Attack: ଆଫଗାନିସ୍ତାନ ଉପରେ ପୁଣି ବିମାନ ଆକ୍ରମଣ କଲା ପାକିସ୍ତାନ, ଶିଶୁ-ମହିଳାଙ୍କ ସମେତ ୯ ମୃତ

Oct 01, 2026 - 08:46
Attack: ଆଫଗାନିସ୍ତାନ ଉପରେ ପୁଣି ବିମାନ ଆକ୍ରମଣ କଲା ପାକିସ୍ତାନ, ଶିଶୁ-ମହିଳାଙ୍କ ସମେତ ୯ ମୃତ

"କାବୁଲ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ବୃଦ୍ଧି ପାଇବାରେ ଲାଗିଛି।

ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ଗୁରୁବାର ପାକିସ୍ତାନୀ ବିମାନ ଆକ୍ରମଣ କରିଛି।

ଏହି ଆକ୍ରମଣରେ ଶିଶୁ ଏବଂ ମହିଳାଙ୍କ ସମେତ ମୋଟ୍‌ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଆକ୍ରମଣରେ ଛଅ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।

ଜଣେ ସ୍ଥାନୀୟ ପ୍ରାଦେଶିକ ଅଧିକାରୀ ଏହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment ହେଲମାଣ୍ଡ ପ୍ରଦେଶ ସୂଚନା ଏବଂ ସଂସ୍କୃତି ବିଭାଗର ମୁଖ୍ୟ ମୌଲାନା ଶେର ମହମ୍ମଦ ୱାହଦତ ଗଣମାଧ୍ୟମକୁ କହିଛନ୍ତି ଯେ ପାକିସ୍ତାନୀ ସାମରିକ ଶାସନ ଦ୍ୱାରା ବିମାନ ଆକ୍ରମଣ ହେଲମାଣ୍ଡର ଗାର୍ମସିର ଜିଲ୍ଲାରେ ଦୁଇଟି ଆବାସିକ କୋଠାକୁ ଟାର୍ଗେଟ କରିଥିଲା।

ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା-ଶିଶୁ ପ୍ରାଥମିକ ତଥ୍ୟ ଆଧାରରେ ଅଧିକାରୀ କହିଛନ୍ତି ଯେ ଏହି ଭୟଙ୍କର ଆକ୍ରମଣରେ ୯ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି ଏବଂ ଛଅ ଜଣ ଆହତ ହୋଇଛନ୍ତି।

ସବୁଠାରୁ ଦୁଃଖଦ ଦିଗ ହେଉଛି ଏହି ଆକ୍ରମଣରେ ମୃତ ଏବଂ ଆହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଛୋଟ ପିଲା ଅଛନ୍ତି।

Israeli Air Strikes: ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୭ ମୃତ, ୩ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।