇଟ୍ କିପରି ଆବିଷ୍କୃତ ହୋଇଥିଲା?
ଜାଣନ୍ତୁ ନୋବେଲ୍ ପୁରସ୍କାର ଓ ଏହାର ସୃଷ୍ଟି ପଛର କାହାଣୀ ରିଆଲିଟି ଶୋ" କେବିସି-୧୮ର ଏକ ଏପିସୋଡ୍ରେ ବିନମ୍ର ନାମକ ଜଣେ ପ୍ରତିଯୋଗୀ ଅମିତାଭଙ୍କ ଆଇକନିକ୍ ହେୟାରଷ୍ଟାଇଲ୍ ଏବଂ ଲମ୍ବା ବାଳ ବିଷୟରେ ଚର୍ଚ୍ଚା କରିଥିଲେ।
ଏହାର ଉତ୍ତର ଦେଇ ଅମିତାଭ କହିଥିଲେ ଯେ, ତାଙ୍କର ଏହି ହେୟାରଷ୍ଟାଇଲ୍ କୌଣସି ଫ୍ୟାଶନ୍ ନଥିଲା, ବରଂ ଏହା ପଛରେ ଏକ ବିଶେଷ କାରଣ ଥିଲା।
ଆହୁରି ପଢନ୍ତୁ :Delhi Content Creator: ଚାକିରି ଛାଡ଼ି ସୋସିଆଲ ମିଡିଆକୁ ଆପଣାଇଲେ ଯୁବତୀ: ବଖାଣିଲେ ତାଙ୍କ ରୋଜଗାର "କୌଣସି ନାୟିକା କାମ କରିବେ ନାହିଁ"ନିଜର ପ୍ରାରମ୍ଭିକ ଦିନକୁ ମନେ ପକାଇ ଅମିତାଭ କହିଛନ୍ତି, "ଯେତେବେଳେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲି, ପ୍ରଯୋଜକମାନେ ମୋତେ ଦୁଇଟି କଥା କହୁଥିଲେ।
ପ୍ରଥମଟି ହେଲା, ମୋର ଉଚ୍ଚତା ଅତ୍ୟଧିକ ଲମ୍ବା ହୋଇଥିବାରୁ କୌଣସି ହିରୋଇନ୍ (ନାୟିକା) ମୋ ସହ କାମ କରିବାକୁ ରାଜି ହେବେ ନାହିଁ।
ଦ୍ଵିତୀୟଟି ହେଲା, ମୋର ଚେହେରା ବହୁତ ଛୋଟ ଦେଖାଯାଉଛି।
ତେଣୁ ନିଜ ଚେହେରାକୁ ଟିକେ ବଡ଼ ଦେଖାଇବା ପାଇଁ ମୁଁ କାନ ପାଖ ବାଳକୁ ଲମ୍ବା ରଖିବା ଆରମ୍ଭ କରିଥିଲି।" ଆହୁରି ପଢନ୍ତୁ :Name change: ବଦଳି ଯିବ ଓଡ଼ିଶାର ଏହି ପଡ଼ୋଶୀ ରାଜ୍ୟର ନାମ? 'ସାତ୍ ହିନ୍ଦୁସ୍ତାନୀ'ରୁ 'ଜଞ୍ଜୀର'ର ସଫଳତାଅମିତାଭ ୧୯୬୯ ମସିହାରେ 'ସାତ୍ ହିନ୍ଦୁସ୍ତାନୀ' ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ।
ଏହା ପରେ 'ରେଶମା ଓର୍ ଶେରା', 'ପରୱାନା' ଓ 'ବଂଶୀ ବିର୍ଜୁ' ଭଳି କେତେକ ଫିଲ୍ମରେ କାମ କରିଥିଲେ ମଧ୍ୟ ସେଗୁଡ଼ିକ ବକ୍ସ ଅଫିସରେ ବିଶେଷ ସଫଳ ହୋଇନଥିଲା।
ଆହୁରି ପଢନ୍ତୁ :Table Tennis: ଚାଇନା ସ୍ମାସ୍: କ୍ବାର୍ଟରରେ ମାନବ-ମନୁଷ ପରବର୍ତ୍ତୀ ସମୟରେ 'ଆନନ୍ଦ' (୧୯୭୧) ଏବଂ 'ବମ୍ବେ ଟୁ ଗୋଆ' (୧୯୭୨) ଫିଲ୍ମ ତାଙ୍କୁ ପରିଚୟ ଦେଇଥିଲା।
ତେବେ ୧୯୭୩ରେ ମୁକ୍ତିଲାଭ କରିଥିବା 'ଜଞ୍ଜୀର' ଫିଲ୍ମ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା।
ଏହି ଫିଲ୍ମରେ ପୁଲିସ ଅଫିସର 'ବିଜୟ ଖାନ୍ନା' ଭୂମିକାରେ ଅଭିନୟ କରି ସେ 'ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍' ଭାବେ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ପକ୍କା କରିଥିଲେ।
ଏହା ପରେ 'ଶୋଲେ', 'ଦୀୱାର', 'ଡନ୍' ଓ 'ମୁକଦ୍ଦର କା ସିକନ୍ଦର' ଭଳି ବହୁ ସୁପରହିଟ୍ ଫିଲ୍ମ ଦେଇ ସେ ହିନ୍ଦୀ ସିନେମାର ସବୁଠାରୁ ବଡ଼ ତାରକା ପାଲଟିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।