Anganwadi Workers: ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୫୫ ବର୍ଷ ବୟସରେ ଛଟେଇ ନିଷ୍ପତ୍ତି ବନ୍ଦ କରିବାକୁ ଦାବି

Oct 12, 2026 - 14:07
Anganwadi Workers: ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୫୫ ବର୍ଷ ବୟସରେ ଛଟେଇ ନିଷ୍ପତ୍ତି ବନ୍ଦ କରିବାକୁ ଦାବି

"ସୁନ୍ଦରଗଡ଼: ୫୫ ବର୍ଷ ବୟସର ଅଙ୍ଗନବାଡ଼ିକର୍ମୀ ଓ ସହାୟିକାଙ୍କ ପ୍ରତିବର୍ଷ କାର୍ଯ୍ୟଦକ୍ଷତା ସମୀକ୍ଷା ଆଳରେ ଛଟେଇ ନିଷ୍ପତ୍ତିକୁ ପ୍ରବଳ  ବିରୋଧ।

ଏହି ଅବସରରେ ସୋମବାର ଭାରତୀୟ ମଜଦୂର ସଂଘ ସ‌ହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ଜିଲ୍ଲାପାଳଙ୍କ ଅଫିସ ଆଗରେ ଭିକ୍ଷୋଭ ପ୍ରଦର୍ଶନ କରିଛି।

ସକାଳୁ ସୁନ୍ଦରଗଡ଼ ରାମଜୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ପ୍ରତିବାଦ କରିଥିଲେ।Advertisment ଶିଶୁ ଓ  ମହିଳା ଶିଶୁବିକାଶ ବିଭାଗ ଜାରି କରିଥିବା ଏକ ପତ୍ର ଅନୁଯାୟୀ, ୫୫ ବର୍ଷ ବା ତତୁର୍ଦ୍ଧ ବୟସର ଅଙ୍ଗନବାଡ଼ିକର୍ମୀ ଓ ସହାୟିକାଙ୍କ ପ୍ରତିବର୍ଷ କାର୍ଯ୍ୟଦକ୍ଷତା ସମୀକ୍ଷା କରା‌ଯାଇ ଯେଉଁମାନଙ୍କ କାର୍ଯ୍ୟଦକ୍ଷତା କମ୍ ରହିବ, ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅମାନବୀୟ ଓ ଶ୍ରମିକ ବିରୋଧୀ ବୋଲି ସଂଘ ଅଭିଯୋଗ କରିଛି।୫୫ ବର୍ଷରେ ଛଟେଇ ଷଡ଼ଯନ୍ତ୍ର ବନ୍ଦ କରିବାକୁ ଦାବି ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ  ସଂଘ ଜିଲ୍ଲା ସମ୍ପାଦିକା ତଥା ରାଜ୍ୟ ଉପ-ସାଧାରଣ ସମ୍ପାଦିକା ବିମଳା ଲାକ୍ରା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଏ ନୂତନ ନିୟମାବଳୀକୁ ତୀବ୍ର ବିରୋଧ କରିବା ସ‌ହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆରମ୍ଭ ସମୟରେ ଧାର୍ଯ୍ୟ ୬ଟି ମୌଳିକ ସେବା ଯୋଗାଇବା ପାଇଁ ଏହି କର୍ମୀମାନେ ନିଯୁକ୍ତି ପାଇଥିଲେ।

ବର୍ତମାନ ସେମାନଙ୍କ ଉପରେ କାର୍ଯ୍ୟଭାର ବହୁଗୁଣିତ ହୋଇଥିଲେ ମଧ୍ୟ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉନାହିଁ।

ଏପରି ସ୍ଥିତିରେ ବୟସ ଆଳରେ ଛଟେଇ ନୀତି ଗ୍ରହଣୀୟ ନୁହେଁ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ ବର୍ଷ ପରେ ଅଙ୍ଗନବାଡ଼ିକର୍ମୀମାନଙ୍କୁ ପୁନଃନିଯୁକ୍ତି ଦିଆଯାଉ ନ ଥିବାରୁ ଏଥିପାଇଁ ସ୍ପଷ୍ଟ ଓ ଉପଯୁକ୍ତ ପଦକ୍ଷେପ ନେବା, ନେଟୱାର୍କ ତଥା ଯାନ୍ତ୍ରିକ ତ୍ରୁଟି ଯୋଗୁ "ପୋଷଣ ଟ୍ରାକର' ରେ ତଥ୍ୟ ଦାଖଲି ହୋଇନପାରିବାରୁ କଟାଯାଇଥିବା ମାନଧନର ପୁନର୍ବିଚାର କରି ତୁରନ୍ତ ଫେରସ୍ତ କରିବା, ଅଙ୍ଗନବାଡ଼ି ସହାୟିକାମାନଙ୍କ ପଦୋନ୍ନତି ପାଇଁ ଧାର୍ଯ୍ୟ ୪୫ ବର୍ଷର ବୟସ ସୀମାକୁ  ଉଠାଇଦେବା, ପ୍ରତିବର୍ଷ ନିୟମିତ ଭାବେ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା କାର୍ଯ୍ୟକାରୀ କରିବା, ୨୦୨୪ ସାଧାରଣ ନିର୍ବାଚନ ସମୟରେ ଦଳୀୟ ସଂକଳ୍ପପତ୍ରରେ ଘୋଷିତ ପ୍ରତିଶ୍ରୁତି ଓ ଅନୁଯାୟୀ, ଅଙ୍ଗନବାଡ଼ିକର୍ମୀ ସହାୟିକାମାନଙ୍କ ମାସିକ ପାରିଶ୍ରମିକକୁ ତୁରନ୍ତ ବୃଦ୍ଧି କରିବା, ଗତ ୩ ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ଏବଂ ବର୍ଷ ବର୍ଷ ଧରି ବାକି ଥିବା ମୋବାଇଲ୍ ଇଣ୍ଟରନେଟ୍ ରିଚାର୍ଜ ଖର୍ଚ୍ଚ ତୁରନ୍ତ ପ୍ରଦାନ, କେନ୍ଦ୍ରର ଯୁଗ୍ମ ବ୍ୟାଙ୍କ ଖାତାକୁ ଆସୁଥିବା ଅର୍ଥରାଶିର ସ୍ପଷ୍ଟ ବିବରଣୀ ପ୍ରଦାନ, ସମସ୍ତ ଜିଲ୍ଲାରେ ଏସଏନପି ଓ ଏମଏସପିୱାଇ ଯୋଜନାର ଅର୍ଥ ତଥା ଚାଉଳ ଠିକ୍ ସମୟରେ କେନ୍ଦ୍ରଗୁଡି଼କୁ ଯୋଗାଇ ଦେବା, ବକେୟା ରହିଥିବା ମାତୃତ୍ବକାଳୀନ ସୁବିଧା, ଅବସରକାଳୀନ ସହାୟତା ଓ ମୃତ୍ୟୁକାଳୀନ ସହାୟତା ବିନା ବିଳମ୍ବରେ ପ୍ରଦାନ କରିବାକୁ ଦାବି କରାଯାଇଛି।

ଆନ୍ଦୋଳନକୁ ଜୋରଦାର କରାଯିବ ଯଦି ସରକାର ଏହି  ଦାବିଗୁଡ଼ିକ ଉପରେ ଶୀଘ୍ର ସହୃଦୟତାର ସହ ବିଚାର ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ବିକ୍ଷୋଭରେ ସଭାନେତ୍ରୀ ବାସନ୍ତୀ ବାଗ, ରାଜ୍ୟ ଉପସଭାନେତ୍ରୀ କିଶୋରୀ ପଣ୍ଡା, ଜିଲ୍ଲା ସହସଂପାଦିକା ରାଜକୁମାରୀ ବଗାର, ସବିତା ପଣ୍ଡା, କିଶୋରୀ ନାଏକ ପ୍ରମୁଖଙ୍କ ସମେତ ଶହଶହ କର୍ମୀ, ସହାୟିକା ସାମିଲ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Two Bikers Killed: ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।