Aryapalli: ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ବୁଡ଼ିଲା ଡ଼ଙ୍ଗା : ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଉଦ୍ଧାର

Sep 23, 2026 - 11:04
Aryapalli: ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ବୁଡ଼ିଲା ଡ଼ଙ୍ଗା : ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଉଦ୍ଧାର

"ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ବୁଡ଼ିଲା ଡ଼ଙ୍ଗା l ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଡ଼ଙ୍ଗାକୁ ଉଦ୍ଧାର କରାଯାଇଛି | ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବାବେଳେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି l ଯାହା ଫଳରେ ଦୁଇ ମତ୍ସ୍ୟଜୀବୀଙ୍କ ଦୁଇଟି ଡ଼ଙ୍ଗା ପାଣିରେ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଛି l ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଥିବାବେଳେ ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ମାଛ ମାରିବାକୁ ନ ଯାଇ ମତ୍ସ୍ୟଜୀବୀମାନେ ନିଜ ନିଜ ଡ଼ଙ୍ଗାକୁ ସୁରକ୍ଷିତ ଭାବେ ବାନ୍ଧି ରଖିଥିଲେ lAdvertisment ଆହୁରି ପଢନ୍ତୁ: Tender: ଚିନ୍ତା ବଢାଇଲାଣି ଲେସ୍ ଟେଣ୍ଡର ବିଡିଂ, ଧାର୍ଯ୍ୟ ମୂଲ୍ୟର ବିଡର୍ ହ୍ରାସ ପ୍ରତିଶତ ଅସୀମିତ ସମୁଦ୍ର ଅଶାନ୍ତ ଯୋଗୁଁ ଜେଟି ପରିସରରେ ଜଳସ୍ତର ବୃଦ୍ଧି ପାଇବାରୁ ଡ଼ଙ୍ଗାଟି ବୁଡି ଯାଇଥିବା ଦେଖିବାକୁ ମିଳିଛି l ଡ଼ଙ୍ଗାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଡ଼ଙ୍ଗାରେ ଲାଗିଥିବା ଇଂଜିନ ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପାଣିରେ ବୁଡି ନଷ୍ଟ ହୋଇଛି l ପ୍ରାୟ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା କ୍ଷତି ହୋଇଥିବା ବେଳେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି | "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।