Asian Games: ସିପକ୍ଟାକ୍ରରୁ ଭାରତକୁ କାଂସ୍ୟ
"ନାଗୋୟା: ଭାରତୀୟ ପୁରୁଷ କ୍ବାଡ୍ରାଣ୍ଟ ଦଳ ଚଳିତ ଏସୀୟ କ୍ରୀଡ଼ା ସିପକ୍ଟାକ୍ରରେ କାଂସ୍ୟ ପଦକ ଜିତିଛନ୍ତି।
ଶୁକ୍ରବାର ସେମିଫାଇନାଲ୍ରେ ଆକାଶ ୟୁମ୍ନାମ, ବବି କୁମାର, ମାଲେମଙ୍ଗାନ୍ବା ସିଂହ ସୋରୋଖାଇବାମ ଓ ରାମ କୁମାର ଶର୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୨-୧୫, ୧୩-୧୫ରେ ଜାପାନଠୁ ହାରି ସ୍ବର୍ଣ୍ଣ ଦୌଡ଼ରୁ ବାଦ୍ ପଡ଼ିବା ସହ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।
Advertisment କାଂସ୍ୟ ଜିତିଲା ଭାରତୀୟ ପୁରୁଷ କ୍ବାଡ୍ରାଣ୍ଟ ଦଳ ଏହି ଇଭେଣ୍ଟ୍ରେ ଭାରତର ଏହା ଏସୀୟ କ୍ରୀଡ଼ାରେ ତୃତୀୟ ଏବଂ ଚଳିତ ପ୍ରତିଯୋଗିତାର ପ୍ରଥମ ପଦକ।
ଏସୀୟ କ୍ରୀଡ଼ା ଇତିହାସରେ ଭାରତୀୟ କ୍ବାଡ୍ରାଣ୍ଟ ଦଳର ଏହା ପ୍ରଥମ ପଦକ।
ପୂର୍ବରୁ ୨୦୧୮ ଜାକର୍ତ୍ତାରେ ପୁରୁଷ ଏବଂ ୨୦୨୩ ହାଙ୍ଗ୍ଝୌରେ ମହିଳା ରେଗୁ ଦଳ କାଂସ୍ୟ ଜିତିଥିଲେ।
୧୨ ବର୍ଷ ପ୍ରତୀକ୍ଷାର ଅନ୍ତ: ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତିଲେ ବାର୍ଥଡେ ଗର୍ଲ ଲଭ୍ଲୀନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।