Amla In Mann Ki Baat: ଅଁଳାର ଗୁଣ ଗାଇଲେ ମୋଦୀ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୩୮ତମ ସଂସ୍କରଣରେ ପ୍ରତାପଗଡ଼ରଅଁଳାର ଖୁବ ଚର୍ଚ୍ଚା କରିଥିଲେ।Advertisment ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି," ଅଁଳା ଅଧିକାଂଶ ଘରେ ଥାଏ।
କେହି କେହି ଏହାକୁ ଆଚାର ଭାବରେ ଖାଇବାକୁ ପସନ୍ଦ କରନ୍ତି, ତ ଆଉ କେହି ମିଠା ଆଚାର ଭାବେ ପ୍ରସ୍ତୁତ କରିଥାଆନ୍ତି।
ଶୀତଦିନ ଆସିବା ସହିତ ଘରେଘରେ ଅଁଳାର ବ୍ୟବହାର ବୃଦ୍ଧି ପାଇଥାଏ।
ବର୍ତ୍ତମାନ ଏହି ସାଧାରଣ ଦେଖାଯାଉଥିବା ଫଳଟି ପ୍ରତାପଗଡ଼ର ଲୋକଙ୍କ ପାଇଁ ଆୟର ଏକ ବଡ଼ ଉତ୍ସ ପାଲଟିଛି।
ଅଁଳା ସ୍ୱାଦିଷ୍ଟ ହେବ ସହିତ ସ୍ୱାସ୍ଥ୍ୟକର ମଧ୍ୟ।" View this post on Instagram ଅଁଳା ପୋଷକ ତତ୍ତ୍ୱର ଏକ ଭଣ୍ଡାର।
ଆୟୁର୍ବେଦ ଠାରୁ ଆରମ୍ଭ କରି ଆଧୁନିକ ବିଜ୍ଞାନ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଏହାକୁ ଏକ 'ସୁପରଫୁଡ୍' ଭାବରେ ସ୍ୱୀକୃତି ମିଳିଛି।
କମଳା ତୁଳନାରେ ପ୍ରାୟ ୨୦ ଗୁଣ ଅଧିକ ଭିଟାମିନ୍-ସି ଯୋଗାଉଥିବା ଏହି ଛୋଟ ଫଳଟି ଆମ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସଦୃଶ।
ଅଁଳା ଖାଇବାର ଲାଭ କ"ଣ?
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଅଁଳାରେ ପ୍ରଚୁର ପରିମାଣର ଭିଟାମିନ୍-ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି।
ଏହା ଆମ ଶରୀରକୁ ଥଣ୍ଡା, କାଶ ଏବଂ ଭାଇରାଲ୍ ସଂକ୍ରମଣ ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ।
ଆଇରନ୍ (ଲୌହ) ଅଭାବ ଦୂର କରିବା: ଆଇରନ୍ଯୁକ୍ତ ଖାଦ୍ୟ ସହିତ ଅଁଳା ସେବନ କରିବା ଦ୍ୱାରା ଶରୀରରେ ଆଇରନ୍ ଶୋଷଣ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଥାଏ।
ଜୀବନ ହାରିଦେଲେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।