Student Union Election: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏସ୍କେସିଜି କଲେଜରେ ଛାତ୍ର ଅଶାନ୍ତି
"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଛାତ୍ର ସଂସଦ ନିର୍ବାଚନର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (ଏସ୍କେସିଜି) ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି।
ଅସନ୍ତୋଷ ପ୍ରକାଶ କରି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବର୍ଷା ସତ୍ତ୍ୱେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଥିବାରୁ କଲେଜ ପରିସରରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି।Advertisment ବର୍ଷା ସତ୍ତ୍ୱେ ଆନ୍ଦୋଳନ ଜାରି ସୂଚନା ଅନୁଯାୟୀ, ଗତକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟ ୧ ଘଣ୍ଟା ଯାଏଁ ରହିଥିବା ବେଳେ ଦିର୍ଘ ଦୁଇ ଘଣ୍ଟା ପରେ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସମୟ ଦେଇଥିଲେ କର୍ତ୍ତୃପକ୍ଷ, ଯାହାକୁ ବିରୋଧ କରିଥିଲେ ଛାତ୍ର ଛାତ୍ରୀ,ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଆଣିଥିଲେ।
ଏହି ଅଭିଯୋଗର ସମାଧାନ ହୋଇନଥିବା ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଅସନ୍ତୋଷ ଆହୁରି ବଢ଼ିଥିବା ଜଣାପଡ଼ିଛି।
ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
୩ଟି ସାପ ଉଦ୍ଧାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।