Another Depression May Form in Bay of Bengal: ପୁଣି ଆସୁଛି କି ଆଉ ଏକ ବାତ୍ୟା ? ୩୧ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Oct 30, 2026 - 09:39
Another Depression May Form in Bay of Bengal: ପୁଣି ଆସୁଛି କି ଆଉ ଏକ ବାତ୍ୟା ? ୩୧ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

ବାତ୍ୟା ଅର୍ଣ୍ଣବର ତାଣ୍ଡବ ଥମିନି, ପୁଣି ମୁଣ୍ଡ ଟେକିଲାଣି ଆଉ ଏକ ସମ୍ଭାବ୍ୟ ଅବପାତ।

ଗୋଟିଏ ବିପଦରୁ ମୁକୁଳିବା ପୂର୍ବରୁ ଆଉ ଏକ ପାଣିପାଗୀୟ ପରିବର୍ତ୍ତନକୁ ନେଇ ବଢ଼ିଲା ଚିନ୍ତା।

ଆସନ୍ତା ୩୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଅବପାତ।

ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏହାର ପ୍ରଭାବରେ ନଭେମ୍ବର ପହିଲାରୁ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି।

Advertisment ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି।

ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ନେଇ ଆକଳନ କରାଯାଇଛି।

ଗତିପଥରେ ଆଗକୁ ବଢ଼ିବା ସହ ଆସନ୍ତା ୩୧ ତାରିଖ ବେଳକୁ ଏହା ଅବପାତର ରୂପ ନେଇପାରେ।

ଅର୍ଥାତ୍ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ବନ୍ଧୀୟ ପାଣିପାଗୀୟ ପ୍ରକ୍ରିୟା ସକ୍ରିୟ ହେବାକୁ ଯାଉଛି।

କେବଳ ଅବପାତ ସୃଷ୍ଟି ନୁହେଁ, ପରବର୍ତ୍ତୀ ଦୁଇ ଦିନରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି।

ଏହା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ ବୋଲି ଆକଳନ କରିଛି ଆଇଏମଡି।

ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଛି।

ଆଗାମୀ ଦିନରେ ଏହାର ସ୍ଥିତି ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।