Rs 8 Crore Stolen From Keralam Muslim Centre in Qatar: କତାରରେ ୮ କୋଟି ଟଙ୍କା ଚୋରି; ବିଜେପି ନେତାଙ୍କ ଆତ୍ମସମର୍ପଣ, ଆଉ ୨ ଅଭିଯୁକ୍ତ ଚିହ୍ନଟ

Oct 30, 2026 - 12:30
Rs 8 Crore Stolen From Keralam Muslim Centre in Qatar: କତାରରେ ୮ କୋଟି ଟଙ୍କା ଚୋରି; ବିଜେପି ନେତାଙ୍କ ଆତ୍ମସମର୍ପଣ, ଆଉ ୨ ଅଭିଯୁକ୍ତ ଚିହ୍ନଟ

କତାରସ୍ଥିତ କେରଳ ମୁସଲିମ୍ କଲଚରାଲ୍ ସେଣ୍ଟର (କେଏମସିସି) କାର୍ଯ୍ୟାଳୟରୁ ପ୍ରାୟ ୮ କୋଟି ଟଙ୍କା ଅର୍ଥାତ ୩୧ ଲକ୍ଷ କତାରି ରିୟାଲ୍ ଚୋରି ମାମଲାରେ ପୋଲିସ ଦ୍ୱାରା ଆଉ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି।

Advertisment କେରଳର କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫର ଏକ ମୁଖ୍ୟ ସହଯୋଗୀ ଦଳ 'ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍' ସହିତ ଜଡିତ ଏକ ସାଂସ୍କୃତିକ ଏବଂ ସାମାଜିକ କଲ୍ୟାଣ ସଂଗଠନ ହେଉଛି କେଏମସିସି।

ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖରେ ଦୋହାର ଅଲ୍ ଥୁମାମା ଅଞ୍ଚଳରେ ଥିବା କେଏମସିସି କାର୍ଯ୍ୟାଳୟରୁ ଏହି ବଡ଼ଧରଣର ଚୋରି ହୋଇଥିଲା।

କେଏମସିସି କର୍ମକର୍ତ୍ତାଙ୍କ ଅଭିଯୋଗ ଆଧାରରେ କୋଇଲାଣ୍ଡି ପୋଲିସ ଏନେଇ ମାମଲା ରୁଜୁ କରିଥିଲା।

ସ୍ଥାନୀୟ ବିଜେପି ନେତା ତଥା କୋଇଲାଣ୍ଡିର ବାସିନ୍ଦା ପରାପ୍ପିଲ୍ ବାଲକ୍ରିଷ୍ଣନ୍ ଗତ ବୁଧବାର ଦିନ କୋଇଲାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

କେରଳରୁ କତାରକୁ ଏହି ଚୋରି ସମ୍ବନ୍ଧୀୟ କାମରେ ଯାଇଥିବା ୪ ଜଣିଆ ଦଳରେ ସେ ମଧ୍ୟ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି।

ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଏହି ଘଟଣାରେ ଆଉ ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା।

Advertisment ଏହାପରେ ପୋଲିସ ପେୟୋଲି ଅଞ୍ଚଳର କମରୁଦ୍ଦିନ୍ ଏବଂ ଅବଦୁଲ ରଜାକ୍ କୁନ୍ନୁମାଲଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବେ ଘୋଷଣା କରିଛି।

ବିଦେଶରେ ଥିବା ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତ ପେପରିକି ଶାଜି, ରାଶି, ହସନ୍, ନିସାର ଏବଂ ସାଲିହଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ 'ଲୁକ୍ ଆଉଟ୍ ନୋଟିସ୍' ଜାରି କରାଯାଇଛି।

ଗତ ସପ୍ତାହରେ ଆଇୟୁଏମଏଲ ନେତୃତ୍ୱ ରଜାକ୍‌ଙ୍କୁ ଦଳ ଏବଂ କେଏମସିସିର ସମସ୍ତ ସାଙ୍ଗଠନିକ ପଦବୀରୁ ବହିଷ୍କାର କରିଛନ୍ତି।

ବର୍ତ୍ତମାନ ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।