Elephant: ୧୦ ମାସ ପରେ ପୁଣି ଫେରିଲା ଦନ୍ତା, ଘେରି ରହିଛନ୍ତି ୨୦ ଜଣିଆ ବନବାହିନୀ
"କାଳିଆପାଣି: ଜାତୀୟ ରାଜପଥ-୫୩ର ସୁକିନ୍ଦା ଭବନ ଠାରୁ ସତସଙ୍ଗ ବିହାର ଓ ଆଦର୍ଶ ସ୍କୁଲ ଛକ ବାଟରେ ଅର୍ବାନ ପ୍ଲାଣ୍ଟେସନ ଓ ପାର୍ଶ୍ବସ୍ଥ ମାଧପୁର ସୁରକ୍ଷିତ ଜଙ୍ଗଲରେ ପଶିଛି ବାହୁବଳୀ ଦନ୍ତାହାତୀ।
ପାଖରେ ଥିବା ଘନ ଜନବସତି ଠାରୁ ଦନ୍ତାକୁ ଦୂରେଇ ରଖାଯିବା ଯୋଜନାରେ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନପାଳ ନବ କୁମାର ବେହେରାଙ୍କ ନେତୃତ୍ବରେ ବନରକ୍ଷୀ ଗୌରାଙ୍ଗ ଜାରିକା ଓ ଲଲାଟେନ୍ଦୁ କର, ବନକର୍ମଚାରୀ ପିଣ୍ଟୁ ମହାନ୍ତ, ସତ୍ୟ ମଲ୍ଲିକ, ବୀରସାଗର ଟୁଡ଼ୁ, ରାମ ହେମ୍ବ୍ରମ ପ୍ରମୁଖଙ୍କ ସମେତ ୨୦ ଜଣିଆ ବନବାହିନୀ ବାହୁବଳୀ ଗତିବିଧି ଉପରେ ନଜର ରଖିଛନ୍ତି।Advertisment କପିଳାସ ଅଭୟାରଣ୍ୟରେ ରହୁଥିବା ଏହି ଦନ୍ତା ତା" ନିଆରା ଠାଣି ଓ ଚାଲି ଆଧାରରେ ବନ ବିଭାଗରେ ତଥା ତା" ଗତିପଥ ଇଲାକାରେ ବାହୁବଳୀ ନାଁରେ ପରିଚିତ।
ଆଜି ସକାଳ ୬ଟାରେ ବାହୁବଳୀ କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଓ ସେକ୍ସନର ଷୋଳମାଣିଆ ଜଙ୍ଗଲରେ ଦେଖାଯାଇଥିଲା।
ଏହା ଢେଙ୍କାନାଳ ବନଖଣ୍ଡର ଷଡ଼ଙ୍ଗୀ ଓ ଭୁବନ ରେଞ୍ଜ୍ କନ୍ତିରା ବାଟରେ ବ୍ରାହ୍ମଣୀନଦୀ ପାର ହୋଇ ସୁକିନ୍ଦା ରେଞ୍ଜ୍ ବାଟ ଧରିଥିଲା।
ସୁକିନ୍ଦା ଭବନ ପାଖରେ ଏକାଧିକ ଧାନକ୍ଷେତରେ ପଶି ଥୋଡ଼ ଧରୁଥିବା ଧାନ ଖାଇଥିଲା।
ବର୍ଷରେ ଥରେ କିମ୍ବା ୨ ଥର ସୁକିନ୍ଦା ଆସୁଥିବା ଏହି ଦନ୍ତା ଗତବର୍ଷ ଡିସେମ୍ବର ମାସ ୨୭ ତାରିଖରେ ଦୁଧୁଯୋରୀ ପଞ୍ଚାୟତ ପୁବଳ ସୁରକ୍ଷିତ ଜଙ୍ଗଲ, ପରେ ବନ୍ଧଗାଁ ଓ ଲେମ୍ବୋ ପଞ୍ଚାୟତ ବାଟରେ ମହାଗିରି ପାହାଡ଼ର କେନ୍ଦୁଆକଣ ଜଙ୍ଗଲରେ ରହିଥିଲା।
Raid: ଗଞ୍ଜାମରେ ୧୦ ଜୁଆ ଆଡ୍ଡାରେ ଚଢ଼ାଉ: ୬୧ ଗିରଫ, ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।