Bank Of America: ଟାଇମ୍ସ ସ୍କୋୟାର ଛୁରାମାଡ଼ ଘଟଣା: ବ୍ୟାଙ୍କ ଅଫ୍‌ ଆମେରିକା କର୍ମଚାରୀଙ୍କ ମୃତ୍ୟୁ

Sep 02, 2026 - 14:26
Bank Of America: ଟାଇମ୍ସ ସ୍କୋୟାର ଛୁରାମାଡ଼ ଘଟଣା: ବ୍ୟାଙ୍କ ଅଫ୍‌ ଆମେରିକା କର୍ମଚାରୀଙ୍କ ମୃତ୍ୟୁ

"ନ୍ୟୁୟର୍କ: ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଏକ ଛୁରାମାଡ଼ ଘଟଣାରେ ବ୍ୟାଙ୍କ ଅଫ୍ ଆମେରିକାର ଜଣେ ୩୨ ବର୍ଷୀୟ ଭାଇସ୍‌ ପ୍ରେସିଡେଣ୍ଟଙ୍କ ମୃତ୍ୟୁ ହୋଇଛି।

ବିନା ପ୍ରରୋଚନାରେ ସୋମବାର ଅପରାହ୍ଣରେ ଏହି ଆକ୍ରମଣ ଘଟିଥିଲା।

କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ଏରିନ୍ ପିଆସେଣ୍ଟିଙ୍କର ଛୁରାମାଡ଼ ଆକ୍ରମଣରେ ମୃତ୍ୟୁ ହୋଇଥିଲା।

ପଶ୍ଚିମ ୪୨ ଷ୍ଟ୍ରିଟ୍ ଓ ସେଭେନ୍ଥ ଆଭେନ୍ୟୁ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ପିଆସେଣ୍ଟି ନିକଟରେ ମାତୃତ୍ବକାଳୀନ ଛୁଟି ଶେଷକରି କାର୍ଯ୍ୟରେ ଯୋଗ ଦେଇଥିଲେ।

Advertisment କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଛୁରାମାଡ଼ ଛୁରାମାଡ଼ ଘଟଣାର ଚାରି ଦିନ ପୂର୍ବରୁ ସେ ତାଙ୍କ ନବଜାତ ଝିଅ ଓ ସ୍ୱାମୀଙ୍କ ସହିତ ନିଜର ଏକ ଫଟୋ ସେୟାର କରିଥିଲେ।

ପୁଲିସ ଅନୁଯାୟୀ, ଏହି ଆକ୍ରମଣରେ ଜଣେ ୬୮ ବର୍ଷୀୟ ବ୍ୟକ୍ତି ଆହତ ହୋଇଥିଲେ, ତାଙ୍କର ଅବସ୍ଥା ଏବେ ସ୍ଥିର ରହିଛି।

ଆକ୍ରମଣକାରୀ ୪୯ ବର୍ଷୀୟା ପାମେଲା ସିସନେରୋସ୍ ଦୁଇଟି ବଡ଼ ଛୁରି ଧରି ସେମାନଙ୍କ ଆଡ଼କୁ ଆଗକୁ ବଢ଼ିବା ପରେ ପୁଲିସ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

ଏକ ଆଭ୍ୟନ୍ତରୀଣ ମେମୋ ଓ ତାଙ୍କ ଲିଙ୍କଡିନ୍ ପ୍ରୋଫାଇଲ୍ ଅନୁଯାୟୀ, ପିଆସେଣ୍ଟି ବ୍ୟାଙ୍କ ଅଫ୍ ଆମେରିକାର ବ୍ୟବସାୟ ଚୟନ ଓ କନଫ୍ଲିକ୍ଟସ୍ ୟୁନିଟରେ ଭାଇସ୍‌ ପ୍ରେସିଡେଣ୍ଟ ଥିଲେ ଓ ପ୍ରାୟ ୧୮ ମାସ ପୂର୍ବେ କମ୍ପାନୀରେ ଯୋଗ ଦେଇଥିଲେ।

ଅଫର ଲେଟର ଫେରାଇ ଚାଲିଗଲେ!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।