VB-G RAM: ‘ଭିବିଜି ରାମ୍‌ ଜି’ରେ ୩୭୫ ପ୍ରକାର କାମକୁ ଅନୁମତି

Oct 06, 2026 - 22:31
VB-G RAM: ‘ଭିବିଜି ରାମ୍‌ ଜି’ରେ ୩୭୫ ପ୍ରକାର କାମକୁ ଅନୁମତି

"ନୂଆଦିଲ୍ଲୀ: "ଭିବି-ଜି ରାମ୍‌ ଜି" ଅଧୀନରେ ୩୭୫ ପ୍ରକାର କାମକୁ ଅନୁମତି ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

ପୂର୍ବରୁ ଥିବା ମନରେଗା ଯୋଜନା ତୁଳନାରେ କାମ ତାଲିକା ସଂଖ୍ୟା ୪୧ ପ୍ରତିଶତ ବୃଦ୍ଧି ଘଟିଛି।

ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବିକଶିତ ଭାରତ ରୋଜଗାର ଓ ଆଜୀବିକା ମିସନ (ଭିବି-ଜି ରାମ ଜି) ଗ୍ରାମୀଣ ଆଇନ-୨୦୨୫ରେ କାମଗୁଡ଼ିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି।

ସେଗୁଡ଼ିକ ହେଲା ଜଳ ସୁରକ୍ଷା, ପ୍ରମୁଖ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସହ ଜଡ଼ିତ ଭିତ୍ତିଭୂମି ଏବଂ ବିପର୍ଯ୍ୟୟ ପ୍ରସ୍ତୁତି ଓ ଅତ୍ୟନ୍ତ ପ୍ରତିକୂଳ ପାଣିପାଗଜନିତ ଘଟଣା ପାଇଁ ସ୍ବତନ୍ତ୍ର କାର୍ଯ୍ୟ।

୩୭୫ଟି କାର୍ଯ୍ୟ ମଧ୍ୟରୁ ୧୨୮ଟି ଜଳ ସୁରକ୍ଷା ଉପରେ ରହିଛି।

୧୧୧ଟି ପ୍ରମୁଖ ଗ୍ରାମୀଣ ଭିତ୍ତିଭୂମି, ୯୮ଟି ଜୀବିକା ସହ ଜଡ଼ିତ ଭିତ୍ତିଭୂମି ଏବଂ ୩୮ଟି କାର୍ଯ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ରହିଛି।

Advertisment ସଂପ୍ରସାରିତ ତାଲିକାରେ ଜଳ ସଂରକ୍ଷଣ ଓ ଜଳସେଚନ ଷ୍ଟ୍ରକଚର, ଗ୍ରାମୀଣ ସ୍ବାସ୍ଥ୍ୟ ଗୋଷ୍ଠୀ ସୁବିଧା, କୃଷି ପ୍ରକ୍ରିୟାକରଣ ୟୁନିଟ, ଶୀତଳଭଣ୍ଡାର ଭିତ୍ତିଭୂମି ଏବଂ ବନ୍ୟା ସୁରକ୍ଷା କାର୍ଯ୍ୟ ରହିଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମୋଟ କାର୍ଯ୍ୟରେ ଜୀବିକା ସହ ଜଡ଼ିତ କାମ ସଂଖ୍ୟା ୨୬ ପ୍ରତିଶତ।

ମନରେଗା ଯୋଜନାରେ ୧୦୦ କାର୍ଯ୍ୟ ଦିବସ ୨୦୦ ଦିନକୁ ବୃଦ୍ଧି ଦାବି ପୂର୍ବ ଯୋଜନାରେ ଏହା ୧.୧ ପ୍ରତିଶତ ରହିଥିଲା।

ଏଥିରେ କ୍ଲିନିଂ, ଗ୍ରେଡିଂ ଓ ପ୍ୟାକେଜିଂ ୟୁନିଟ, ମିନି ଫ୍ଲୋର ମିଲ୍‌, ମାର୍କେଟ ୟାର୍ଡସ, ଡେଏରି ଭିତ୍ତିଭୂମି, ଛତୁ ଚାଷ ସେଡ୍‌ ଆଦି ରହିଛି।

ସ୍ବଂୟ ସହାୟକ ଗୋଷ୍ଠୀ ଓ ସେମାନଙ୍କ ସଂଘ ପାଇଁ ଭିତ୍ତିଭୂମି ଯଥା ଏସଏଚଜି ୱାର୍କସେଡ୍‌, ଏସ୍‌ଏଚ୍‌ଇ ମାର୍କେଟ, ତାଲିମ ଓ ଦକ୍ଷତା ବିକାଶ ସେଣ୍ଟରକୁ ମଧ୍ୟ ସାମିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ ଚଳିତମାସ ଜୁଲାଇ ପହିଲାରୁ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି।

ଏଥିରେ ବାର୍ଷିକ ଗୋଟିଏ ପରିବାରକୁ ୧୨୫ ଦିନ କାମ ଯୋଗାଇ ଦେବାର ଗ୍ୟାରେଣ୍ଟି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।