Meeting: ଗଣତାନ୍ତ୍ରିକ ପ୍ରକ୍ରିୟା ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

Oct 13, 2026 - 21:56
Meeting: ଗଣତାନ୍ତ୍ରିକ ପ୍ରକ୍ରିୟା ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଲଗାତାର ୪ ଦିନର ଆନ୍ଦୋଳନ ଏବଂ ସୁପ୍ରିମ୍‌କୋର୍ଟରେ ସିଇସିଙ୍କ ବିରୋଧରେ ଏକ ଆବେଦନ କରିବାପରେ ଆଜି ଇଣ୍ଡିମେଣ୍ଟ ନେତାମାନେ ରାହୁଲ ଗାନ୍ଧୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

ରାହୁଲ ଆଜି ଇଣ୍ଡିମେଣ୍ଟ ନେତାମାନଙ୍କ ପାଇଁ ଏକ "ହାଇ ଟି"ର ଆୟୋଜନ କରିଥିବାବେଳେ ଏଥିରେ ସେମାନଙ୍କ ପରବର୍ତ୍ତୀ ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।

Advertisment ବୈଠକ ପରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ସୁପ୍ରିୟା ସୁ‌ଲେ, ତେଜସ୍ବୀ ଯାଦବ, ସଞ୍ଜୟ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ସହ ସିଇସିଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ଦୃ‌ଢ଼ୋକ୍ତି କରିଛନ୍ତି।

ବୈଠକର ନିଷ୍ପତ୍ତି ଏବଂ ଆଗାମୀ କାର୍ଯ୍ୟସୂଚୀ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ, ନିକଟ ଭବିଷ୍ୟତରେ ସିଇସିଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରାଯିବ ବା ଏକ ବଡ଼ ସର୍‌ପ୍ରାଇଜ୍ ଦିଆଯିବ।

ଆମେ ଆଗରୁ ସେ ସମ୍ପର୍କରେ ସୂଚନା ଦେବାକୁ ଚାହୁନୁ।

ବୈଠକରେ ମଧ୍ୟ ବିଭିନ୍ନ ଛାତ୍ର ସଂଗଠନର ନେତା ଯୋଗ ଦେଇଛନ୍ତି ।

ବୈଠକ ପରେ ସାମ୍ବାଦିକ ସମ୍ମିଳନୀରାହୁଲ ଗାନ୍ଧୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ସମସ୍ତେ ଏଠି ଏକ ହୋଇ ଠିଆ ହୋଇଛୁ।

କୌଣସି ସମାନ୍ତରାଳ ଆନ୍ଦୋଳନ ହେବନି।

କେବଳ ଗୋଟିଏ ଆନ୍ଦୋଳନ ହେବ ଏବଂ ଏହାର ଲକ୍ଷ୍ୟ ଗୋଟିଏ ରହିବ- ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାର ପୁନଃସ୍ଥାପନ କରିବା ।

ରାହୁଲ ମଧ୍ୟ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ୍‌ କରି ସଙ୍କେତ ଦେଇଛନ୍ତି ଯେ କଂଗ୍ରେସ ଇଣ୍ଡିମେଣ୍ଟ ସହ ମଧ୍ୟ ଅନ୍ୟ ସଂଗଠନ ଯୋଗ ଦେବ।

କିନ୍ତୁ ସେ କକ୍ରୋଚ୍‌ ଜନତା ପାର୍ଟିର ନାଁ ‌ନେଇନାହାନ୍ତି।

ରାହୁଲ କହିଛନ୍ତି, ଆଜି ମୁଁ ଇଣ୍ଡିମେଣ୍ଟ ନେତା, ବିରୋଧୀ ସାଂସଦ, ବିଭିନ୍ନ ଛାତ୍ର ସଂଗଠନ ଓ ନାଗରିକ ସମାଜର କାର୍ଯ୍ୟକର୍ତ୍ତାମାନଙ୍କୁ ମୋ ଘରକୁ ଚା"ଜଳଖିଆ ପାଇଁ ଡାକିଛି।

ଗଣତନ୍ତ୍ରର ସୁରକ୍ଷା ଦିଗରେ ଆମେ ସମସ୍ତେ ଏକଜୁଟ୍‌ ହୋଇଛୁ।

Protest against the CEC: ସିଇସି ବିରୋଧୀ ଆନ୍ଦୋଳନ: ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ବେଆଇନ ଅଟକ ରଖିପାରିବନି ଭୋଟ୍‌ ଚୋରି ବିରୋଧ‌ରେ ଇଣ୍ଡିମେଣ୍ଟ ଆନ୍ଦୋଳନସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୋଟ୍‌ ଚୋରି ବିରୋଧ‌ରେ ଇଣ୍ଡିମେଣ୍ଟ ଆନ୍ଦୋଳନକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ମୋଦୀ ସରକାର ଏବଂ ଭୋଟ୍‌ ଚୋରି ବିରୋଧରେ ଆମର ଏହି ମିଳିତ ଲଢ଼େଇ ଜାରି ରହିବ।

ବୈଠକରେ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଟିପ୍ପଣୀ ରଖି ସିପିଆଇ ସାଧାରଣ ସଚିବ ଡି ରାଜା କହିଛନ୍ତି, ଆମେ ଇଣ୍ଡିମେଣ୍ଟର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଛୁ।

ବୈଠକରେ ଦେଶରେ ଏବେ ଜାରି ରହିଥିବା ସ୍ଥିତି ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଅଭିଯାନ କିଭଳି ଆଗକୁ ବଢ଼ିବ ସେନେଇ ଆଲୋଚନା କରିଛୁ।

ସିପିଏମ୍‌ ନେତାଙ୍କ ବୟାନବୈଠକରେ ଯୋଗ ଦେଇଥିବା ସିପିଏମ୍‌ ନେତା ଏମ୍‌ଏ ବେବି କହିଛନ୍ତି, ଜ୍ଞାନେଶ କୁମାର ଶାସକ ଦଳର ଟିମ୍‌ରେ ଯୋଗ ଦେଇଛନ୍ତି।

ସେ ଭୋଟ୍‌, ଆନ୍ଦୋଳନ ସ୍ଥଳ ଓ ଗଣତନ୍ତ୍ର ଚୋରି କରୁଛନ୍ତି।

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ଜ୍ଞାନେଶ କୁମାର ହେଉଛନ୍ତି ଜଣେ ମାଫିଆ, ଯିଏ କି ସମ୍ପୂର୍ଣ୍ଣ ପଦ୍ଧତିକୁ ପୂରା ଅପରାଧୀକରଣ କରିଛନ୍ତି।

ବୈଠକରେ ଯୋଗ ଦେଇଥିବା ଟିଏମ୍‌ସିର ସାଗରିକା ଘୋଷ କହିଛନ୍ତି, ନିର୍ବାଚନ କମିସନ୍‌ ମୁକ୍ତ ଓ ଅବାଧ ନିର୍ବାଚନକୁ ଅବମାନନା କରିଛନ୍ତି।

ସେ ଏସ୍ଆଇଆର୍‌ ପ୍ରକ୍ରିୟା ଉପରେ ରୋକ୍‌ ଲଗାଇବା ପାଇଁ ଦାବି କରିଛନ୍ତି।

ସିଇସିଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବସେହିପରି ଏନ୍‌ସିପି (ଏସ୍‌ପି) ନେତା ସୁପ୍ରିୟା ସୁଲେ କହିଛନ୍ତି, ସିଇସିଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ।

ଆମେ ଇଣ୍ଡିମେଣ୍ଟର ଏକ ଅଂଶ ଭାବେ ପୂର୍ଣ୍ଣ ଦୃଢ଼ତାର ସହ ଏକଜୁଟ୍‌ ହୋଇ ରହିଛୁ।

ଆର୍‌ଜେଡିର ତେଜସ୍ବୀ ଯାଦବ କହିଛନ୍ତି, ଲୋକଙ୍କ ଆଗରେ ସରାକାରଙ୍କ ଭୋଟ୍‌ ଚୋରି ଧରା ପଡ଼ିଯାଇଛି।

ଆମେ ଏକାଠି ହୋଇଛୁ ଏବଂ ଆମେ ଜିତିବୁ ବୋଲି ସେ କହିଛନ୍ତି।

ବୈଠକ ପରେ ବିଜେପି ଉପରେ ସିଧାସଳଖ ଆକ୍ରମଣ କରି ଛାତ୍ରସଂଗଠନ ଏଆଇଏସ୍‌ଏ ସଭାପତି ‌ନେହା ବୋରା କହିଛନ୍ତି, ଏହି ଦେଶର ଲୋକମାନଙ୍କର, ଭାରତୀୟ ଗଣତନ୍ତ୍ରର ଏବଂ ସମ୍ବିଧାନର ଏକମାତ୍ର ଶତ୍ରୁ ହେଉଛି ବିଜେପି।

ଭୋଟର୍‌ ଅଧିକାର ଉପରେ ଆକ୍ରମଣ ହେଉଛି ଭାରତ ଉପରେ ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ ।

ସିଇସି ଜ୍ଞାନେଶ କୁମାର ହଟିବା ଉଚିତ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।