Attack: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଥାନା ସମ୍ମୁଖରେ ଧାରଣା

Aug 28, 2026 - 14:59
Attack: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଥାନା ସମ୍ମୁଖରେ ଧାରଣା

"ଦଶରଥପୁର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଥାନା ସମ୍ମୁଖରେ ଧାରଣା ବସିଲେ ଯାଜପୁରର ସମସ୍ତ ସାମ୍ବାଦିକ | ଗତ ୨୨ ତାରିଖ ରାତିରେ ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ସାମଗ୍ରୀ ଲୁଟ ହେଉଥିବା ଖବର ପାଇ ଦଶରଥପୁର ଅଂଚଳର ସାମ୍ବାଦିକ କୌସିକ ଦାସ ଖବର ପ୍ରସାରଣ ପାଇଁ ପହଁଚିଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ | ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ |Advertisment ଆହୁରି ପଢନ୍ତୁ: Jual Oram: ଜାଳି କରି ସଫା କରିଦେବି, କାହିଁକି ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ: ତୀବ୍ର ହେବାରେ ଲାଗିଛି ସୁନ୍ଦରଗଡ ବିଜେପି ରାଜନୀତି ଯାହାକୁ ନେଇ ସେ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ | ଯାହାକୁ ପ୍ରତିବାଦ କରି ଆଜି ଦଶରଥପୁର, ଯାଜପୁର ଓ ବିଞ୍ଝାରପୁରର ସମସ୍ତ ସାମ୍ବାଦିକ ଦଶରଥପୁର ଥାନା ସମ୍ମୁଖରେ ଧାରଣାରେ ବସିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି | ଅନ୍ୟପଟେ ଯଦି ଅଭିଯୁକ୍ତମାନଙ୍କୁ ଗିରଫ ନକରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି | "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।