Arnab Advances at 20 Kmph: ସମୁଦ୍ରରେ ଭୟଙ୍କର ରୂପ ନେଲା ଅର୍ଣ୍ଣବ, ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ଆଶଙ୍କା

Oct 27, 2026 - 14:37
Arnab Advances at 20 Kmph: ସମୁଦ୍ରରେ ଭୟଙ୍କର ରୂପ ନେଲା ଅର୍ଣ୍ଣବ, ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ଆଶଙ୍କା

ସମୁଦ୍ରରେ ଭୟଙ୍କର ରୂପ ଧାରଣ କରି ଏବେ ସ୍ଥଳଭାଗ ମୁହାଁ ହୋଇଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'।

ଘଣ୍ଟାପ୍ରତି ପ୍ରାୟ ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ଏହି ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି।

ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ସ୍ଥଳଭାଗ ଛୁଇଁବା ବା ଲ୍ୟାଣ୍ଡଫଲ୍ ହେବାର ଆଶଙ୍କା ରହିଛି।

Advertisment ବାତ୍ୟା 'ଅର୍ଣ୍ଣବ' ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି।

ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୩୭୦ କିଲୋମିଟର ଦୂରରେ ଏହା ଥିବାବେଳେ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୨୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଆଜି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ିବା ପରେ ଉତ୍ତରପଶ୍ଚିମ ଦିଗକୁ ମୁହାଁଇବାର ଆକଳନ କରାଯାଇଛି।

ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍!

ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନରେ ବାତ୍ୟା 'ଅର୍ଣ୍ଣବ' ୟାନମ ଉପକୂଳ ନିକଟରେ ପହଞ୍ଚିବ।

ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁପାରେ।

ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

Advertisment ଉପକୂଳରେ ବଢ଼ୁଛି ଚିନ୍ତା ଅତି ଭୀଷଣ ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷାର ଆଶଙ୍କା ରହିଛି।

ତେଣୁ ବାତ୍ୟାର ଗତିପଥ, ପବନର ବେଗ ଓ ସମ୍ଭାବ୍ୟ ପ୍ରଭାବ ଉପରେ ନଜର ରଖିବା ସହ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବା ଜରୁରୀ।

ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଅନୁସାରେ ବାତ୍ୟାର ଗତି ଓ ଲ୍ୟାଣ୍ଡଫଲ୍ ସ୍ଥାନ ସମ୍ପର୍କରେ ପରିବର୍ତ୍ତନ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।