Ranji Trophy 2026-27: ରଣଜୀ ଟ୍ରଫି ୨୦୨୬-୨୭: ୧୦ ବର୍ଷ ପରେ ଓଡ଼ିଶା-ଗୁଜରାଟ ଭେଟ

Oct 10, 2026 - 06:27
Ranji Trophy 2026-27: ରଣଜୀ ଟ୍ରଫି ୨୦୨୬-୨୭: ୧୦ ବର୍ଷ ପରେ ଓଡ଼ିଶା-ଗୁଜରାଟ ଭେଟ

"ଭୁବନେଶ୍ବର: ମାତ୍ର ଗୋଟିଏ ଦିନ ପରେ ରଣଜୀ ଟ୍ରଫିର ୨୦୨୬-୨୭ ନୂଆ ଋତୁ ଆରମ୍ଭ ହେଉଛି।

ଓଡ଼ିଶା ଏହାର ଅଭିଯାନ ଘରଠୁ ବାହାର ଅର୍ଥାତ ଅହମଦାବାଦର ଆଇକନିକ୍‌ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳିବ ଘରୋଇ ଗୁଜରାଟ ସହିତ ରବିବାରଠାରୁ ଖେଳିବ।

ଉଭୟ ଦଳ ନୂଆ ସିଜନ୍‌ର ନୂଆ ଆହ୍ବାନକୁ ପ୍ରଥମ ମ୍ୟାଚ୍‌ରୁ ପ୍ରତିହତ କରିବା ଆଶାରେ ରହିଛନ୍ତି।

ସର୍ବଦା ସଂଘର୍ଷରତ ଓଡ଼ିଶା ଅପେକ୍ଷାକୃତ ଯୁବ ଖେଳାଳିଙ୍କୁ ନେଇଥିଲେ ମଧ୍ୟ ଦୀର୍ଘ କାଳ ପରେ ପୁଣି ୨ ଜଣ ପେସାଦାର ‌ଖେଳାଳିଙ୍କୁ ସାମିଲ କରିଛି।

ଅଭିଜ୍ଞ ବ୍ୟାଟର୍‌ ଶୁଭ୍ରାଂଶୁ ସେନାପତିଙ୍କ ଉପରେ ରହିଛି ଓଡ଼ିଶାର ନେତୃତ୍ବ ଭାର।

ଦ୍ରୁତ ବୋଲର ଚିନ୍ତନ ଗାଜା ସମ୍ଭାଳୁଛନ୍ତି ଗୁଜରାଟ ଅଧିନାୟକତ୍ବ।

ରଣଜୀ ଟ୍ରଫି ଇତିହାସରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଏ ପର୍ଯ୍ୟନ୍ତ ୫ ଥର ମୁକାବିଲା ହୋଇଛି। ‌ସେଥି ମଧ୍ୟରୁ ଓଡ଼ିଶା କେବେ ବିଜୟ ପାଇନାହିଁ।

୪ ଥର ସିଧାସଳଖ ପରାସ୍ତ ହୋଇଥିବାବେଳେ ଥରେ ପାଳି ଅଗ୍ରଣୀ ଭିତ୍ତିରେ ମଧ୍ୟ ପଛରେ ପଡ଼ିଥିଲା।

ଅର୍ଥାତ୍‌ ଗୁଜରାଟ ବିପକ୍ଷରେ ଓଡ଼ିଶା ବିଜୟଶୂନ୍ୟ ରହିଛି।

ପ୍ରଥମ ମୁକାବିଲା ୨୦୦୮ ମସିହାରେ ଭୁବନେଶ୍ବର ରେଳବାଇ ଷ୍ଟାଡିୟମ୍‌ରେ ହୋଇଥିଲା।

ଅଧିନାୟକ ପାର୍ଥିବ ପଟେଲଙ୍କ ଦ୍ବିଶତକ (୨୦୬) ଏବଂ ସ୍ପିନର୍‌ ମନୀଷ ପରମାରଙ୍କ ୧୨ ୱିକେଟ୍‌ (୬/୫୩ ଓ ୬/୫୧) ବଳରେ ଗୁଜରାଟ ଏକ ପାଳି ଓ ୭୮ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା।

ପରବର୍ତ୍ତୀ ୨ ମୁକାବିଲା ଅହମବାଦାଦରେ ଖେଳାଯାଇଥିବାବେଳେ ଓଡ଼ିଶା ଯଥାକ୍ରମେ ୧୫୯ ରନ୍‌ (୨୦୦୯) ଓ ୧୬୬ ରନ୍ (୨୦୧୩) ବ୍ୟବଧାନରେ ହାରିଥିଲା।

କଟକରେ ଖେଳାଯାଇଥିବା ୨୦୧୪ ମୁକାବିଲାକୁ ଗୁଜରାଟ ୮ ୱିକେଟ୍‌ରେ ଜିତିଥିଲା।

Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ଶେଷ ଥର ପାଇଁ ୨୦୧୬ ମସିହାରେ ଜୟପୁରରେ ଖେଳାଯାଇଥିବା ମୁକାବିଲାରେ ଓଡ଼ିଶା ପ୍ରଥମ ଥର ସମ୍ମାନ ବାଣ୍ଟିଥିଲା।

ଅବଶ୍ୟ ଗୁଜରାଟ ବ୍ୟାଟିଂ ଅଭ୍ୟାସ କରିବା ନିଷ୍ପତ୍ତି ଓଡ଼ିଶାକୁ ୧ ପଏଣ୍ଟ ସୁଯୋଗ ଦେଇଥିଲା।

ବସନ୍ତ ମହାନ୍ତିଙ୍କ ୫ ୱିକେଟ୍‌ ଦଖଲ କାରଣରୁ ଗୁଜରାଟ ୨୬୩ ରନ୍‌ କରିଥିଲା।

ଜବାବରେ ଓଡ଼ିଶା ୧୯୯ ରନ୍‌ କରିଥିଲା।

ସୂର୍ଯ୍ୟକାନ୍ତ ପ୍ରଧାନ ନିମ୍ନକ୍ରମରେ ସର୍ବାଧିକ ୪୭ ରନ୍‌ କରିଥିଲେ।

ଜବାବରେ ସମିତ ଗୋହେଲଙ୍କ ତ୍ରିଶତକ (୩୫୯*) ବଳରେ ଗୁଜରାଟ ୬୪୧ କରିଥିଲା।

ଓଡ଼ିଶା ପକ୍ଷରୁ ଧୀରାଜ ସିଂହ ୬ ୱିକେଟ୍‌ ନେଇଥିଲେ।

ଜବାବରେ ଓଡ଼ିଶା ୮୧/୧ରେ ପାଳି ଶେଷ କରି ମ୍ୟାଚ୍‌ ଡ୍ର" ରଖିଥିଲା।

ଏବେ ୧୦ ବର୍ଷ ପରେ ମୁକାବିଲା ହେଉଥିବାରୁ ସେହି ମ୍ୟାଚ୍‌ରୁ କେବଳ ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ତିଷ୍ଠି ରହିଛନ୍ତି।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।