Asian Games: ଜୟଙ୍କୁ ଐତିହାସିକ ସପ୍ଟଟେନିସ୍ କାଂସ୍ୟ
"ଚଳିତ ଏସୀୟ କ୍ରୀଡ଼ା ସଫ୍ଟଟେନିସ୍ରେ ଭାରତ ପାଇଁ ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି ଜୟ ମୀନା।
ବୁଧବାର ପୁରୁଷ ଏକକ ସେମିଫାଇନାଲ୍ରେ ଜୟ ୨-୪ (୩-୫, ୧-୪, ୧-୪, ୪-୧, ୬-୪, ୧-୪)ରେ ଜାପାନର ତାକୁୟୁ କୁରୋସାକାଙ୍କଠୁ ହାରି ଯାଇଥିଲେ।
୦-୩ରେ ପଛରେ ପଡ଼ିବା ପରେ ଜୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ ଗେମ୍କୁ ଜିତି ଆଶା ସଞ୍ଚାର କରିଥିଲେ। Advertisment ଭାରତ ପାଇଁ ଜିତିଛନ୍ତି କାଂସ୍ୟ ପଦକ ହେଲେ ଷଷ୍ଠ ଗେମ୍କୁ ଜିତି କୁରୋସାକା ଫାଇନାଲ୍ ସ୍ଥାନ ପକ୍କା କରିଥିଲେ।
ସେମିଫାଇନାଲ୍ ପୂର୍ବରୁ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ରେ ଜୟ ୪-୩ (୦-୪, ୪-୨, ୨-୪, ୪-୨, ୫-୩, ୨-୪, ୭-୫)ରେ ଫିଲିପାଇନ୍ସର ଶେରୱିନ୍ ନୁଗୁଇତଙ୍କୁ ହରାଇ ପଦକ ପକ୍କା କରିଥିଲେ।
ଏସୀୟ କ୍ରୀଡ଼ା ଇତିହାସରେ ଭାରତର ଏହା ପ୍ରଥମ ସଫ୍ଟଟେନିସ୍ ପଦକ।
Asian Games: ଏସୀୟ କ୍ରୀଡ଼ା: ମହିଳା କ୍ରିକେଟ୍ରୁ ପ୍ରଥମ ସ୍ବର୍ଣ୍ଣ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।