Delhi Capitals: ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ ଗାଙ୍ଗୁଲି
"ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି।
ଆଗାମୀ ଆଇପିଏଲ୍ ଋତୁରୁ ସେ ଦଳର ପ୍ରଶିକ୍ଷକ ଦାୟିତ୍ୱ ସମ୍ଭାଳିବେ ବୋଲି ମଙ୍ଗଳବାର ଫ୍ରାଞ୍ଚାଇଜି ପକ୍ଷରୁ ଘୋଷଣା କରାଯାଇଛି।
୨୦୧୯ରେ ପରାମର୍ଶଦାତା ଭାବେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଥିଲେ।
ଏଥିସହ ଫ୍ରାଞ୍ଚାଇଜିର ପୁରୁଷ ଓ ମହିଳା ଦଳର କ୍ରିକେଟ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଗାଙ୍ଗୁଲି ଏବେ ମୁଖ୍ୟ ପ୍ରଶିକ୍ଷକ ଭାବେ ଦଳର ଦାୟିତ୍ୱ ସମ୍ଭାଳିବେ।
ଗାଙ୍ଗୁଲିଙ୍କ ନିଯୁକ୍ତି ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧ୍ୟକ୍ଷ ତଥା ସହମାଲିକ ପାର୍ଥ ଜିନ୍ଦଲ କହିଛନ୍ତି, “ଦାଦା ଦିଲ୍ଲୀ କ୍ୟାପିଟାଲ୍ସ ପରିବାରର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ।
ଭାରତର ଜଣେ ଶ୍ରେଷ୍ଠ ଅଧିନାୟକ ଏବେ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଉଥିବାରୁ ମୁଁ ବହୁତ ଖୁସି।
ତାଙ୍କ ଅଭିଜ୍ଞତା ଓ ଦୂରଦୃଷ୍ଟି ଦଳକୁ ଆଇପିଏଲ୍ ଟ୍ରଫି ଜିତିବାରେ ସହାୟକ ହେବ ବୋଲି ଆମର ବିଶ୍ୱାସ।” ନୂଆ ଦାୟିତ୍ୱ ପରେ ଗାଙ୍ଗୁଲି କହିଛନ୍ତି, “ଆଇପିଏଲ୍ରେ ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରିବାକୁ ଉତ୍ସାହିତ।
ଦିଲ୍ଲୀ କ୍ୟାପିଟାଲ୍ସ ମୋ ନିଜ ଦଳ।
ମାଲିକ, ପରିଚାଳନା, ସହାୟକ କର୍ମଚାରୀ ଓ ଖେଳାଳିଙ୍କ ସହ ମୁଁ ବହୁଦିନ ଧରି କାମ କରିଆସିଛି।
ଆମ ପାଖରେ ଭଲ ଖେଳାଳି ଅଛନ୍ତି।
ଆଗାମୀ ଋତୁରେ ଏକ ଶକ୍ତିଶାଳୀ ଓ ନିର୍ଭୀକ ଦଳ ଗଢ଼ିବା ଦିଗରେ ଆମେ କାମ କରିବୁ।”Advertisment ବିଜେଡି ଓଡ଼ିଶାର ବିକାଶ ନୁହେଁ, ବରଂ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଚାହୁଁଛି: ବିଜେପି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।