Arrest : ଅନ୍ୟ ରାଜ୍ୟରେ କାମ ଓ ଚୁଟି କାଟିବାକୁ ବିରୋଧ; ଝିଅକୁ ହତ୍ୟା ଅଭିଯୋଗରେ ବାପା ଗିରଫ

Sep 01, 2026 - 21:07
Arrest : ଅନ୍ୟ ରାଜ୍ୟରେ କାମ ଓ ଚୁଟି କାଟିବାକୁ ବିରୋଧ; ଝିଅକୁ ହତ୍ୟା ଅଭିଯୋଗରେ ବାପା ଗିରଫ

"ଭୋପାଳ: ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲାରେ ଅନ୍ୟ ରାଜ୍ୟରେ କାମ କରିବା, ଚୁଟି ଛୋଟ କରି କାଟିବା ଏବଂ ଜଣେ ପୁରୁଷ ସହକର୍ମୀଙ୍କୁ ଘରକୁ ଆଣିବାକୁ ବିରୋଧ କରି ୨୧ ବର୍ଷୀୟା ନନ୍ଦନୀ ଯାଦବଙ୍କୁ ତାଙ୍କ ବାପା ଓ କାକା ହତ୍ୟାକରିଥିବା ଅଭିଯୋଗ ହୋଇଛି।

ଘଟଣାରେ ବାପା ଭଗୱାନ ସିଂହ ଯାଦବଙ୍କୁ ପୁଲିସ ଗିରଫ କରିଥିବା ବେଳେ କାକା ସନ୍ତୋଷ ସିଂହ ଯାଦବ ଫେରାର ଅଛନ୍ତି।Advertisment ଆହୁରି ପଢନ୍ତୁ :PM SHRI Funds: ପିଏମଶ୍ରୀ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ କରୁନାହାନ୍ତି ୧୦ବ୍ଲକ୍‌ ପୁଲିସ ଅନୁସାରେ, ନନ୍ଦନୀ କର୍ଣ୍ଣାଟକର ବିଜୟପୂରା ସହରର ଏକ ମଲ୍‌ରେ ମ୍ୟାନେଜର ଭାବେ କାମ କରୁଥିଲେ।

ସେ ପୋଷ୍ଟଗ୍ରାଜୁଏଟ୍‌ ଛାତ୍ରୀ ମଧ୍ୟ ଥିଲେ।

ପରିବାର ତାଙ୍କ ଅନ୍ୟ ରାଜ୍ୟରେ ରହି କାମ କରିବାକୁ ବିରୋଧ କରୁଥିଲା।

ତେବେ ମା"ଙ୍କ ସମର୍ଥନରେ ସେ ବିଜୟପୂରା ଯାଇଥିଲେ।

ଏସ୍‌ଡିପିଓ ସୌରଭ କୁମାରଙ୍କ କହିବା ଅନୁସାରେ, ଗତ ସପ୍ତାହରେ ରକ୍ଷାବନ୍ଧନ ଅବସରରେ ନନ୍ଦନୀ ତାଙ୍କ "ରାକ୍ଷୀ ଭାଇ" ମହେନ୍ଦ୍ର ପାଣ୍ଡେଙ୍କ ସହ ଘରକୁ ଫେରିଥିଲେ।

ମହେନ୍ଦ୍ର ମଧ୍ୟ ସେହି ମଲ୍‌ରେ କାମ କରନ୍ତି।

ଏହାକୁ ନେଇ ବାପା ଓ କାକା ଅସନ୍ତୁଷ୍ଟ ଥିଲେ।

ଆହୁରି ପଢନ୍ତୁ :Modi: ୧୦ ଟିମ୍‌, ୩୦ ଦିନ: ମୋଦୀଙ୍କ ଜନ୍ମଦିନରୁ ବିଜେପିର "ବଡ଼ନଗରରୁ ବାରାଣସୀ ଯାତ୍ରା"  ସୋମବାର ଦୁଇ ଅଭିଯୁକ୍ତ ନନ୍ଦନୀଙ୍କୁ ପୁଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ତାଙ୍କ ୧୭ ବର୍ଷୀୟା ଭଉଣୀ ଏହାର ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା।

ମା" ନନ୍ଦନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

ପରେ ନନ୍ଦନୀଙ୍କ ମୃତ୍ୟୁ ହୋଇଥିଲା।

ଘଟଣା ପରେ ଦୁଇ ଅଭିଯୁକ୍ତପଳାଇ ଯାଇଥିଲେ।

ନନ୍ଦନୀଙ୍କ ମା" ଓ ଭଉଣୀଙ୍କ କାନ୍ଦ ଶୁଣି ପଡ଼ୋଶୀମାନେ ସେମାନଙ୍କୁ ଘରୁ ବାହାର କରି ପୁଲିସକୁ ଖବର ଦେଇଥିଲେ।

ଏହି ଘଟଣାରେ ଏତଲା ରୁଜୁ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।