Asian Games: ଏସୀୟ କ୍ରୀଡ଼ା: ବାଦ୍‌ ପଡ଼ିଲେ ଅନୁ; ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାଗନେବେ ସାବ୍‌ଲେ

Sep 11, 2026 - 14:21
Asian Games: ଏସୀୟ କ୍ରୀଡ଼ା: ବାଦ୍‌ ପଡ଼ିଲେ ଅନୁ; ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଭାଗନେବେ ସାବ୍‌ଲେ

"ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଅନୁ ରାଣୀ ଆଗାମୀ ଆଇଚି-ନଗୋୟା ଏସୀୟ କ୍ରୀଡ଼ା ଲାଗି ଘୋଷିତ ଭାରତୀୟ ଦଳରୁ ନିଜ ସ୍ଥାନ ହରାଇଛନ୍ତି।

ସେ ମହିଳା ଜାଭ୍‌ଲିନ୍‌ ଥ୍ରୋ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି।

ଗୁରୁବାର ଜେଏଲ୍‌ଏନ୍‌ ଷ୍ଟାଡିୟମ୍‌ରେ ହୋଇଥିବା ଭାରତୀୟ ଆଥ୍‌ଲେଟ୍‌କ୍ସ ଫାଇନାଲ୍‌ ସିରିଜ୍‌ ଥିଲା ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ପାଇଁ ମାନଦଣ୍ଡ ପୂରଣ ଏବଂ ନିଜର ଫିଟ୍‌ନେସ୍‌ ଓ ଆହତ ସମସ୍ୟାର ଶେଷ ମୂଲ୍ୟାଙ୍କନର ଶେଷ ସୁଯୋଗ।

ଏହି ପ୍ରତିଯୋଗିତାରେ ଆହତ ଜନିତ ସମସ୍ୟାରୁ ମୁକୁଳି ଫେରିଥିବା ଅନୁ ୫୭.୫୦ ମିଟର ଜାଭ୍‌ଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ।

ହେଲେ ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ ୫୭.୬୨ ମିଟରଠୁ ୧୨ ସେଣ୍ଟିମିଟର ପଛରେ ରହିଯାଇଥିଲେ।

ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ସମସ୍ତ ଖେଳାଳିଙ୍କୁ ଏସୀୟ କ୍ରୀଡ଼ା ଦଳରେ ରହିବାକୁ ହେଲେ ଯୋଗ୍ୟତା ମାନଦଣ୍ଡ ଛୁଇଁବା ବାଧ୍ୟତାମୂଳକ ବୋଲି ଜଣାଇ ଦେଇଥିଲା।

ଅନୁ ଏହି ମାନଦଣ୍ଡ ଛୁଇଁ ପାରି ନଥିବାରୁ ଦଳରୁ ବାଦ୍‌ ପଡ଼ିଛନ୍ତି।Advertisment ଯୋଗ୍ୟତା ମାନଦଣ୍ଡ ଛୁଇଁବା ବାଧ୍ୟତାମୂଳକ ଅନ୍ୟପକ୍ଷରେ ଆହତ ‌ଯୋଗୁଁ ୧୪ ମାସ ବିରତି ପରେ ଫେରିଥିବା ୩୧ ବର୍ଷୀୟ ଅବିନାଶ ସାବ୍‌ଲେ ନିଜ ପ୍ରିୟ ଇଭେଣ୍ଟ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିବା ସହ ଯୋଗ୍ୟତା ମାନଦଣ୍ଡ ୮:୩୬.୫୭ ସେକେଣ୍ଡକୁ ପାର୍‌ କରିଥିଲେ।

ସେ ୮:୩୨.୩୯ ସେକେଣ୍ଡ୍‌ରେ ରେସ୍‌ ଶେଷ କରିଥିଲେ।

ଏବେ ଏସୀୟ କ୍ରୀଡ଼ା ଷ୍ଟିପଲଚେଜ୍‌ରେ ନିଜ ମୁକୁଟ ବଜାୟ ରଖିବାକୁ ଚେଷ୍ଟା କରିବେ ଅଭିନାଶ।

ପୂର୍ବରୁ ଏସୀୟ କ୍ରୀଡ଼ାରେ ପୁରୁଷ ୫୦୦୦ ମିଟରରେ ଅବିନାଶ ଭାଗନେବେ ବୋଲି ନିଶ୍ଚିତ ଥିଲା।

ଏବେ ଏହି ସଫଳତା ପରେ ସେ ଉଭୟ ୫୦୦୦ ମିଟର ଦୌଡ଼ ଏବଂ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଅଂଶଗ୍ରହଣ କରିବା ଥୟ ହୋଇଛି।

ଏମାନଙ୍କ ବାଦ୍‌ ଗତ ସଂସ୍କରଣ ମହିଳା ୧୦୦ ମିଟର ବାଧାଦୌଡ଼ ରୌପ୍ୟ ବିଜୟିନୀ ଜ୍ୟୋତି ୟାରାଜୀ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଚ୍ଚଡିଆଁ ପଦକ ବିଜେତା ଅନିଲ କୁଶାରେ ଓ ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣ ଚିତ୍ରାଭେଲଙ୍କୁ ଜାପାନ ଗସ୍ତ ପୂର୍ବରୁ ଫିଟ୍‌ନେସ୍‌ ପ୍ରମାଣପତ୍ର ଦେବାକୁ ଏଏଫ୍‌ଆଇ କହିଛି।

ଗୁରୁବାର ପ୍ରତିଯୋଗିତାରେ ଏକମାତ୍ର ଖେଳାଳି ଭାବେ ତନ୍ୟା ଚୌଧୁରୀ (ହାମର ଥ୍ରୋ) ନୂଆ ଜାତୀୟ ରେକର୍ଡ କରିଥିଲେ।

ସେ ୬୮.୩୫ ମିଟର ଫିଙ୍ଗି ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆନ୍‌ସି ସୋଜାନ (୬.୩୭ ମିଟର) ମହିଳା ଲଙ୍ଗ୍‌ ଜମ୍ପ୍‌ରେ ଏବଂ ତଜିନ୍ଦର ପାଲ ସିଂହ ତୁର୍‌ (୨୦.୬୪ ମିଟର) ପୁରୁଷ ସଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ।

ଫାଇନାଲ୍‌ରେ ସାବାଲେଙ୍କା-ରିବାକିନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।