Ashwini Vaishnaw Recommends ₹3.10 Crore: ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୩.୧୦ କୋଟିର ସୁପାରିଶ କଲେ ରେଳ ମନ୍ତ୍ରୀ

Aug 13, 2026 - 13:16
Ashwini Vaishnaw Recommends ₹3.10 Crore: ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୩.୧୦ କୋଟିର ସୁପାରିଶ କଲେ ରେଳ ମନ୍ତ୍ରୀ

ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୩.୧୦ କୋଟିର କାମ ସୁପାରିଶ କଲେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୧ କୋଟି ୭୦ଲକ୍ଷ ଟଙ୍କା ସୁପାରିଶ ହୋଇଛି। ଏହି ସୁପାରିଶ ଅନୁସାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପାଇଁ ୧ କୋଟି ୪୦ ଲକ୍ଷ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୧ କୋଟି ୭୦ ଲକ୍ଷ ବ୍ୟୟର ପ୍ରସ୍ତାବ ରହିଛି।

ନୀଳଗିରି SDHରେ IPD, ଔଷଧ ଗୋଦାମ, ରୋଗୀ ବିଶ୍ରାମ କକ୍ଷ, କାଜୁଆଲଟି, ରିଫ୍ରେସମେଣ୍ଟ ହଲ୍, ସର୍ଜରୀ ୱାର୍ଡ ଓ ଅପରେସନ ଥିଏଟର ପାଇଁ ରହିଛି ପ୍ରସ୍ତାବ। 

ସେହିପରି ବାଲେଶ୍ୱର DHHରେ ମେଡିସିନ୍ ବ୍ଲକ୍, ଔଷଧ ଗୋଦାମ, ମଦର୍ ଆଣ୍ଡ ଚାଇଲ୍ଡ କମ୍ପ୍ଲେକ୍ସ, କାଜୁଆଲଟି, ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି ସେଣ୍ଟର, ସର୍ଜରୀ ୱାର୍ଡ ଓ OTର ଉନ୍ନତିକରଣ ପ୍ରସ୍ତାବିତ ହୋଇଛି।

ଏହା ସହିତ ରୋଗୀଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ ଏବଂ OPD ବ୍ଲକର ରିଫ୍ରେସମେଣ୍ଟ ହଲର ଉନ୍ନତିକରଣ ମଧ୍ୟ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।