Floods expose corruption: ବନ୍ୟା ଧରାପକାଇଦେଲା ଦୁର୍ନୀତି, ବନ୍ଧକୁ ପାଣି ଛୁଇଁଲେ ଘାଇ: ୭୦୩ କୋଟି ଖର୍ଚ୍ଚ, ତଥାପି ଦୁର୍ବଳ

Oct 10, 2026 - 03:36
Floods expose corruption: ବନ୍ୟା ଧରାପକାଇଦେଲା ଦୁର୍ନୀତି, ବନ୍ଧକୁ ପାଣି ଛୁଇଁଲେ ଘାଇ: ୭୦୩ କୋଟି ଖର୍ଚ୍ଚ, ତଥାପି ଦୁର୍ବଳ

"ଯାଜପୁର: ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ (ଆରଡି) ପରେ ଏବେ ଯାଜପୁର ଜିଲ୍ଲାରେ ଜଳସେଚନ ବିଭାଗର ଦୁର୍ନୀତି ଦେଖିଲେ ଆଖି ଟେରା ହୋଇଯିବ।

ଜିଲ୍ଲାରେ ଥିବା ବିଭିନ୍ନ ନଦୀବନ୍ଧଗୁଡ଼ିକର ମରାମତି ଓ ସୁଦୃଢ଼ୀକରଣରେ ଗତ ୧୧ଟି ଆର୍ଥିକ ବର୍ଷ, ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ୭୦,୩୯୩.୯୫ ଲକ୍ଷ ଟଙ୍କା ଅର୍ଥାତ ୭୦୩ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଜିଲ୍ଲାର ଯାଜପୁର, ଜାରକା ଓ କେନ୍ଦ୍ରାପଡ଼ା (ପାର୍ଟ)ରେ ଏହି ଅର୍ଥ ଖର୍ଚ୍ଚ କରାଯାଇଛି।

ତେବେ ବିପୁଳ ପରିମାଣର ଅର୍ଥ ବିନିଯୋଗ ପରେ ବି ଜିଲ୍ଲାର ନଦୀବନ୍ଧଗୁଡ଼ିକ ସେମିତି ଦୁର୍ବଳ ଅବସ୍ଥାରେ ରହିଛି।

ସାମାନ୍ୟ ବନ୍ୟା ଆସିଲେ ବାରମ୍ବାର ଘାଇ ସୃଷ୍ଟି ହେଉଛି।

ତଥ୍ୟ ଅନୁଯାୟୀ, ଜିଲ୍ଲାର ବ୍ରାହ୍ମଣୀ, ଖରସ୍ରୋତା, କେଲୁଅ, ତନ୍ତିଘାଇ, କୁଶେଇ, ଗଣ୍ଡା, ଦୁଧେଇ, ବିରୂପା, ବୈତରଣୀ, ବୁଢ଼ା, ପାଟିଆ ଆଦି ବିଭିନ୍ନ ନଦୀବନ୍ଧରେ ୨୦୧୩-୧୪ରେ ୩୪୦୫.୬୫ ଲକ୍ଷ, ୨୦୧୪-୧୫ରେ ୩୨୧୨.୬୦ ଲକ୍ଷ, ୨୦୧୫-୧୬ରେ ୧୭୧୫୯.୧୭ ଲକ୍ଷ, ୨୦୧୬-୧୭ରେ ୫୧୬୭ ଲକ୍ଷ ଓ ୨୦୧୭-୧୮ରେ ୧୭୨୦.୨୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ସେହିପରି ୨୦୧୮-୧୯ରେ ୫୦୦୭.୩୪ ଲକ୍ଷ, ୨୦୧୯-୨୦ରେ ୧୪୨.୭୬ ଲକ୍ଷ, ୨୦୨୦-୨୧ରେ ୯୯୩୭.୨୯ ଲକ୍ଷ, ୨୦୨୧-୨୨ରେ ୧୧୫୮.

୬୭ ଲକ୍ଷ, ୨୦୨୨-୨୩ରେ ୭୭୨୭.୭୨ ଲକ୍ଷ ଓ ୨୦୨୩-୨୪ରେ ୧୫୭୫୫.୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଗତ ୧୧ ବର୍ଷରେ ବନ୍ୟା ଦାଉରୁ ରକ୍ଷା ପାଇଁ ନଦୀବନ୍ଧ ମରାମତି ଓ ସୁଦୃଢ଼ୀକରଣ ନାମରେ ମୋଟ ୭୦୩୯୩.୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ମରାମତି ଓ ସୁଦୃଢ଼ୀକରଣରେ ପାଣିଭଳି ଅର୍ଥ ବ୍ୟୟ, ଫଳ ଶୂନ ଗତ ୨୦୧୫-୧୬ ଆର୍ଥିକ ବର୍ଷରେ ୧୭୧୫୯.୧୭ ଲକ୍ଷ ଏବଂ ୨୦୨୩-୨୪ ବର୍ଷରେ ୧୫୭୫୫.୪୯ ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ହୋଇଛି।

ଏପରିକି ୧୧ ବର୍ଷରେ ୭୦୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ ବି ନଦୀବନ୍ଧର ସ୍ଥାୟୀ ସୁରକ୍ଷା ହୋଇ ପାରିନାହିଁ।

ପ୍ରତିବର୍ଷ ନଦୀବନ୍ଧଗୁଡ଼ିକରେ ପାଣି ଭଳି କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି।

ଏହା କେବଳ ଯନ୍ତ୍ରୀ ଓ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ନଈକୂଳିଆ ଗ୍ରାମବାସୀଙ୍କ ଅଭିଯୋଗ।

ସେମାନଙ୍କ ମତରେ ବନ୍ୟା‌ରେ ଦଶରଥପୁର ବ୍ଲକ୍‌ରେ ବାରମ୍ବାର ଘାଇ ହେବା ଦୁର୍ବଳ ନଦୀବନ୍ଧ ମରାମତିର ଏକ ଦୃଷ୍ଟାନ୍ତ ମାତ୍ର।

ସାମାନ୍ୟ ବନ୍ୟାଜଳରେ ଏହି ବନ୍ଧ ଭାଙ୍ଗିଯାଇଛି।

ଅର୍ଥାତ ସୁଦୃଢ଼ୀକରଣ କାର୍ଯ୍ୟ ନିମ୍ନମାନର।

ସେମାନଙ୍କର ଆହୁରି କହିବା କଥା ହେଉଛି, ବନ୍ୟା ଆସିବାବେଳେ ଜରୁରିକାଳୀନ ମରାମତି ନାମରେ ବାଲି ବସ୍ତା ଓ ବାଉଁଶ ପକାଇ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି।

ଜଳସଂପଦ ବିଭାଗର ନିମ୍ନମାନର କାର୍ଯ୍ୟ ଯୋଗୁଁ ଯାଜପୁର ଜିଲ୍ଲାରେ ଚଳିତ ବନ୍ୟାରେ ୧୩ ଲକ୍ଷ ୨୪ ହଜାର ୬୪୬ ଜଣ ଲୋକ ପ୍ରଭାବିତ ହେବା ସହିତ ୪୭୨୫୮ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି।

ଜିଲ୍ଲାର ଦୁଇ ଡିଭିଜନରେ ହେଉଥିବା ମରାମତି କାମର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦଶରଥପୁର ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ "ଟିମ୍ ଇଣ୍ଡିଆ"ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଏ ସଂପର୍କରେ ପ୍ରତିକ୍ରିୟା ରଖି ଯାଜପୁର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ କହିଛନ୍ତି ଯେ "ଦଶବର୍ଷ ଭିତରେ ୭୦୩ କୋଟି ଟଙ୍କା ଆସିଥିବା ତଥ୍ୟ ଯଦି ରହିଛି, ତାହା ସତ୍ୟ ହୋଇପାରେ।

ତେବେ ମୋ ଜାଣିବାରେ ଏହା କେବଳ ବନ୍ଧ ମରାମତି ପାଇଁ ନୁହେଁ।

ସପ୍ତମାତୃକା ନିକଟରେ ୫ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ଏକ ବ୍ୟାରେଜ ନିର୍ମାଣ ହୋଇଛି।

ତାକୁ ମିଶାଇ ଏ ତଥ୍ୟ ରହିଛି।

ଏଥିରେ ସେଭଳି କିଛି ଦୁର୍ନୀତି ହୋଇଥିବା ମୁଁ କାହିଁ ଭାବୁନାହିଁ।""

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।