Arrested: ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗ ମାମଲା: ୫ ଗିରଫ

Oct 17, 2026 - 14:26
Arrested: ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗ ମାମଲା: ୫ ଗିରଫ

"ନୂଆପଡ଼ା: ଉତ୍ତରପ୍ରଦେଶରେ ଇଟାଭାଟି କାମ ସହ ଜଡ଼ିତ ଶ୍ରମିକ ଚାଲାଣ, ବେଆଇନ ଅଟକ, ମାଡ଼ ମାରିବା, ଅପରାଧିକ ଧମକ ଓ ଶ୍ରମିକଙ୍କ ଶୋଷଣ ଅଭିଯୋଗରେ ନୂଆପଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି।Advertisment ଅଭିଯୋଗ ଅନୁଯାୟୀ, କେତେକ ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଉତ୍ତରପ୍ରଦେଶର ଇଟାଭାଟିକୁ କାମ କରିବା ପାଇଁ ପଠାଉଥିଲେ।

ଅଭିଯୋଗକାରୀ କହିଛନ୍ତି ଯେ, ଇଟାଭାଟିରେ କାମ କରିବା ସମୟରେ ତାଙ୍କ ବାପା ଓ ମାଆଙ୍କୁ ଅମାନବୀୟ ପରିସ୍ଥିତିରେ କାମ କରିବାକୁ ବାଧ୍ୟ କରାଯିବା ସହ ସେମାନଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଥିଲା ଏବଂ ଶୋଷଣ କରାଯାଇଥିଲା।ଅଭିଯୋଗରେ ଆହୁରି କୁହାଯାଇଛି ଯେ, ୨୦୨୪ ସେପ୍ଟେମ୍ବରରେ ଅଭିଯୋଗକାରୀଙ୍କ ବାପା ଓ ବଡ଼ଭାଇଙ୍କୁ ଜୋରଜବରଦସ୍ତ ବରାକୋଠି ଗାଁକୁ ନିଆଯାଇଥିଲା।

ସେଠାରେ ଟଙ୍କା ଫେରସ୍ତକୁ ନେଇ ସେମାନଙ୍କୁ ମାଡ଼ ମରାଯିବା ସହ ଧମକ ଦିଆଯାଇଥିଲା।

ଏହାପରେ ଇଟାଭାଟିରେ କାମ କରିବାକୁ ମନା କରିବାରୁ ପରିବାରକୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା ପୁଲିସ ମାମଲାର ତଦନ୍ତ ସମୟରେ ପୁଲିସ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପ୍ରମାଣ ସଂଗ୍ରହ କରିଥିଲା।

ଏହାପରେ ୧୭.୧୦.୨୦୨୬ ତାରିଖରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଅଦାଲତକୁ ପଠାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ:୧.

ଗୋଲୁ ଓରଫ ନୀଳକମଳ ଚନ୍ଦ୍ରାକର (୩୮), ବେଲଟୁକୁରୀ, ନୂଆପଡ଼ା।୨.

ମୁଲଚାନ୍ଦ ସବର (୩୫), ବେଲଟୁକୁରୀ, ନୂଆପଡ଼ା।୩.

ସନୋଜ ଲୋହାର (୩୪), ପାଣ୍ଡ୍ରାପାଣି, ନୂଆପଡ଼ା।୪.

ସନ୍ତୋଷ ଅଗ୍ରୱାଲ (୪୨), ତେନ୍ଦୁକାନା, ମହାସମୁନ୍ଦ, ଛତିଶଗଡ଼।୫.

ଅନୁପ ଅଗ୍ରୱାଲ (୪୭), ବସନା, ମହାସମୁନ୍ଦ, ଛତିଶଗଡ଼।ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଆଇନ, ୧୯୭୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Odisha Vigilance: ଓଡ଼ିଶା ଭିଜିଲାନ୍ସର ବିଳମ୍ବିତ ରାତିରେ ଚଢ଼ାଉ: ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।