Good Sleep: ଭଲ ନିଦ ପାଇଁ ୧୦-୩-୨-୧-୦ ନିୟମ
"ସୁସ୍ଥ ଓ ନିରାମୟ ରହିବା ପାଇଁ ଆବଶ୍ୟକ ମୁତାବକ ସୁନିଦ୍ରା ମଧ୍ୟ ଜରୁରି।
ଏଥିପାଇଁ ୧୦-୩-୨-୧-୦ ନିୟମ ପାଳନ କରିବାକୁ ବର୍ତ୍ତମାନର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।
ଏବର ଜୀବନଶୈଳୀକୁ ଅନୁଧ୍ୟାନ କରି ସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର୍ ଜେସ୍ ଆଣ୍ଡ୍ରାଡେ ଏହି ନିୟମ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।
ଏବେ ଏହା ବିଶ୍ବବ୍ୟାପୀ ଲୋକପ୍ରିୟ ହେବାରେ ଲାଗିଛି।Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ଶୋଇବାର ୧୦ ଘଣ୍ଟା ପୂର୍ବରୁ କ୍ୟାଫିନ୍ ବନ୍ଦ ରଖନ୍ତୁ- ଯଦି ଆପଣ ରାତି ୧୦ଟା ସୁଦ୍ଧା ଶୋଇବା ଯୋଜନା କରୁଛନ୍ତି, ତେବେ ମଧ୍ୟାହ୍ନ ପୂର୍ବରୁ ଶେଷ କପ୍ ଚା" ବା କଫି ପିଅନ୍ତୁ।
ଏକ ଉତ୍ତେଜକ ଭାବରେ, କ୍ୟାଫିନ୍ ଶରୀରର ଶକ୍ତି ସ୍ତର ବୃଦ୍ଧି କରେ ଏବଂ ଅଧିକ ଜାଗ୍ରତ ଅନୁଭବ କରାଏ।
ତେଣୁ ସକାଳେ ସୀମିତ ପରିମାଣର କ୍ୟାଫିନ୍ ଲାଭଦାୟକ।
ଏହାର ପ୍ରଭାବ ଛଅ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ।
ତେଣୁ ସକାଳେ ପ୍ରଥମେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଓ ବ୍ୟାୟାମ ହିଁ ଭଲ।
କ୍ୟାଫିନ୍ ବଦଳରେ ପାଣି, ହର୍ବାଲ୍ ଚା", ଟାର୍ଟ ଚେରି ରସ ଭଳି ଅଧିକ ହାଇଡ୍ରେଟିଂ ପାନୀୟର ବିକଳ୍ପ ରହିଛି।
ଶୋଇବାର ୩ ଘଣ୍ଟା ଆଗରୁ ଖାଦ୍ୟ କିମ୍ବା ମଦ୍ୟପାନକୁ ନା- ଶୋଇବାର ଅତି କମ୍ରେ ତିନି ଘଣ୍ଟା ପୂର୍ବରୁ ଦିନର ଶେଷ ଖାଦ୍ୟ ଖାଇବା ଉଚିତ।
ଶୋଇବା ପୂର୍ବରୁ ଖାଇବା ଦ୍ୱାରା ରାତିରେ ବାରମ୍ବାର ନିଦ ଭାଙ୍ଗିପାରେ।
ସେହିପରି ମଦ୍ୟପାନ ଆପଣଙ୍କୁ ପ୍ରଥମେ ନିଦ୍ରା ଅନୁଭବ କରାଇଲେ ବି ନିଦଚକ୍ରରେ ବାଧା ସୃଷ୍ଟିକରେ।
ତା" ସହିତ ଆଖିର ଦ୍ରୁତଗତି ନିଦରେ ବ୍ୟାଘାତ ସୃଷ୍ଟିକରେ।
ସେହିପରି ଶୋଇବା ପୂର୍ବରୁ ଖାଇଲେ ଶରୀର ଭିତରେ ଥିବା ଜାଗରଣ କ୍ଷମତା ନିଦ ସହ ସମନ୍ୱୟ ରକ୍ଷା କରିପାରେ ନାହିଁ।
Neglect: ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ ଶୋଇବାର ୨ ଘଣ୍ଟା ପୂର୍ବରୁ କାମ ବନ୍ଦ- ଶୋଇବାର ଦୁଇ ଘଣ୍ଟା ପୂର୍ବରୁ କୌଣସି କାର୍ଯ୍ୟ କରନ୍ତୁ ନାହିଁ।
ମାନସିକ ଭାବେ ଉତ୍ତେଜକ କାର୍ଯ୍ୟକଳାପ ଆପଣଙ୍କୁ ଅଧିକ ସତର୍କ ରଖେ, ଫଳରେ ଶୋଇବାରେ ସମସ୍ୟା ହୋଇପାରେ।
ସେହିପରି ଯଦି ସନ୍ଧ୍ୟାରେ ଆପଣ ଫୋନ୍ରେ କିଛି କାମ କରନ୍ତି, ତେବେ ଏହା ମଧ୍ୟ ବିଶେଷ ସମସ୍ୟା ସୃଷ୍ଟି କରିପାରେ।
ଶୋଇବାର ୧ ଘଣ୍ଟା ଆଗରୁ ସ୍କ୍ରିନ୍ ବନ୍ଦ- ଶୋଇବାର ଘଣ୍ଟାକ ପୂର୍ବରୁ ଫୋନ୍, ଟିଭି ଓ କମ୍ପ୍ୟୁଟର୍ ସ୍କ୍ରିନ୍ ଦେଖନ୍ତୁ ନାହିଁ।
ଏସବୁର କୃତ୍ରିମ ଆଲୋକ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
ଆପଣଙ୍କ ମନ ଓ ଶରୀରକୁ ନିଦ ପାଇଁ ପ୍ରସ୍ତୁତ କରିବା ପାଇଁ କୌଣସି ବହି ପଢ଼ିପାରନ୍ତି।
ରୁଟିନ୍ରେ ଘୁମେଇବା ରଖନ୍ତୁ ନାହିଁ- ଯେକୌଣସି ସମୟରେ ବି ଘୁମେଇବା ଆମ ନିଦଚକ୍ରକୁ ବିଚଳିତ କରିଥାଏ।
ଏହାର ଦୀର୍ଘକାଳୀନ ଖରାପ ପ୍ରଭାବ ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।