Another Low Pressure Brewing: ଆସୁଛି ବଡ଼ ଲଘୁଚାପ; ପ୍ରବଳରୁ ଅତି ପ୍ରବଳ ବର୍ଷିବ, ପଶ୍ଚିମ ଓଡ଼ିଶାରେ କାଚିବ

Aug 18, 2026 - 10:59
Another Low Pressure Brewing: ଆସୁଛି ବଡ଼ ଲଘୁଚାପ; ପ୍ରବଳରୁ ଅତି ପ୍ରବଳ ବର୍ଷିବ, ପଶ୍ଚିମ ଓଡ଼ିଶାରେ କାଚିବ

ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପ୍ରଭାବରେ ୨୧ ତାରିଖଠାରୁ ପୁଣି ଥରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ସେପଟେ ଆଜି ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

ରାଜ୍ୟରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡରେ ୧୨ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।