Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍‌: ‘ବି’ ଦଳ ପଠାଇପାରେ ଭାରତ

Aug 28, 2026 - 16:46
Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍‌: ‘ବି’ ଦଳ ପଠାଇପାରେ ଭାରତ

"ନୂଆଦିଲ୍ଲୀ: ଆଗାମୀ ଏସୀୟ କ୍ରୀଡ଼ା କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭାରତ "ବି" ଦଳ ପଠାଇପାରେ।

କ୍ରି‌କେଟ୍‌ରଙ୍କ ପାଇଁ ଜାପାନରେ ହୋଇଥିବା ବ୍ୟବସ୍ଥାରେ ବିସିସିଆଇ ଓ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ଖୁସି ନଥିବାରୁ ଭାରତ ଏଭଳି ନିଷ୍ପତ୍ତି ନେଇପାରେ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୧୯ରୁ ଆଇଚି-ନଗୋୟାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।ଏହାର ଦୁଇ ଦିନ ପୂର୍ବରୁ ସେପ୍ଟେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ।Advertisment  ଏହାପରେ ୨୪ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ପୁରୁଷ କ୍ରିକେଟ୍‌ ଖେଳାଯିବ।ଚୀନରେ ଆୟୋଜିତ ୨୦୨୩ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା।

ଆଫ୍‌ଗାନିସ୍ତାନ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ହୋଇଯିବାରୁ ଭାରତ ଉଚ୍ଚମାନ୍ୟତା ଦଳ ଭାବେ ବିଜେତା ଘୋଷିତ ହୋଇଥିଲା।

ଜାପାନ ସଂସ୍କରଣ ଲାଗି ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ଦଳ ଘୋଷଣା କରିସାରିଛି।

ଏହି ଦଳରେ ବ୍ୟାଟର୍‌ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ ଓ ତିଲକ ବର୍ମା ଏବଂ ବୋଲିଂରେ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସହ ଅର୍ଶଦୀପ ସିଂହ ରହିଛନ୍ତି।

ସେହିଭଳି ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି।

ତାରକା ଖେଳାଳି ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜେମିମା ରଡ୍ରିଗ୍ସ, ଦୀପ୍ତି ଶର୍ମା ଦଳରେ ରହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।