Asian Games 2026: ସେଲିଂ: ପ୍ରିନ୍ସ-ମନୁଙ୍କୁ ସ୍କିଫ୍‌ ରୌପ୍ୟ

Oct 01, 2026 - 11:16
Asian Games 2026: ସେଲିଂ: ପ୍ରିନ୍ସ-ମନୁଙ୍କୁ ସ୍କିଫ୍‌ ରୌପ୍ୟ

"ନାଗୋୟା: ଭାରତର ପ୍ରିନ୍ସ ନୋବେଲ ଓ ମନୁ ଫ୍ରାନ୍‌ସିସ୍‌ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ସେଲିଂର ପୁରୁଷ ସ୍କିଫ୍‌ ଇଭେଣ୍ଟ୍‌ରେ ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଏହି ଭାରତୀୟ ଯୋଡ଼ି ଚୀନ୍‌ର ୱେନ୍‌ ଜାଇଦିଂ ଓ ଲିଉ ତିଆନ୍‌ଙ୍କ ପଛରେ ରହି ଦେଶ ପାଇଁ ଚଳିତ ଆଇଚି-ନାଗୋୟା ସଂସ୍କରଣରେ ପ୍ରଥମ ସେଲିଂ ପଦକ କରାୟତ୍ତ କରିଛନ୍ତି। ‌Advertisment ୧୬ ପଏଣ୍ଟ୍‌ ସହ ସ୍ବର୍ଣ୍ଣ ଏହି ଇଭେଣ୍ଟ୍‌ର ଶେଷ ତଥା ନବମ ରେସ୍‌ରେ ପ୍ରିନ୍ସ ଓ ମନୁ ୨୩ ନେଟ୍‌ ପଏଣ୍ଟ୍‌ ସହ ହଂକଂ ଆଗରେ ରହି ଏହି ପଦକ ନିଶ୍ଚିତ କରିଥିଲେ।

ଚୀନ୍‌ ‌ଯୋଡ଼ି ୧୬ ପଏଣ୍ଟ୍‌ ସହ ସ୍ବର୍ଣ୍ଣ ଜିତିଥିଲେ।

କେରଳର ପ୍ରିନ୍ସ ଓ ମନୁ ଭାରତୀୟ ସେନାରେ ଯୋଗଦେବା ପୂର୍ବରୁ ପିଲାବେଳୁ ଭୋପାଳସ୍ଥିତି ଜାତୀୟ ସେଲିଂ ବିଦ୍ୟାଳୟରେ ତାଲିମ ନେଉଥିଲେ।

ଏହି ଯୋଡ଼ି ଆବୁଧାବିରେ ଆୟୋଜିତ ଏସୀୟ ସେଲିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ।

Women's hockey: ୪୪ ବର୍ଷ ପରେ ସ୍ବର୍ଣ୍ଣ ଆଶା: ଫାଇନାଲ୍‌ରେ ମହିଳା ହକି ଦଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।