Arrest: ଭାରତରେ ଥିବା ପ୍ରେମିକାଙ୍କୁ ଫଟୋ ପଠାଇ ଭାରତୀୟ ସଫ୍ଟୱେର ଇଂଜିନିୟର ଗିରଫ
"ୱାସିଂଟନ: ଆମେରିକାରେ ବସବାସ କରୁଥିବା ଜଣେ ଭାରତୀୟ ସଫ୍ଟୱେର ଇଂଜିନିୟରଙ୍କ ବିରୋଧରେ ପତ୍ନୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହର ଫଟୋ ଭାରତରେ ଥିବା ପ୍ରେମିକାଙ୍କୁ ପଠାଇଥିବା ଅଭିଯୋଗ ଆସିଛି।
ଅଭିଯୁକ୍ତଙ୍କ ନାମ ଅବିନାଶ ନାର୍ନେ।
ଘଟଣାଟି ଆମେରିକାର ୱାସିଂଟନ ରାଜ୍ୟରେ ଘଟିଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଘରୋଇ କଳହ ଓ ବିବାହେତର ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।Advertisment ପୁଲିସ ସୂଚନା ଅନୁସାରେ, ଅବିନାଶ ନିଜ ପତ୍ନୀଙ୍କୁ ଘର ଭିତରେ ହତ୍ୟା କରିବା ପରେ ତାଙ୍କ ମୃତଦେହର ଫଟୋ ଭାରତରେ ଥିବା ଜଣେ ମହିଳାଙ୍କୁ ପଠାଇଥିଲେ।
ସେହି ମହିଳାଙ୍କ ସହ ଅବିନାଶଙ୍କ ପ୍ରେମ ସମ୍ପର୍କ ଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।
ଫଟୋ ଦେଖିବା ପରେ ସମ୍ପୃକ୍ତ ମହିଳା ଘଟଣାକୁ ଗୁରୁତ୍ୱର ସହ ନେଇ ଅନ୍ୟମାନଙ୍କୁ ଜଣାଇଥିଲେ।
ପରେ ଏହି ସୂଚନା ଆମେରିକାର ପୁଲିସ ପାଖରେ ପହଞ୍ଚିଥିଲା।
ତଦନ୍ତକାରୀମାନେ ଘରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ।
Resignation: ଶିବସେନା କର୍ପୋରେଟରଙ୍କ ଦ୍ବାରା ମାଡ଼ ଖାଇଲେ ମହିଳା ଡାକ୍ତର, ଭୟରେ ଦେଲେ ଇସ୍ତଫା ପଚରାଉଚରା ବେଳେ ଅବିନାଶଙ୍କ ବୟାନରେ ଅସଙ୍ଗତି ଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା।
ଏହି ଘଟଣା ଭାରତୀୟ ସମୁଦାୟ ମଧ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଡିଜିଟାଲ ପ୍ରମାଣ, ଫୋନ୍ ରେକର୍ଡ ଓ ଫରେନ୍ସିକ୍ ରିପୋର୍ଟ ଆଧାରରେ ତଦନ୍ତ ଜାରି ରଖିଛି।
ମାମଲାର ଶୁଣାଣି ଆମେରିକାର ସମ୍ପୃକ୍ତ ଅଦାଲତରେ ହେବ ବୋଲି ପୁଲିସ କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।