Arrested: ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରି ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଗିରଫ

Oct 06, 2026 - 13:00
Arrested: ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରି ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଗିରଫ

"ଆନନ୍ଦପୁର: ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରି ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘସିପୁରା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ଘସିପୁରା ଥାନା କେଶଦୁରାପାଳ ଗ୍ରାମର ନୀଳମଣି ଓଝାଙ୍କ ପୁଅ ସୁଶାନ୍ତ ଓଝା (୩୬)।Advertisment ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ସୂଚନା ଅନୁଯାୟୀ, କାଠପାଳ ଗ୍ରାମର ପୂର୍ଣ୍ଣିମା ଜେନାଙ୍କ ଇନଷ୍ଟାଗ୍ରାମ ଆଇଡିକୁ ଜଣେ ଅଜଣା ବ୍ୟକ୍ତି ହ୍ୟାକ୍ କରି ତାଙ୍କର ବ୍ୟକ୍ତିଗତ ତଥା ଆପତ୍ତିଜନକ ଫଟୋ ଭାଇରାଲ କରିଥିବା ନେଇ ଘସିପୁରା ଥାନାରେ ଅଭିଯୋଗ ହୋଇଥିଲା।

ଏନେଇ ଘସିପୁରା ଥାନାରେ କେସ୍ ନଂ ୩୯୨, ତାରିଖ ୨୧.୯.୨୦୨୬ରେ ବିଏନଏସ୍‌ର ଧାରା ୩୫୩(୨)/୭୯/୨୯୬ ସହ ଆଇଟି ଆକ୍ଟର ଧାରା ୬୭/୬୭ଏ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

ଘସିପୁରା ପୁଲିସ ପକ୍ଷରୁ ମାମଲାର ଗଭୀର ତଦନ୍ତ ସହ ବୈଷୟିକ ବିଶ୍ଳେଷଣ କରାଯାଇଥିଲା।

ତଦନ୍ତରୁ ଅଭିଯୋଗର ସତ୍ୟତା ମିଳିବା ପରେ ପୁଲିସ ସୁଶାନ୍ତ ଓଝାଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଘସିପୁରା ପୁଲିସ ପକ୍ଷରୁ ସୂଚନା ମିଳିଛି।

Rayagada Soldier: ରାୟଗଡ଼ା ଯୁବକ ନାଗାଲIଣ୍ଡରେ ସହିଦ: ଅଙ୍ଗଦାନ କରିଲେ ଭି ତେଜା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।