Asian Cup: ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସୀୟ କପ୍‌ କ୍ବାଲିଫାୟର୍ସ: ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ

Aug 27, 2026 - 16:16
Asian Cup: ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସୀୟ କପ୍‌ କ୍ବାଲିଫାୟର୍ସ: ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ

"କୁଆଲାଲୁମ୍ପୁର: ଏଏଫ୍‌ସି ୧୭ ବର୍ଷରୁ କମ୍‌ ପୁରୁଷ ଏସୀୟ କପ୍‌ କ୍ବାଲିଫାୟର୍ସ ଲାଗି ଗୁରୁବାର କୁଆଲାଲୁମ୍ପୁରଠାରେ ଡ୍ର ଅନୁଷ୍ଠିତ ହୋଇଛି।

ଏଥିରେ ଭାରତ ଗ୍ରୁପ୍‌-ଇ"ରେ ମାଲେସିଆ, ପାଲେଷ୍ଟାଇନ୍‌, ସିଙ୍ଗାପୁର ଓ ଗୁଆମ୍‌ ସହ ରହିଛି।

ରାଉଣ୍ଡ-ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଗ୍ରୁପ୍‌-ଇ"ର କ୍ବାଲିଫାୟର୍ସ ମ୍ୟାଚ୍‌ଗୁଡ଼ିକ ମାଲେସିଆରେ ନଭେମ୍ବର ୧୧ରୁ ୨୦ ପର୍ଯ୍ୟନ୍ତ ଆୟୋଜିତ ହେବ।Advertisment ଭାରତ ବନାମ ସିଙ୍ଗାପୁର କ୍ବାଲିଫାୟର୍ସ ଡ୍ର"ରେ ୩୫ ଦଳକୁ ୭ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।

ପ୍ରତି ଗ୍ରୁପ୍‌ରେ ୫ ଲେଖାଏଁ ଦଳ ରହିଛନ୍ତି।

ପ୍ରତି ଗ୍ରୁପ୍‌ ବିଜେତା ଦଳ ଉଜ୍‌ବେକିସ୍ତନରେ ଆସନ୍ତା ବର୍ଷ ମେ ୧୨ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସୀୟ କପ୍‌ ୨୦୨୭କୁ ଯୋଗ୍ୟତା ଅର୍ଜନ କରିବେ।

ଭାରତ ତା"ର ପ୍ରଥମ ମ୍ୟାଚ୍‌ ସିଙ୍ଗାପୁର ବିପକ୍ଷରେ ନଭେମ୍ବର ୧୧ ତାରିଖରେ ଖେଳି ଅଭିଯାନ ଆରମ୍ଭ କରିବ।

ଏହାପରେ ୧୪ରେ ଗୁଆମ୍‌, ୧୭ରେ ପାଲେଷ୍ଟାଇନ୍‌ ଓ ୨୦ରେ ମାଲେସିଆ ବିପକ୍ଷରେ ଖେଳିବ।

ସାଉଦି ଆରବରେ ଖେଳାଯାଇଥିବା ୨୦୨୬ ସଂସ୍କରଣରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଥିବା ଭାରତ ଲଗାତାର ଦ୍ବିତୀୟ ଥର ଏବଂ ମୋଟ ଉପରେ ଏକାଦଶ ଥର ଲାଗି ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସୀୟ କପ୍‌ ଖେଳିବକୁ ଲକ୍ଷ୍ୟ ରଖିଛି।

ଭାରତ ଆସିବ ଅଷ୍ଟ୍ରେଲିଆ ଦଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।