Expiry Food: ଏକ୍ସପାୟାରି ପରେ ଠିକ୍ ଦେଖାଯାଉଛି ବୋଲି ଖାଇବା ନିରାପଦ ନୁହେଁ
"ନୂଆଦିଲ୍ଲୀ: ଚିପ୍ସ, ବିସ୍କୁଟ, ନୁଡୁଲ୍ସ, ମେୟୋନିଜ୍ ଭଳି ପ୍ୟାକେଜ୍ଡ ଖାଦ୍ୟ ଏକ୍ସପାୟାରି ତାରିଖ ପରେ ମଧ୍ୟ ଦେଖିବାକୁ ଠିକ୍ ଲାଗିପାରେ।
ଏପରିକି ଏହାର ଗନ୍ଧ ଓ ସ୍ୱାଦରେ ମଧ୍ୟ ବିଶେଷ ପରିବର୍ତ୍ତନ ନଥାଇପାରେ।
କିନ୍ତୁ କେବଳ ଦେଖି କିମ୍ବା ଚାଖି ଖାଦ୍ୟ ସୁରକ୍ଷିତ କି ନୁହେଁ ଜାଣିହେବ ନାହିଁ ବୋଲି ଡାକ୍ତରମାନେ ସତର୍କ କରିଛନ୍ତି।Advertisment "ବେଷ୍ଟ ବିଫୋର" ଓ "ୟୁଜ୍ ବାୟ" ନିକଟରେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଖାଦ୍ୟ ସାମଗ୍ରୀର ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରି ତାରିଖ ବଦଳାଇବା ଘଟଣା ସାମ୍ନାକୁ ଆସିଥିଲା।
ଅଗଷ୍ଟ ୨୪ରୁ ୨୯ ମଧ୍ୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୭୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସ୍ନାକ୍ସ, ନୁଡୁଲ୍ସ, ସୁପ୍, ମେୟୋନିଜ୍ ଓ ସଫ୍ଟ ଡ୍ରିଙ୍କ୍ ଜବତ ହୋଇଥିଲା।
ବିଶେଷଜ୍ଞଙ୍କ ଅନୁସାରେ, ପ୍ୟାକେଜ୍ଡ ଖାଦ୍ୟରେ ଏକ୍ସପାୟାରି ପରେ ମଧ୍ୟ ଦେଖିବା, ଶୁଙ୍ଘିବା କିମ୍ବା ଚାଖିବାରେ ତୁରନ୍ତ ପରିବର୍ତ୍ତନ ନ ଆସିପାରେ।
ଚିପ୍ସ, ବିସ୍କୁଟ ଓ ନମକିନ୍ ଭଳି ଖାଦ୍ୟରେ ଥିବା ଚର୍ବି ସମୟ ସହିତ ଖରାପ ହୋଇପାରେ।
ଅନ୍ୟପଟେ ଆର୍ଦ୍ରତା ଓ ପ୍ୟାକେଟ୍ ନଷ୍ଟ ହେଲେ ଜୀବାଣୁ ବଢ଼ିବାର ଆଶଙ୍କା ରହିଥାଏ।
ବିଶେଷକରି ସସ୍, ମେୟୋନିଜ୍, ଦୁଗ୍ଧଜାତ ଖାଦ୍ୟ ଓ ଅଧିକ ଆର୍ଦ୍ରତା ଥିବା ଖାଦ୍ୟ ଠିକ୍ ଭାବେ ସଂରକ୍ଷଣ ନ କଲେ ଜୀବାଣୁ ବଢ଼ିବାର ଆଶଙ୍କା ଅଧିକ।
ଏପରି ଖାଦ୍ୟ ଖାଇଲେ ବାନ୍ତି, ପେଟ ଯନ୍ତ୍ରଣା ଓ ଝାଡ଼ା ଭଳି ସମସ୍ୟା ହୋଇପାରେ।
ଶିଶୁ, ବୟସ୍କ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କ ପାଇଁ ବିପଦ ଅଧିକ ହୋଇପାରେ।
ଏଠାରେ "ବେଷ୍ଟ ବିଫୋର" ଓ "ୟୁଜ୍ ବାୟ"/ଏକ୍ସପାୟାରି ତାରିଖ ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ବୁଝିବା ଜରୁରୀ। "ବେଷ୍ଟ ବିଫୋର" ସାଧାରଣତଃ ଖାଦ୍ୟର ଗୁଣବତ୍ତା ସହ ଜଡ଼ିତ ହୋଇଥିବା ବେଳେ "ୟୁଜ୍ ବାୟ" କିମ୍ବା ଏକ୍ସପାୟାରି ତାରିଖ ପରେ ଖାଦ୍ୟ ସୁରକ୍ଷିତ ନ ରହିପାରେ।
ତେଣୁ ଖାଦ୍ୟର ସ୍ୱାଦ ଭଲ ଲାଗୁଛି ବୋଲି ଏହାକୁ ଏକ୍ସପାୟାରି ପରେ ଖାଇବା ଠିକ୍ ନୁହେଁ।
ପ୍ୟାକେଟ୍ର ତାରିଖ, ପ୍ୟାକେଜିଂର ଅବସ୍ଥା ଓ ଖାଦ୍ୟକୁ କିପରି ସଂରକ୍ଷଣ କରାଯାଇଥିଲା ଏସବୁ ଦିଗକୁ ଗୁରୁତ୍ୱ ଦେବା ଆବଶ୍ୟକ।
ପେଟ ଖାଲି ଥିଲେ ଶବ୍ଦ ହୁଏ କାହିଁକି?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।