Arrest: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଆନ୍ଧ୍ରପ୍ରଦେଶରେ ୨ ଗିରଫ

Oct 06, 2026 - 22:52
Arrest: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଆନ୍ଧ୍ରପ୍ରଦେଶରେ ୨ ଗିରଫ

"ହାଇଦ୍ରାବାଦ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୁଲିସ ଜଣେ ନୌସେନା କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି।

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଷଡ଼ଯନ୍ତ୍ରରେ ପ୍ରାୟ ୧୮ ସନ୍ଦିଗ୍ଧ ସାମିଲ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ନୌସେନାର ବୋଲି ଜଣାପଡ଼ିଛି।

ପୁଲିସ ଗିରଫ କରିଥିବା ୨ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଦୀପ ମୁଖାର୍ଜୀ ଯିଏ କି ବିଶାଖାପାଟନମ ନୌସେନା ଘାଟିର ଜଣେ କର୍ମଚାରୀ ଏବଂ ଆନ୍ନମ ସାଇ ବରପ୍ରସାଦ ଯିଏ କି ବିଶାଖାପାଟନମରେ ନୌସେନା ଅଧିକାରୀଙ୍କ ସହ ଜଡ଼ିତ ଥିବା ଜଣେ କଣ୍ଟ୍ରାକ୍ଟ ଡ୍ରାଇଭର୍‌।Advertisment ଆନ୍ଧ୍ରପ୍ରଦେଶ ପୁଲିସ ବିଭାଗ ପକ୍ଷରୁ ଏନେଇ ଏକ ଔପଚାରିକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି।

ଭାରତରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ପାକିସ୍ତାନୀ ଗୁଇନ୍ଦା ସଞ୍ଚାଳକଙ୍କ ସହ ସିଧାସଳଖ ଯୋଗଯୋଗ ରଖିଥିବା ନେଇ ଆନ୍ଧ୍ରପ୍ରଦେଶ ଗୁଇନ୍ଦା ବିରୋଧୀ ଶାଖାକୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିବା ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।

ପ୍ରାଥମିକ ତଦନ୍ତ ପରେ ପୁଲିସ ୨ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ଅନ୍ୟମାନଙ୍କୁ ଗିରଫ କରିବାପାଇଁ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ତାମିଲନାଡ଼ୁର କୋଏମ୍ବାଟୁର୍‌ରୁ ନିକଟରେ ଗିରଫ ହୋଇଥିବା ମୁଖାର୍ଜୀଙ୍କୁ ବିଜୟୱାଡ଼ାର ଏକ କୋର୍ଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ପଠାଇ ଦିଆଯାଇଛି।

Iran Missile Attack: ଆମେରିକା ନୌସେନା ଜାହାଜ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ: ୮ ଆହତ ଏବେ ତାଙ୍କୁ ବିଜୟୱାଡ଼ାର ଜିଲ୍ଲା ଜେଲ୍‌ରେ ରଖାଯାଇଛି।

ଅନ୍ୟପକ୍ଷେ ବରପ୍ରସାଦଙ୍କୁ ବିଶାଖାପାଟନମରୁ ଗିରଫ କରିବାପରେ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତ ପଠାଯାଇଛି।

ସେ ମଧ୍ୟ ବିଜୟୱାଡ଼ା ଜିଲ୍ଲା ଜେଲ୍‌ରେ ଅଛନ୍ତି।

ମିଳିଥିବା ସୂଚନାନୁଯାୟୀ ଗୁଇନ୍ଦା ନିରୋଧ ଶାଖା ଏବେ ୧୦ ରାଜ୍ୟର ପୁଲିସ ବାହିନୀ ସହ ଯୋଗାଯୋଗରେ ରହିଛନ୍ତି। "ଅପରେସନ୍‌ ଫାୟାରୱାଲ" କୋଡ୍‌ ନାମରେ ଏହି ଅଭିଯାନ ଚଳାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।