Arrest: ଚୋରି ବାଇକ ସହ ଟଙ୍କା ଓ ମୋବାଇଲ ଉଦ୍ଧାର; ଅଭିଯୁକ୍ତ ଗିରଫ

Sep 12, 2026 - 16:57
Arrest: ଚୋରି ବାଇକ ସହ ଟଙ୍କା ଓ ମୋବାଇଲ ଉଦ୍ଧାର; ଅଭିଯୁକ୍ତ ଗିରଫ

"ଗୁଡ଼ାରି (ମକରଧ୍ଵଜ କାଦମ୍ବାଲୁ): ରାୟଗଡ଼ା ଜିଲ୍ଲା ଗୁଡାରି ପୁଲିସ ଏକ ଚୋରି ମାମଲାର ତଦନ୍ତ କରି ଚୋରି ହୋଇଥିବା ମୋଟରସାଇକେଲ, ନଗଦ ୨୨ ହଜାର ଟଙ୍କା ଓ ମୋବାଇଲ ଫୋନ ଉଦ୍ଧାର କରିଛି।

ଏହି ଘଟଣାରେ ପଦ୍ମପୁର ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି।

ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ସୂଚନା ଅନୁଯାୟୀ, ଥାନା କେସ୍‌ ନମ୍ବର ୧୦୮, ତାରିଖ ୯/୯/୨୦୨୬ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା।

Advertisment ଅଭିଯୋଗ ଅନୁସାରେ, ସିଦ୍ଧାନ୍ତ ପାଲକା ସେହି ଗ୍ରାମର ସମ୍ପର୍କୀୟ କାନୁନ ବେବର୍ତ୍ତାଙ୍କ ଘରୁ ୨୨ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ମୋଟରସାଇକେଲର ଚାବି ଚୋରି କରିବା ସହ ଘର ସମ୍ମୁଖରେ ରଖାଯାଇଥିବା ଓ ଡି ୧୮ପି ୭୮୧୪ ନମ୍ବରର ମୋଟରସାଇକେଲ ନେଇ ଚାଲିଯାଇଥିଲେ।ଘଟଣାର ତଦନ୍ତ କରି ପୋଲିସ ତଳତାଂପର ଓ ବଲିଗୁଡା ଗ୍ରାମ ମଧ୍ୟରେ ଥିବା କାଜୁ ତୋଟାରୁ ଚୋରି ହୋଇଥିବା ମୋଟରସାଇକେଲ ଏବଂ ଡିକିରେ ରଖାଯାଇଥିବା ଚାବି ଉଦ୍ଧାର କରିଥିଲା।

Soldier Arrested: ହାଇଦ୍ରାବାଦରେ ମିଲିଟାରୀ କ୍ୟାମ୍ପରୁ ବନ୍ଧୁକ ଓ ଗୁଳି ଚୋରି, ଗିରଫ ହେଲେ ଅବସରପ୍ରାପ୍ତ ସେନା ଯବାନ ପରବର୍ତ୍ତୀ ତଦନ୍ତରେ ନଗଦ ୨୨ ହଜାର ଟଙ୍କା ଓ ଚୋରି ମୋବାଇଲ ଫୋନ ମଧ୍ୟ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି।

ଉଦ୍ଧାର ହୋଇଥିବା ମୋଟରସାଇକେଲ, ନଗଦ ଟଙ୍କା ଓ ମୋବାଇଲ ଫୋନ୍‌କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ସୂଚନା ଦେଇଛନ୍ତି।

ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ପି.

ଶ୍ୟାମସୁନ୍ଦର ଦାୟିତ୍ୱ ନେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।