Editorial: ଯମଦୂତ!

Sep 03, 2026 - 03:15
Editorial: ଯମଦୂତ!

"ଯେତେବେଳେ ବି ଏକ କୁମ୍ଭୀର ଆକ୍ରମଣ ଘଟିଥାଏ ସଂରକ୍ଷଣ ସମର୍ଥକମାନେ ସର୍ବଦା ମୃତାହତ ମନୁଷ୍ୟ ମୁଣ୍ଡରେ ସେଥିପାଇଁ ଦୋଷ ଲଦିଥାନ୍ତି ଓ କୁମ୍ଭୀରକୁ କ୍ଲିନ୍‌ଚିଟ୍ ପ୍ରଦାନ କରିଥାନ୍ତି- ସତେ ଯେମିତି ସଂରକ୍ଷଣ ହେଉଛି ଏକ ନିର୍ଦ୍ଦିଷ୍ଟ କିସମର ନୈତିକ ନାଟକ, ଯେଉଁଥିରେ କୁମ୍ଭୀର ହେଉଛି ସର୍ବଦା ନିରପରାଧ ଓ ମନୁଷ୍ୟ ହେଉଛି ସର୍ବଦା ଦୋଷୀ।Advertisment Sukinda chrome mines: କ୍ରୋମ୍‌ ପରିବହନକୁ ଭରସା ୫୦ ବର୍ଷର ସଡ଼କ ବିଭିନ୍ନ ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ କାରଣରୁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଆଦି ଭଳି ଭାରତର କେତେକ ରାଜ୍ୟ ସେମାନଙ୍କର ଜନସଂଖ୍ୟାରେ ବୃଦ୍ଧି ଘଟାଇବା ନିମିତ୍ତ ନୀତିଗତ ଭାବେ ଉଦ୍ୟମ ଆରମ୍ଭ କରିଦେଇଥିବା ବେଳେ ୩୧ ଅଗଷ୍ଟରେ ଏଇ ସମ୍ବାଦପତ୍ରରେ ପ୍ରକାଶିତ ଏକ ଖବର ଦେଖିଲେ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ଓଡ଼ିଶା ସତେ ଯେମିତି ଏହାର ବିପରୀତ ନୀତି ଅନୁସରଣ କରି ତା"ର ଜନସଂଖ୍ୟାରେ ହ୍ରାସ ଘଟାଇବା ପାଇଁ ଏକ ଛଦ୍ମ କୌଶଳ ଅନୁସରଣ କରିବାରେ ଦୀର୍ଘ କାଳ ଧରି ପ୍ରବୃତ୍ତ ରହିଚାଲିଛି।

ଓଡ଼ିଶାର ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀନାଳ ଭରା ତଳଘଟି ଅଞ୍ଚଳରେ ବିଗତ ବର୍ଷମାନଙ୍କରେ କୁମ୍ଭୀର ଆକ୍ରମଣ ମନୁଷ୍ୟର ମୃତ୍ୟୁର ଏକ ନିୟମିତ କାରଣରେ ପରିଣତ ହୋଇ ସାରିଥିବା ବେଳେ ଉପରୋକ୍ତ ଖବର ଅନୁସାରେ ଭିତ‌ରକନିକା ଜାତୀୟ ଉଦ୍ୟାନର ନଦୀନାଳରେ ଏବେ ପ୍ରାୟ ୪,୫୦୦ କୁମ୍ଭୀର ଶାବକ ଜନ୍ମଲାଭ କରି ଚତୁର୍ଦ୍ଦିଗରେ ଖେଳାଇ ହୋଇ ଯାଇଛନ୍ତି।

ଆଗାମୀ ଦିନମାନଙ୍କରେ ସେ ଅଞ୍ଚଳରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଏମାନେ ଯମଦୂତ ଭଳି କାର୍ଯ୍ୟ କରିବେ।ପୃଥିବୀର ଶ୍ରେଷ୍ଠତମ ସଭ୍ୟତା ବିଶାରଦ ରୂପେ ବିବେଚିତ ସ୍ବର୍ଗୀୟ ଆମେରିକୀୟ ଐତିହାସିକ-ଦାର୍ଶନିକ ୱିଲ୍ ଡୁରାଣ୍ଟ ପୃଥିବୀରେ ମାନବ ସଭ୍ୟତାର ବିକାଶ ପଥରେ କ୍ରମାନ୍ବୟରେ ଯେଉଁ ଦଶଟି ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟି ଚିହ୍ନଟ କରିଥିଲେ, ସେଥିରେ ତୃତୀୟ ସ୍ଥାନ ଦଖଲ କରିଥାଏ ହିଂସ୍ର ପଶୁମାନଙ୍କ ଉପରେ ମନୁଷ୍ୟର ବିଜୟ।

ଏଇ ପ୍ରସଙ୍ଗରେ ଡୁରାଣ୍ଟ ଲେଖିଛନ୍ତି: ""ପଶୁମାନେ ଏବେ ଆମର ଖେଳନାରେ ପରିଣତ ହୋଇଛନ୍ତି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ମନୁଷ୍ୟ ଥିଲା ଉଭୟ ଶିକାର ଓ ଶିକାରୀ, ଯେତେବେଳେ ଗୁମ୍ଫା କିମ୍ବା କୁଡ଼ିଆ ବାହାରେ ଗୋଟିଏ ପାହୁଣ୍ଡ ପକାଇବା ଥିଲା ତା" ପାଇଁ ଏକ ଦୁଃସାହସିକ ଅଭିଯାନ।"" ଡୁରାଣ୍ଟଙ୍କ ବିଚାରରେ ଯେଉଁ ଯୁଦ୍ଧ ଚଳାଇ ପଶୁମାନଙ୍କ କବଳରୁ ପୃଥିବୀକୁ ମୁକ୍ତ କରି ମନୁଷ୍ୟ ତାହାକୁ ନିଜର ନିରାପଦ ବାସସ୍ଥଳୀରେ ପରିଣତ କଲା, ତାହା ହେଉଛି ଇତିହାସରେ ମନୁଷ୍ୟ ଯେଉଁସବୁ ଯୁଦ୍ଧରେ ପ୍ରବୃତ୍ତ ହୋଇଛି, ସେଥି ମଧ୍ୟରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ଯାହା ତୁଳନାରେ ଅନ୍ୟ ସମସ୍ତ ଯୁଦ୍ଧ ସାମାନ୍ୟ ଗୃହକଳି ଭଳି ପ୍ରତୀୟମାନ ହୋଇଥାନ୍ତି।ବେଳେବେଳେ ଯୁଦ୍ଧ ସମାପ୍ତ ହେବା ପରେ ବିଜେତା ବିଜିତ ପ୍ରତି ଉଦାରତା ଓ ନିଜର ମହାନତା ପ୍ରଦର୍ଶନ କରିବା ଦେଖାଯାଇଥାଏ।

ମନୁଷ୍ୟ ବର୍ତ୍ତମାନ ତା"ର ଅତୀତର ଚରମ ଶତ୍ରୁ ହିଂସ୍ର ପଶୁ ବା ଜନ୍ତୁମାନଙ୍କ ପ୍ରତି ପ୍ରଦର୍ଶନ କରୁଥିବା ଆଚରଣରେ ତାହା ହିଁ ପ୍ରତିଫଳିତ ହେଉଛି।

ବିଷଧର ସାପରୁ ଭୟଙ୍କର ବାଘ ପର୍ଯ୍ୟନ୍ତ ସମସ୍ତ ବିପଜ୍ଜନକ ପ୍ରାଣୀମାନେ ବର୍ତ୍ତମାନ ମନୁଷ୍ୟର ଆକ୍ରମଣ ପରିବର୍ତ୍ତେ ତା"ର ସଂପୂର୍ଣ୍ଣ ସୁରକ୍ଷା ଉପଭୋଗ କରୁଛନ୍ତି।

ଯାହା ମଧ୍ୟ ଉପଭୋଗ କରୁଛି ପୃଥିବୀର ସର୍ବାଧିକ ବିପଜ୍ଜନକ ଜନ୍ତୁ- କୁମ୍ଭୀର।

ବିଶେଷ କରି ଭିତରକନିକା ଅଞ୍ଚଳରେ ବାସ କରୁଥିବା ଲୁଣିପାଣି କୁମ୍ଭୀର ବା ବଉଳା କୁମ୍ଭୀରକୁ ଏକ ହତ୍ୟାକାରୀ ଯନ୍ତ୍ର ବୋଲି କହିଲେ ଭୁଲ୍ ହେବ ନାହିଁ।

କାରଣ ଏହାର ଶରୀର ବିଶାଳ ହୋଇଥିବା ବେଳେ ଏହାର ମସ୍ତିଷ୍କର ଆକାର ଏକ ବାଦାମ ମଞ୍ଜି ପରି ହୋଇଥାଏ, ଯେଉଁଥିରେ ବସ୍ତୁତଃ କେବଳ ଗୋଟିଏ ମାତ୍ର ଆବେଗ ପାଇଁ ସ୍ଥାନ ଥାଏ: ହତ୍ୟା କରିବା।ଯମଦୂତମାନେ କେବଳ ଏଇ ଏକମାତ୍ର ଆବେଗର ଅଧିକାରୀ ହୋଇ ନଥାନ୍ତି କି?

ସେ ଅଞ୍ଚଳର ଅଧିବାସୀମାନେ ତା"ର ଏଇ ଏକସୂତ୍ରୀ ଆବେଗର ନିୟମିତ ଶିକାର ହୋଇଆସିଥିଲେ ହେଁ, ଉପରୋକ୍ତ ଉଦାର ବିଜେତା ସଭ୍ୟତାର ଅଂଶସ୍ବରୂପ ବିଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ରାଜ୍ୟ ଏହାକୁ ସଂରକ୍ଷଣ ସୁରକ୍ଷା ପ୍ରଦାନ କରିଆସିଛି।

କୁମ୍ଭୀରମାନଙ୍କର ଦୃଷ୍ଟିରୁ ଦେଖିଲେ ବିଗତ ବର୍ଷମାନଙ୍କରେ ଏଇ ସଂରକ୍ଷଣ ଉଦ୍ୟମ ଯେ ଚମକପ୍ରଦ ସଫଳତା ହାସଲ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ।

ଏହାର ଫଳସ୍ବରୂପ ୧୯୭୦ ଦଶକରେ ସେଠାରେ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଥିବା ଏଇ କୁମ୍ଭୀରମାନଙ୍କର ସଂଖ୍ୟା ସଦ୍ୟତମ ଗଣନା ଅନୁସାରେ ୨୦୨୬ରେ ୧,୮୫୮ ଛୁଇଁଥିବା ପ୍ରକାଶ ପାଇଛି।

ଏଭଳି ସଫଳତା ଏଇ ଉଦ୍ୟମ ସହିତ ସଂପୃକ୍ତ ଥିବା ସମସ୍ତଙ୍କ ଠାରେ - ପ୍ରଶାସକ, ବନବିଭାଗ କର୍ମଚାରୀ, ପରିବେଶପ୍ରେମୀ... - ଗଭୀର ଉତ୍ସାହ ସୃଷ୍ଟି କରିବା ସ୍ବାଭାବିକ, ଯାହାର ଏକ ଉଦାହରଣ ସ୍ବରୂପ "ସମ୍ବାଦ"ରେ ପ୍ରକାଶିତ ଉପରୋକ୍ତ କୁମ୍ଭୀର ଶାବକ ଜନ୍ମ ଖବର ଅନୁସାରେ ଏହା ""ପରିବେଶବିତ୍‌ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି""।

Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ ଖୁସିର ଲହରିରେ ଉବୁଟୁବୁ ହେଉଥିବାବେଳେ ସେମାନେ କିନ୍ତୁ ସଚେତନ ହେବା ଉଚିତ ଯେ ସେମାନଙ୍କର ଏଇ ଖେଳ ସେଠାରେ ଅଗଣିତ ନିରୀହ ଲୋକଙ୍କ ପାଇଁ କାଳରେ ପରିଣତ ହେବାରେ ଲାଗିଛି।

ସଂରକ୍ଷଣରେ ସଫଳତା ହାସଲ ମାନବୀୟ ଯନ୍ତ୍ରଣା ସୃଷ୍ଟି କରିବା ପାଇଁ ଏକ ଲାଇସେନ୍‌ସ ହାସଲ ନୁହେଁ।

ସେ ଅଞ୍ଚଳରେ ଯେଉଁମାନେ ନିୟମିତ ଭାବରେ କୁମ୍ଭୀରର ଶିକାର ହେଉଛନ୍ତି, ସେମାନେ ଜଙ୍ଗଲ ବିଭାଗ ବାବୁ ନୁହନ୍ତି କିମ୍ବା ସୌଖୀନ ପର୍ଯ୍ୟଟକ ନୁହନ୍ତି; ସେମାନେ ହେଉଛନ୍ତି ନଈପାର ହେଉଥିବା, ଗାଧୋଉଥିବା, ବାସନ ଧୋଉଥିବା, ମାଛ ଧରୁଥିବା କିମ୍ବା ଏପରିକି ନଈକୂଳ ବିଲରେ ଚାଷ କରୁଥିବା, ଗୋରୁ ଚରାଉଥିବା ଭଳି ନିତିଦିନିଆ ତଥା ପେଟ ପୋଷିବା କାର୍ଯ୍ୟରେ ବ୍ୟାପୃତ ଥିବା ଦୁର୍ବଳ ବର୍ଗର ସ୍ବରହୀନ ଗ୍ରାମବାସୀମାନେ।ମାଛ ଧରି ପେଟ ପୋଷୁଥିବା ମତ୍ସ୍ୟଜୀବୀ ଜଣେ ସେଠାରେ ଏବେ ଯେଉଁ ଦ୍ବନ୍ଦ୍ବର ସମ୍ମୁଖୀନ, ‌ତାହା ହେଲା: ମାଛ ଧରିବାକୁ ଯାଇ କୁମ୍ଭୀର ମୁହଁରେ ମୃତ୍ୟୁ ନା ମାଛ ନ ଧରି ଭୋକ ଉପାସରେ ମୃତ୍ୟୁ- କେଉଁଟିକୁ ସ୍ବାଗତ କରିବ?

ଅଳ୍ପ ଦିନ ତଳେ ଏକ ସର୍ବଭାରତୀୟ ସମ୍ବାଦପତ୍ର‌ର ପ୍ରଥମ ପୃଷ୍ଠା ମଣ୍ଡନ କରୁଥିବା ଏକ ଚିତ୍ରରେ ସକାଳେ ଜଣେ ଗ୍ରାମବାସୀଙ୍କ ଦାଣ୍ଡ ବାରନ୍ଦାରେ ଏକ ୨୦ ଫୁଟ୍‌ ଲମ୍ବ ବଉଳା କୁମ୍ଭୀର ଶୋଇଥିବା ଦେଖାଯାଇଥିଲା- ଯୋଗର ମକରାସନ ମୁଦ୍ରାରେ।

ସେଠାରେ ମହିଳାମାନେ ନଦୀକୁ ନ ଯାଇ ବିଳାସପୂର୍ଣ୍ଣ ସ୍ନାନାଗାରରେ ଥିବା ବାଥ୍‌ଟବ କିମ୍ବା ସାୱାର୍ ବ୍ୟବହାର କରିପାରିବେ ନାହିଁ।ଯେତେବେଳେ ବି ଏକ କୁମ୍ଭୀର ଆକ୍ରମଣ ଘଟିଥାଏ ସଂରକ୍ଷଣ ସମର୍ଥକମାନେ ସର୍ବଦା ମୃତାହତ ମନୁଷ୍ୟ ମୁଣ୍ଡରେ ସେଥିପାଇଁ ଦୋଷ ଲଦିଥାନ୍ତି ଓ କୁମ୍ଭୀରକୁ କ୍ଲିନ୍‌ଚିଟ୍ ପ୍ରଦାନ କରିଥାନ୍ତି- ସତେ ଯେମିତି ସଂରକ୍ଷଣ ହେଉଛି ଏକ ନିର୍ଦ୍ଦିଷ୍ଟ କିସମର ନୈତିକ ନାଟକ, ଯେଉଁଥିରେ କୁମ୍ଭୀର ହେଉଛି ସର୍ବଦା ନିରପରାଧ ଓ ମନୁଷ୍ୟ ହେଉଛି ସର୍ବଦା ଦୋଷୀ।ପରିବେଶପ୍ରେମୀ ମହଲରେ ଏକ ଭ୍ରମ ଧାରଣା ରାଜତ୍ବ କରୁଥିବା ଦେଖାଯାଇଥାଏ, ଯାହା ଅନୁସାରେ ସଂପୃକ୍ତ ସଂରକ୍ଷିତ ଜନ୍ତୁର ସଂଖ୍ୟାରେ ଯେତେ ବୃଦ୍ଧି ଘଟିଲେ ବି ତାହା ସ୍ବାଗତଯୋଗ୍ୟ ବିବେଚିତ ହୋଇଥାଏ।

ଯଦି କୁମ୍ଭୀର, ବାଘ, ସାପ ଭଳି ଜନ୍ତୁମାନଙ୍କ ସଂଖ୍ୟାରେ ଅନିୟନ୍ତ୍ରିତ ବୃଦ୍ଧି ଘଟି ତାହା ଡୁରାଣ୍ଟବର୍ଣ୍ଣିତ ପ୍ରାଗୈତିହାସିକ ସ୍ତରକୁ ପ୍ରତ୍ୟାବର୍ତ୍ତନ କରେ, ତେବେ ଡୁରାଣ୍ଟ ସୂଚାଇଥିବା ଭଳି ମନୁଷ୍ୟକୁ ସଭ୍ୟତା ତ୍ୟାଗ କରି ପୁଣି ଗୁମ୍ଫା ଭିତରକୁ ଲେଉଟିବାକୁ ହେବ ଏବଂ ପୂର୍ବଭଳି ବାହାରକୁ ବାହାରି ଗୋଟିଏ ପାହୁଣ୍ଡ ପକାଇବା ତା" ପାଇଁ ଏକ ଦୁଃସାହସିକ ଅଭିଯାନରେ ପରିଣତ ହେବ।

କୁମ୍ଭୀର ବଂଶବୃଦ୍ଧିରେ ଲଗାମ ଦିଆଯାଇ ଭିତରକନିକାରେ ତାହା ଘଟିବାକୁ ଦିଆ ନ ଯାଉ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।