Volodymyr Zelensky: ‘ରୁଷ-ଭାରତ ତେଲ କାରବାର ବନ୍ଦ ହେଲେ ଅଟକିବ ଯୁଦ୍ଧ’: ଜେଲେନସ୍କି

Sep 23, 2026 - 12:29
Volodymyr Zelensky: ‘ରୁଷ-ଭାରତ ତେଲ କାରବାର ବନ୍ଦ ହେଲେ ଅଟକିବ ଯୁଦ୍ଧ’: ଜେଲେନସ୍କି

"ନ୍ୟୁୟର୍କ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷର ପ୍ରମୁଖ ଆର୍ଥିକ ଉତ୍ସ ଭାରତ, ଚୀନ୍ ଓ ତୁର୍କୀ ସହ ଚାଲିଥିବା ତେଲ ବାଣିଜ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ''ୱାଲ୍ ଷ୍ଟ୍ରିଟ୍ ଜର୍ନାଲ''କୁ ଦେଇଥିବା ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଯେ, ରୁଷ ନିଜର ଆର୍ଥିକ ସ୍ଥିତି ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ, ଚୀନ୍ ଓ ତୁର୍କୀ ଉପରେ ନିର୍ଭରଶୀଳ।

ଯଦି ଏହି ଦେଶଗୁଡ଼ିକ ରୁଷ ସହ ତେଲ କାରବାର ବନ୍ଦ କରିଦିଅନ୍ତି, ତେବେ ମସ୍କୋ ଯୁଦ୍ଧ ଜାରି ରଖିବାକୁ ଅସମର୍ଥ ହେବ।Advertisment ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇପାରିବ ମିଳିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଅବସରରେ ଜେଲେନସ୍କି କହିଛନ୍ତି ଯେ ଭାରତ, ଚୀନ୍ ଓ ଆମେରିକା ମିଳିତ ଭାବେ ଚାପ ପକାଇଲେ ରୁଷକୁ ଯୁଦ୍ଧରୁ ଓହରିବାକୁ ବାଧ୍ୟ କରାଯାଇପାରିବ।

ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ''ଲିଣ୍ଡସେ ଓ.

ଗ୍ରାହାମ୍ ସାଙ୍କସନିଂ ରୁଷ ଆଣ୍ଡ ଇରାନ୍ ଆକ୍ଟ''ରେ ସ୍ୱାକ୍ଷର କରିବା ପରେ ଜେଲେନସ୍କିଙ୍କ ଏହି ବୟାନ ସାମ୍ନାକୁ ଆସିଛି।

ଏହି ନୂତନ ଆଇନ ଅଧୀନରେ ରୁଷଠାରୁ ଅଶୋଧିତ ତେଲ କିଣୁଥିବା ଭାରତ, ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ୍ ଭଳି ଦେଶଗୁଡ଼ିକ ଉପରେ ଆମେରିକା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇପାରିବ।

Police Encounter: ସ୍ତ୍ରୀ, ଦୁଇ ପୁରୋହିତ ଓ ପୁଅକୁ ମାରିଲା, ଶେଷରେ ଏନକାଉଣ୍ଟରରେ ଜୀବନ ଗଲା ସୂଚନାଯୋଗ୍ୟ, ରୁଷଠାରୁ ଅଶୋଧିତ ତେଲ ଆମଦାନୀ କରୁଥିବା ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ।

ଭାରତ ନିଜର ମୋଟ ଅଶୋଧିତ ତେଲ ଆବଶ୍ୟକତାର ଏକ-ତୃତୀୟାଂଶରୁ ଅଧିକ ରୁଷରୁ ଆମଦାନୀ କରେ।

ତେବେ ଆମେରିକାର ପ୍ରତିବନ୍ଧକ ଚେତାବନୀ ସତ୍ତ୍ୱେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ, ଦେଶର ଶକ୍ତି ସୁରକ୍ଷା ଏବଂ ବଜାର ଦରକୁ ଆଖିଆଗରେ ରଖି ହିଁ ତେଲ କ୍ରୟ ସମ୍ପର୍କିତ ନିଷ୍ପତ୍ତି ନିଆଯାଉଛି।

ଭାରତସ୍ଥିତ ରୁଷ ଦୂତ ଦେନିସ୍ ଆଲିପୋଭ୍ ମଧ୍ୟ କହିଛନ୍ତି ଯେ, ଭାରତ ନିଜର ବିକାଶ ପାଇଁ ତେଲ କିଣୁଛି ଏବଂ ମସ୍କୋ ଭାରତର ଶକ୍ତି ଚାହିଦା ପୂରଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।