Art of Living: ଆର୍ଟ ଅଫ୍ ଲିଭିଂ’କୁ ବଡ଼ ଆଶ୍ୱାସନା: ୫ କୋଟି ଜରିମାନା ଫେରସ୍ତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Aug 22, 2026 - 20:51
Art of Living: ଆର୍ଟ ଅଫ୍ ଲିଭିଂ’କୁ ବଡ଼ ଆଶ୍ୱାସନା: ୫ କୋଟି ଜରିମାନା ଫେରସ୍ତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

"ନୂଆଦିଲ୍ଲୀ: ଶ୍ରୀ ଶ୍ରୀ ରବିଶଙ୍କରଙ୍କ ନେତୃତ୍ୱାଧୀନ "ଆର୍ଟ ଅଫ୍ ଲିଭିଂ" ଫାଉଣ୍ଡେସନକୁ ଶନିବାର ସୁପ୍ରିମ୍‌କୋର୍ଟରୁ ଏକ ବଡ଼ ଆଇନଗତ ଆଶ୍ୱାସନା ମିଳିଛି।

ଦିଲ୍ଲୀର ପରିବେଶ ସମ୍ବେଦନଶୀଳ ଯମୁନା ନଦୀଶଯ୍ୟା କ୍ଷତିଗ୍ରସ୍ତ କରିବା ଅଭିଯୋଗରେ ସଂଗଠନ ପକ୍ଷରୁ ଦିଆଯାଇଥିବା ୫ କୋଟି ଟଙ୍କାର ଜରିମାନା ରାଶିକୁ ସମ୍ପୂର୍ଣ୍ଣ ଫେରସ୍ତ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ୨୦୧୬ ମସିହାରେ ଅନୁଷ୍ଠିତ ସାଂସ୍କୃତିକ ମହୋତ୍ସବ ଯୋଗୁଁ ଯମୁନା ନଦୀର ସୂକ୍ଷ୍ମ ପରିବେଶ ପ୍ରଣାଳୀକୁ କୌଣସି ପ୍ରତ୍ୟକ୍ଷ କ୍ଷତି ପହଞ୍ଚିଛି ବୋଲି ପ୍ରମାଣ ମିଳିନାହିଁ।

ଏହାଦ୍ବାରା "ଆର୍ଟ ଅଫ୍ ଲିଭିଂ" ଅଧୀନରେ ପଞ୍ଜୀକୃତ ଟ୍ରଷ୍ଟ "ବ୍ୟକ୍ତି ବିକାଶ କେନ୍ଦ୍ର" ଦ୍ୱାରା ପୈଠ କରାଯାଇଥିବା ସମସ୍ତ ଜରିମାନା ଅର୍ଥକୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ତୁରନ୍ତ ଫେରସ୍ତ କରିବ ବୋଲି ସର୍ବୋଚ୍ଚ କୋର୍ଟ ଆଦେଶ ଦେଇଛନ୍ତି।Advertisment ଆହୁରି ପଢନ୍ତୁ: Nayagarh skeleton case: ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ମାମଲା: ମିଳିଲା ପରିଚୟ; ହତ୍ୟା ଅଭିଯୋଗ ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ମାର୍ଚ୍ଚ ମାସରେ ଆୟୋଜିତ "ବିଶ୍ୱ ସଂସ୍କୃତି ମହୋତ୍ସବ"ର ପ୍ରସ୍ତୁତି ସମୟରେ ଯମୁନା ନଦୀଶଯ୍ୟାର ବ୍ୟାପକ କ୍ଷତି ହୋଇଥିବା ଦର୍ଶାଇ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ୨୦୧୭ ଡିସେମ୍ବର ମାସରେ ଆର୍ଟ ଅଫ୍ ଲିଭିଂ ଉପରେ ଏହି ଆର୍ଥିକ ଜରିମାନା ଲଗାଇଥିଲେ।

ସେହି ସମୟରେ ଏହି ମେଗା ଇଭେଣ୍ଟକୁ ଆଗକୁ ବଢ଼ାଇବା ପାଇଁ ସଂଗଠନ ସମ୍ପୂର୍ଣ୍ଣ ଜରିମାନା ଦେବାକୁ ସହମତି ପ୍ରକାଶ କରିଥିଲା।

ମାର୍ଚ୍ଚ ୧୧ ତାରିଖରେ କାର୍ଯ୍ୟକ୍ରମର ଉଦଘାଟନୀ ଦିବସରେ ଆୟୋଜକମାନେ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇ ଅର୍ଥ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଥିଲେ, ଯାହା ପରେ ସେମାନଙ୍କୁ ପ୍ରାରମ୍ଭିକ ଭାବେ ୨୫ ଲକ୍ଷ ଟଙ୍କା ପୈଠ କରିବା ସହ ଅବଶିଷ୍ଟ ଅର୍ଥରାଶି ପାଇଁ ୩ ସପ୍ତାହ ସମୟ ମିଳିଥିଲା।

ପରବର୍ତ୍ତୀ ସମୟରେ ବାକି ୪.୭୫ କୋଟି ଟଙ୍କାକୁ ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ଗ୍ରହଣ କରିବା ଏବଂ ଏହି ଅର୍ଥକୁ "ବାୟୋଡାଇଭର୍ସିଟି ପାର୍କ" ନିର୍ମାଣରେ ବିନିଯୋଗ କରିବାକୁ ସଂଗଠନ ଅନୁରୋଧ କରିଥିଲେ ହେଁ ଶେଷରେ ସମ୍ପୂର୍ଣ୍ଣ ଜରିମାନା ଦେବାକୁ ପଡ଼ିଥିଲା।

ଆହୁରି ପଢନ୍ତୁ: rape case: ଦୁଷ୍କର୍ମ ମାମଲା ଚାପି ଦେବା ପାଇଁ ୫ କୋଟି ଟଙ୍କା ଲାଞ୍ଚ ଜାଚିଥିବା ଅଭିଯୋଗ ଅପରପକ୍ଷରେ ଆର୍ଟ ଅଫ୍ ଲିଭିଂକୁ ଏହି ଜରିମାନାରୁ ମୁକ୍ତ କରିବା ସହ ସୁପ୍ରିମ୍‌କୋର୍ଟ ଡିଡିଏର କାର୍ଯ୍ୟଶୈଳୀ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଯମୁନା ନଦୀଶଯ୍ୟାର ସୁରକ୍ଷା କରିବା ନିଜର ମୂଳ କର୍ତ୍ତବ୍ୟ ହୋଇଥିବା ବେଳେ ଏହି ସହରୀ ଯୋଜନା ଓ ବିକାଶ ସଂସ୍ଥା ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଦାଲତ ପର୍ଯ୍ୟବେକ୍ଷଣ କରିଛନ୍ତି।

ଏହା ସହିତ ଏନ୍‌ଜିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଯମୁନା ନଦୀ ଅଞ୍ଚଳର ପୁନରୁଦ୍ଧାର ଏବଂ ପୁନର୍ବାସ କାର୍ଯ୍ୟକୁ ନିରନ୍ତର ଜାରି ରଖିବା ପାଇଁ କୋର୍ଟ ଡିଡିଏକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜରିମାନା ନିଷ୍ପତ୍ତିକୁ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଇନଗତ ଲଢ଼େଇର ଶେଷରେ ଅବସାନ ଘଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।