Asian Para Games: ପାରା ଏସୀୟ କ୍ରୀଡ଼ା: ପାୟଲଙ୍କୁ ରୌପ୍ୟ
"ଭୁବନେଶ୍ବର: ଚଳିତ ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ପାୟଲ ନାଗ ଓ ତାଙ୍କ ସାଥୀ ଶୀତଲ ଦେବୀ ତୀରନ୍ଦାଜିରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।
ମହିଳା କମ୍ପାଉଣ୍ଡ ଯୁଗଳରେ ଏହି ଭାରତୀୟ ଯୋଡ଼ି ଫାଇନାଲ୍ରେ ଚୀନ୍ର ଜୁଏକ୍ବିଙ୍ଗ ଜୁ ଓ ଜିଙ୍ଗ ଝାଓଙ୍କଠୁ ହାରି ସ୍ବର୍ଣ୍ଣରୁ ବଞ୍ଚିତ ହୋଇଥିଲେ।
ଶୀତଲ ଓ ପାୟଲ (୩୬, ୩୫, ୩୪, ୩୬) ମୋଟ ୧୪୧ ପଏଣ୍ଟ କରିଥିଲା ବେଳେ ଜୁ ଓ ଝାଓ (୩୬, ୩୮, ୩୮, ୩୮) ମୋଟ ୧୫୦ ପଏଣ୍ଟ୍ସହ ଆଗରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ।
ଏହି ରୌପ୍ୟ ସହ ପାୟଲ ନାଗ ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଶାକୁ ପଦକ ଭେଟି ଦେଇଛନ୍ତି।Advertisment Ranji Trophy: ଇତିହାସ ରଚିଲେ ଚିନ୍ମୟ: ୪୦୦ ରନ୍ କରିବାରେ ଦ୍ବିତୀୟ ଭାରତୀୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।