Asian Games: ଏସୀୟ କ୍ରୀଡ଼ା: ଭାରତ-ପାକ୍‌ ମ୍ୟାଚ୍‌ରେ ସର୍ବାଧିକ ଦର୍ଶକ

Oct 04, 2026 - 14:32
Asian Games: ଏସୀୟ କ୍ରୀଡ଼ା: ଭାରତ-ପାକ୍‌ ମ୍ୟାଚ୍‌ରେ ସର୍ବାଧିକ ଦର୍ଶକ

"ନାଗୋୟା: ଚଳିତ ଆୟଚି-ନାଗୋୟା ଏସୀୟକ୍ରୀଡ଼ାରେ ଭାରତ-ପାକିସ୍ତାନ ମୁକାବିଲା ଦର୍ଶକଙ୍କ ମନ ଜିଣିଛି।

ହକି ସେମିଫାଇନାଲରେ ଭାରତ ୪-୩ ଗୋଲ୍‌ରେ ପାକିସ୍ତାନକୁ ହରାଇଥିଲା ବେଳେ ଫାଇନାଲ୍‌ରେ ମାଲେସିଆକୁ ୫-୧ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ଜିତିଥିଲା।

କ୍ରିକେଟ୍‌ ଫାଇନାଲ୍‌ରେ ମଧ୍ୟ ଭାରତ ୧୯ ରନ୍‌ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ବଜାୟ ରଖିଥିଲା।

ଶନିବାରର ଭାରତ-ପାକିସ୍ତାନ ପୁରୁଷ କ୍ରିକେଟ୍‌ ଫାଇନାଲ୍‌ ଏବଂ ଏହା ପୂର୍ବରୁ ଗୁରୁବାର ଖେଳାଯାଇଥିବା ହକି ସେମିଫାଇନାଲ୍‌ ଦର୍ଶକରେ ଏସୀୟ କ୍ରୀଡ଼ା ରେକର୍ଡ ଭାଙ୍ଗିଛି।

ସର୍ବାଧିକ ଦର୍ଶକ ଏହି ଦୁଇ ମ୍ୟାଚ୍‌ ଦେଖିଛନ୍ତି ବୋଲି ଏସୀୟ ଅଲିମ୍ପିକ୍‌ ପରିଷଦ (ଓସିଏ) କହିଛି।

ହେଲେ କେତେ ଦର୍ଶକ ଏହି ଦୁଇ ମ୍ୟାଚ୍‌ ଦେଖିଛନ୍ତି ତାହାର ସଠିକ୍‌ ତଥ୍ୟ ଦେଇନି ଓସିଏ।

Advertisment ଏଥର ଅଧିକ ୧୯ ପ୍ରତିଶତ ପ୍ରାୟୋଜକ ମିଳିଛି ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏ ସମନ୍ୱୟ କମିଟି ଅଧ୍ୟକ୍ଷ ତୟାବ ଇକ୍ରାମ କହିଛନ୍ତି ଯେ ""ଏଥର ଏସୀୟ କ୍ରୀଡ଼ାର ପ୍ରସାରଣକୁ ସର୍ବାଧିକ ଦର୍ଶକ ମିଳିଛି।

ତେବେ ଭାରତ-ପାକିସ୍ତାନ ହକି ସେମିଫାଇନାଲ୍‌ ଓ କ୍ରିକେଟ୍‌ ଫାଇନାଲ୍‌ ମ୍ୟାଚ୍‌ ସର୍ବାଧିକ ଦର୍ଶକ ଉପଭୋଗ କରିଛନ୍ତି""।

ଏହି ଅବସରରେ ଓସିଏ ମହାସଚିବ ହୁ‌ସେନ ଅଲ୍‌-ମୁସ୍‌ଲାମ କହିଛନ୍ତି, ""ଏହି ଆଇଚି ନାଗୋୟା ସଂସ୍କରଣରେ ଅନେକ ରେକର୍ଡ ଭାଙ୍ଗିଛି।

ଏଥର ୫୪ ବିଶ୍ବ, ୧୧ କନିଷ୍ଠ ବିଶ୍ବ, ୮୯ ଏସୀୟ ଓ ୨୧୨ ଏସୀୟ କ୍ରୀଡ଼ା ରେକର୍ଡ ହୋଇଛି।

ଅର୍ଥନୀତିରେ ବି ଗତ ସଂସ୍କରଣ ଅପେକ୍ଷା ଏଥର ଅଧିକ ୧୯ ପ୍ରତିଶତ ପ୍ରାୟୋଜକ ମିଳିଛି""।

Al-Qaeda Threat: ଲଢ଼େଇ ଶେଷ ହୋଇନାହିଁ: ଅଲ୍-କାଏଦା ଫ୍ଲାଏଦୁବାଇ ଭଳି ଆକ୍ରମଣ କରିବାକୁ ଦେଲା ଧମକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।